ପାନୀୟ ଜଳ ଯୋଗାଣ ଭିତ୍ତିଭୂମିର ସମୀକ୍ଷାରେ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ...

Jun 9, 2026 - 22:30
Jun 10, 2026 - 10:13
 8
ପାନୀୟ ଜଳ ଯୋଗାଣ ଭିତ୍ତିଭୂମିର ସମୀକ୍ଷାରେ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ...

*ଭୁବନେଶ୍ୱର | ୯ ଜୁନ, ୨୦୨୬*

ପାନୀୟ ଜଳ ଯୋଗାଣ ଭିତ୍ତିଭୂମିର ସମୀକ୍ଷାରେ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ...

ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମାନ୍ୟବର ମନ୍ତ୍ରୀ ଭୁବନେଶ୍ୱରସ୍ଥିତ ରାଜ୍ୟ ଗ୍ରାମୀଣ ଉନ୍ନୟନ ପ୍ରତିଷ୍ଠାନ (SIRD) ସମ୍ମିଳନୀ କକ୍ଷରେ ରାଜ୍ୟର ବିଭିନ୍ନ ମେଗା ପାଇପ୍ଡ ୱାଟର ସପ୍ଲାଏ (PWS) ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। 

ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ନିରବଚ୍ଛିନ୍ନ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ସ୍ଥିତି, ଭୌତିକ ପ୍ରଗତି ଓ ସମୟସୀମା ପାଳନ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।

ସମୀକ୍ଷାରେ ସୂଚନା ଦିଆଯାଇଥିଲା ଯେ, ରାଜ୍ୟରେ ୩୬ଟି ମେଗା ପାଇପ୍ଡ ୱାଟର ସପ୍ଲାଏ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି। 

ସେହିପରି ଅନ୍ୟ ୫୦ଟି ପ୍ରକଳ୍ପରେ ଇଣ୍ଟେକ୍ ଓ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ (WTP) ସମ୍ବନ୍ଧୀୟ କାର୍ଯ୍ୟ ଶେଷ ହୋଇଛି। 

ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ଦ୍ରୁତ ଗତିରେ ସମାପ୍ତ କରି ଲୋକଙ୍କୁ ଶୀଘ୍ର ପାନୀୟ ଜଳ ସେବା ଉପଲବ୍ଧ କରିବା ପାଇଁ ସମସ୍ତ RWSS ଡିଭିଜନ ଓ କାର୍ଯ୍ୟନିର୍ବାହୀ ଏଜେନ୍ସିମାନଙ୍କୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାଏକ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ପ୍ରକଳ୍ପ ମାର୍ଚ୍ଚ ୨୦୨୭ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ହେବ। 

ନିର୍ଦ୍ଧାରିତ ସମୟସୀମା ପାଳନରେ ବିଫଳ ହେଉଥିବା ଏଜେନ୍ସିଙ୍କ ବିରୋଧରେ ଜରିମାନା ଆଦାୟ ସହ ବ୍ଲାକଲିଷ୍ଟ କରିବା ଭଳି କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ। ପ୍ରକଳ୍ପଗୁଡ଼ିକରେ ପର୍ଯ୍ୟାପ୍ତ ଜନଶକ୍ତି ନିୟୋଜନ, ନିୟମିତ ତଦାରଖ ଓ ଗୁଣାତ୍ମକ କାର୍ଯ୍ୟ ସୁନିଶ୍ଚିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ବିଭାଗୀୟ ସଚିବ ଶ୍ରୀ ଗିରିଶ ଏସ୍‌.ଏନ୍‌., ପାନୀୟ ଜଳ ନିର୍ଦ୍ଦେଶକ ଶ୍ରୀ ବିନୀତ ଭରଦ୍ୱାଜ, ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରତ୍ନାକର ସିଆଲ, ବିଭିନ୍ନ RWSS ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଏବଂ ମେଗା ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଏଜେନ୍ସିମାନଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।