ଯେକୌଣସି ଉପହାରର ପ୍ରକୃତ ସୌନ୍ଦର୍ଯ୍ୟ ତାହାର ମୂଲ୍ୟରେ ନୁହେଁ, ବରଂ ସେଥିରେ ନିହିତ ଥିବା ଭଲପାଇବାରେ ହିଁ ରହିଥାଏ।

Nov 16, 2026 - 21:46
 2
ଯେକୌଣସି ଉପହାରର ପ୍ରକୃତ ସୌନ୍ଦର୍ଯ୍ୟ ତାହାର ମୂଲ୍ୟରେ ନୁହେଁ, ବରଂ ସେଥିରେ ନିହିତ ଥିବା ଭଲପାଇବାରେ ହିଁ ରହିଥାଏ।

ଯେକୌଣସି ଉପହାରର ପ୍ରକୃତ ସୌନ୍ଦର୍ଯ୍ୟ ତାହାର ମୂଲ୍ୟରେ ନୁହେଁ, ବରଂ ସେଥିରେ ନିହିତ ଥିବା ଭଲପାଇବାରେ ହିଁ ରହିଥାଏ।

ବେଳେବେଳେ ଏକ ଛୋଟିଆ ଫୁଲ, ସ୍ନେହଭରା ଏକ ବାର୍ତ୍ତା କିମ୍ବା କାହା ପାଇଁ କରାଯାଇଥିବା ଏକ କ୍ଷୁଦ୍ର ପ୍ରୟାସ ମଧ୍ୟ ହୃଦୟକୁ ଏତେ ଆନନ୍ଦ ଦେଇଥାଏ ଯେ..., ଯାହା କୌଣସି ଦାମୀ ଉପହାର ମଧ୍ୟ ଦେଇପାରେ ନାହିଁ। କାରଣ, ଉପହାରର ଆକାର କିମ୍ବା ମୂଲ୍ୟ ବଡ଼ ନୁହେଁ, ବରଂ ତାହା ପଛରେ ଲୁଚି ରହିଥିବା ନିର୍ମଳ ଭାବନା ହିଁ ଅନ୍ୟର ହୃଦୟକୁ ସ୍ପର୍ଶ କରିଥାଏ...। 

ଯେତେବେଳେ ଆମେ କୌଣସି ପ୍ରତିଦାନର ଆଶା ନରଖି, ନିଃସ୍ୱାର୍ଥ ଭାବନାର ସହିତ କିଛି ଦେଇଥାଉ, ସେତେବେଳେ ଏକ ସାମାନ୍ୟ ଉପହାର ମଧ୍ୟ ଅମୂଲ୍ୟ ହୋଇଯାଏ।

ତେଣୁ, ଉପହାରଟି କେତେ ବଡ଼ କିମ୍ବା ଦାମୀ, ତାହା ଉପରେ ଗୁରୁତ୍ୱ ନଦେଇ, ତାହା ପ୍ରଦାନ କରିବା ସମୟରେ ଆପଣଙ୍କ ମନରେ କେତେ ନିର୍ମଳ ସ୍ନେହ, ଶୁଭଭାବନା ଓ ଭଲପାଇବା ରହିଛି, ତାହାକୁ ଅନୁଭବ କରନ୍ତୁ।