ମନ ଯାହା ବିଚାର କରେ, ପରେ ତାହା ହିଁ ହୋଇଥାଏ...

Sep 22, 2026 - 20:28
 12
ମନ ଯାହା ବିଚାର କରେ, ପରେ ତାହା ହିଁ ହୋଇଥାଏ...

ମନ ଯେଉଁ ବିଚାର ଅବା ସଙ୍କଳ୍ପକୁ ବାରମ୍ବାର ମନନ କରେ, ଧୀରେ ଧୀରେ ସେହିପରି ହୋଇଯାଏ।

ମନ ସେଇଆ ହିଁ ଉତ୍ପନ କରାଏ, ଯାହାର ବିହନ ଆମେ ତା' ଭିତରେ ବୁଣିଥାଉ। 

ଯଦି ଆମେ ତାକୁ ଫାଲତୁ କଥା, ଚିନ୍ତାଗ୍ରସ୍ତତା କିମ୍ବା ତୁଳନାରେ ଭରିଦେବା, ତେବେ ସେଗୁଡ଼ିକ ହିଁ ଆମର ସଂସ୍କାର ପାଲଟିଯିବ। 

ପରନ୍ତୁ ଯଦି ଆମେ ତାକୁ ଆଧ୍ୟାତ୍ମିକ ଜ୍ଞାନର ଆହାର ଦେବା, ତେବେ ଶାନ୍ତି, ପବିତ୍ରତା ଓ ସ୍ଥିରତା ଆମ ସ୍ୱଭାବର ଅଂଶ ବନିଯିବ। 

ତେଣୁ ଜ୍ଞାନର ମନନ କେବଳ ଅଧ୍ୟୟନ ନୁହେଁ, ବରଂ ନିଜକୁ ବଦଳାଇବାର ଏକ ପ୍ରକ୍ରିୟା...।

ଆଜି ମାତ୍ର ଗୋଟିଏ ସଂକଳ୍ପ କରନ୍ତୁ— ଦିନର ଆରମ୍ଭ ଦୁନିଆର ଖବରରୁ ନୁହେଁ, ବରଂ ଗୋଟିଏ ଶ୍ରେଷ୍ଠ ସଙ୍କଳ୍ପରୁ କରନ୍ତୁ। 

କାରଣ ଆପଣଙ୍କ ଭବିଷ୍ୟତ କର୍ମରେ ପ୍ରକାଶ ପାଇବା ପୂର୍ବରୁ, ଆପଣଙ୍କ ମନନରେ ଗଢ଼ିଉଠିଥାଏ...।

ଓଁ ଶାନ୍ତି ????????