ଶହୀଦ୍ ରଘୁ-ଦିବାକରଙ୍କ ଦେଶଭକ୍ତି ଓ ଆତ୍ମବଳିଦାନ ଅବିସ୍ମରଣୀୟ
ଶହୀଦ୍ ରଘୁ-ଦିବାକରଙ୍କ ଦେଶଭକ୍ତି ଓ ଆତ୍ମବଳିଦାନ ଅବିସ୍ମରଣୀୟ
ବରିଷ୍ଠ ପୂଜ୍ୟପୂଜା ପ୍ରାଣ କାମଦେବ ମହାପାତ୍ରଙ୍କୁ ଶହୀଦ୍ ସ୍ମୃତି ସମ୍ମାନ
ଭୁବନେଶ୍ବର, ୪.୪.୨୦୨୬: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଶହୀଦ୍ ରଘୁ-ଦିବାକର ସ୍ମୃତି
ସଂସଦ ପକ୍ଷରୁ ସ୍ଥାନୀୟ ୟୁନିଟ୍-୯ ସ୍ଥିତ ଶହୀଦ୍ ରଘୁ-ଦିବାକରଙ୍କ ୮୫ତମ ବଳିଦାନ ଦିବସ ବରିଷ୍ଠ ସାମ୍ବାଦିକ, ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ୱରେ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି ।
ସ୍ମୃତିଚାରଣ ପୂର୍ବକ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ ଯେ, ଶହୀଦ୍ ରଘୁ-ଦିବାକରଙ୍କ ଆତ୍ମବଳିଦାନ, ବୀରତ୍ବ, ଦେଶପ୍ରେମର ପଟ୍ଟାନ୍ତର ନାହିଁ । ରଣପୁରର ଏକଛତ୍ରବାଦ ରାଜାଙ୍କ ଅତ୍ୟାଚାରରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା ସହିତ ତାଙ୍କ ନାର୍ଯ୍ୟ ଅଧିକାର ଦେବା ପାଇଁ ତାଙ୍କ ଅବଦାନ ଥିଲା ଅବିସ୍ମରଣୀୟ । ଆଜିର ଯୁବପିଢ଼ୀ ପୂଜ୍ୟପୂଜା, ଦେଶପ୍ରେମ ତଥା ମା’ ମାଟି ଓ ମାତୃଭାଷା ପାଇଁ କାର୍ଯ୍ୟ କରିବାକୁ ଅଧ୍ଯକ୍ଷ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ବରିଷ୍ଠ ଶିକ୍ଷାବିତ୍ ପୂଜ୍ୟପୂଜା ପ୍ରାଣ କାମଦେବ ମହାପାତ୍ର ଓ ଯୁବ ନାଟ୍ୟ ନିର୍ଦ୍ଦେଶକ ଶ୍ରୀତମ କୁମାର ବରାଳଙ୍କୁ ଶହୀଦ୍ ରଘୁ-ଦିବାକର ସ୍ମୃତି ସମ୍ମାନ ୨୦୨୬ ପ୍ରଦାନ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଶହୀଦ୍ ସ୍ମୃତି ସଂସଦର ସାଧାରଣ ସଂପାଦକ ବ୍ରଜବନ୍ଧୁ ପରିଡ଼ା, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ପୂଜ୍ୟପୂଜା ପ୍ରାଣ ମନୋରଂଜନ ମହାନ୍ତି, ଅଭୟ ସେନାପତି, ରମେଶ ଚନ୍ଦ୍ର ପାତାଳସିଂହ, ସମିତା ମହାରଣା, ରମେଶ କୁମାର ମହାପାତ୍ର, ଚକ୍ରଧର ଦାସ, ପ୍ରଫେସର ବାମନ ପରିଡ଼ା, କଣ୍ଡୁରୀ ଚରଣ ଦାସ, ରାମଚନ୍ଦ୍ର ଦାସ ଉପସ୍ଥିତ ରହିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମକୁ ଅମିତ ପାଲସିଂହ, ସିଂତାଶୁ ଶେଖର ମହାରଣା, ନାରାୟଣ ଙ୍ଖୁଟିଆ ପ୍ରମୁଖ ପରିଚାଳନା କରିଥିଲେ ।