ମୁଖ୍ୟ ଶାସନ ସଚଙ୍କ ଅଧ୍ୟକ୍ଷତାରେ ପୁରୀ ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ବିଭିନ୍ନ ବିଭାଗ ସଂପର୍କିତ କାର୍ଯ୍ୟ ଅଗ୍ରଗତି ସମୀକ୍ଷା

Jun 16, 2026 - 22:20
 6
ମୁଖ୍ୟ ଶାସନ ସଚଙ୍କ ଅଧ୍ୟକ୍ଷତାରେ ପୁରୀ ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ବିଭିନ୍ନ ବିଭାଗ ସଂପର୍କିତ କାର୍ଯ୍ୟ ଅଗ୍ରଗତି ସମୀକ୍ଷା

ଭୁବନେଶ୍ବର ତା- ୧୬.୦୬.୨୦୨୬

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ପୁରୀ ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ବୈଠକରେ ଅଧ୍ଯକ୍ଷତା କରି ବିଭିନ୍ନ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଛନ୍ତି । ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକ ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ. ବି. ଖୁରାନିଆ, ଅଗ୍ନିଶମ ସେବା ମହାନିର୍ଦେଶକ ଡଃ. ସୁଧାଂଶୁ ଷଡଙ୍ଗୀଙ୍କ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗମାନଙ୍କର ସଚିବ, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ, ବରିଷ୍ଠ ପୁଲିସ୍ ଅକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁରୀ ଜିଲ୍ଲାପାଳ, ପୁରୀ ଏସ୍‌ପି, ପୁରୀ ମହାନଗର ନିଗମ କମିଶନର, ରାଜ୍ୟ ସରକାର ଓ ପୁଲିସ ପ୍ରଶାସନର ବରିଷ୍ଠ ପଦାକାରୀମାନେ ଉପସ୍ଥିତ ଥିଲେ ।

ଆଇନ୍ ବିଭାଗ ତରଫରୁ ଆହୂତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଗତ ଏପ୍ରିଲ ମାସରେ ହୋଇଥିବା ପୂର୍ବ ସମୀକ୍ଷାରେ ନିଆଯାଇଥିବା ନିଷ୍ପଭି ଓ ବିଭିନ୍ନ ବିଭାଗକୁ ଦିଆଯାଇଥିବା ଦାୟିତ୍ଵ ଓ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ରଥ ନିର୍ମାଣ କାର୍ଯ୍ୟ ଅଗ୍ରଗତି ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ରଥ କାଠ ପହଁଚିଥିବା ପ୍ରକାଶ କରିଥିଲେ । ବୈଠକରେ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ଏବଂ ପୁରୀ ଆରକ୍ଷୀ ଅକ୍ଷକ ଶ୍ରୀ ପ୍ରତୀକ ସିଂ ଯୋଗଦେଇ ଅଦ୍ୟାବଧୂ ପ୍ରସ୍ତୁତି ଅଗ୍ରଗତି ସଂପର୍କରେ ବିସ୍ତୃତ ଉପସ୍ଥାପନ କରିଥିଲେ । ଶ୍ରୀଗୁଣ୍ଡିଚା(ରଥଯାତ୍ରା) ଜୁଲାଇ ୧୬ ରେ ଅନୁଷ୍ଠିତ ହେଉଥ‌ିବା ବେଳେ ଏହାର ଯଥେଷ୍ଟ ପୂର୍ବରୁ ପ୍ରସ୍ତୁତି ସାରିବାକୁ ନିୟମିତ ସମୀକ୍ଷା କରାଯାଉଥିବାରୁ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମୟାନୁସାରେ ସାରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ବାରୋପ କରିଛନ୍ତି ।

ବଡ଼ବାଣ୍ଡ ଏବଂ ପୁରୀକୁ ସଂଯୋଗ କରୁଥିବା ସଡ଼କଗୁଡ଼ିକର ଉନ୍ନତିକରଣ, ପାକିଂ ସ୍ଥଳ ପ୍ରସ୍ତୁତି, ଅସ୍ଥାୟୀ ଶୌଚାଳୟ ସ୍ଥାପନ, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା, ବିଦ୍ୟୁତ୍ ଯୋଗାଣ, ରେଳ ଓ ସଡ଼କ ପରିବହନ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ ଓ ଆଇନ-ଶୃଙ୍ଖଳା ବ୍ୟବସ୍ଥା ସମ୍ପର୍କିତ କାର୍ଯ୍ୟର ଅଗ୍ରଗତି ଉପରେ ମୁଖ୍ୟ ଶାସନ ସଚିବ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଭକ୍ତମାନଙ୍କ ପାଇଁ ସୁବ୍ୟବସ୍ଥିତ ରଥଯାତ୍ରା ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ବିଭାଗକୁ ଅଧୂକ ସମନ୍ବୟ ସହ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି । ଆମ୍ବୁଲାନ୍ସ ଯେପରି ସୁବିଧାରେ ଯାତାୟତ କରିପାରିବ, ସେଥ୍ ନିମନ୍ତେ ମାର୍ଗ ଦର୍ଶିକା ପ୍ରସ୍ତୁତ କରାଯାଇଛି । ବଡଦାଣ୍ଡରେ ହାଇମାଷ୍ଟ ଲାଇଟ୍ ସ୍ଥାପନ କାର୍ଯ୍ୟ ଆଗେଇ

ଚାଲିଛି । ଶ୍ରୀଗୁଣ୍ଡିଚା ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ସମୁଦ୍ରକୂଳ ସଂଲଗ୍ନ ରାସ୍ତାର ଉନ୍ନତି କରଣ କାର୍ଯ୍ୟ ଅଗ୍ରଗତି କରିଛି । ବାୟୋ ଟୟଲେଟ୍ ସ୍ଥାପନ, ସମଙ୍ଗ ଠାରେ ପାକିଂ ଅଂଚଳର ବିକାଶ କରାଯାଉଛି । ବିଭିନ୍ନ ବିଭାଗର ସଚିବମାନେ ପୁରୀ ଗସ୍ତ କରି ନିଜ ନିଜ ବିଭାଗୀୟ କାର୍ଯ୍ୟ ଅଗ୍ରଗତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ଜୁନ୍ ୩୦ ତାରିଖ ସୁଦ୍ଧା ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶଯ୍ୟା ସହିତ ଅତିରିକ୍ତ ଅସ୍ଥାୟୀ ୮ଟି ସ୍ବାସ୍ଥ୍ୟ କେନ୍ଦ୍ର କେଉଁଠି କେଉଁଠି ରହିବ, ସେଥ‌ିପାଇଁ ସ୍ଥାନ ନିରୂପଣ କରାଯାଇଛି । ପୂର୍ବ ବିଭାଗ ଏବଂ ପୁରୀ ମହାନଗର ନିଗମ ତରଫରୁ ଅସ୍ଥାୟୀ ପାକିଂ ସ୍ଥାନ ଚିହ୍ନଟ କରାଯାଇ ଏହାକୁ ପ୍ରସ୍ତୁତି ପାଇଁ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ବଡଦାଣ୍ଡରୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି ଏବଂ ଏହା ନିର୍ଦ୍ଧାରିତ ସମୟ ଭିତରେ ଶେଷ ହେବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଥିଲେ । ରଥଯାତ୍ରା ପୂର୍ବରୁ ୧୬୦୦ ଅସ୍ଥାୟୀ ଶୌଚାଳୟ ସ୍ଥାପନ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି ଓ ନିର୍ଦ୍ଧାରିତ ସମୟ ପୂର୍ବରୁ ସରିବ । ପ୍ରମୁଖ ଡ୍ରେନ୍ ଓ ସଂଲଗ୍ନ ଡ୍ରେନ୍ ଗୁଡିକରୁ ପଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି ଓ ଶୀଘ୍ର ଶେଷ ହେବ ବୋଲି ବୈଠକରେ ସୂଚନା ଦିଆଯାଇଛି ।