ଶିଶୁ ସୁରକ୍ଷାର ଆବଶ୍ୟକତା

May 18, 2026 - 20:58
 11
ଶିଶୁ ସୁରକ୍ଷାର ଆବଶ୍ୟକତା

ଆଜି ପୂର୍ବାହ୍ନରେ ଭୁବନେଶ୍ବରସ୍ଥିତ ପୋଲିସ ଭବନଠାରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଓଡ଼ିଶା (NLUO) ର ‘ସେଣ୍ଟର ଫର ଚାଇଲ୍ଡ ରାଇଟ୍ସ' (CCR) ଏବଂ ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ଶାଖା (CAW & CW) ର ମିଳିତ ଆନୁକୂଲ୍ୟରେ " ଶିଶୁ বুดสด คณ" (Essentials of Child Protection) গাส์ด เคด งด ดูด คิคิ เลิศ คศ เด ହୋଇଯାଇଛି।

ଓଡ଼ିଶା ପୋଲିସରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀ ଏବଂ ମହିଳା ଓ ଶିଶୁ ଅପରାଧ ଶାଖାର ପୋଲିସ ଅଧିକାରୀମାନଙ୍କୁ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ଆଇନଗତ ନିୟମ ବିଷୟରେ ଅବଗତ କରାଇବା ସହ ସେମାନଙ୍କ ମଧ୍ୟରେ ଏକ ଶିଶୁ-ଅନୁକୂଳ ମନୋଭାବ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଅଟେ।

ମେ ୧୮ ଏବଂ ୧୯ ତାରିଖ (ଦୁଇ ଦିନ) ଧରି ଚାଲିବାକୁ ଥ‌ିବା ଏହି ପ୍ରଶିକ୍ଷଣ ଶିବିରର ପ୍ରଥମ ଦିନ ଭୁବନେଶ୍ବରର ପୋଲିସ ଭବନ ସ୍ଥିତ କନଭେନସନ ହଲ୍‌ଠାରେ ହୋଇଥ‌ିବା ବେଳେ ଦ୍ବିତୀୟ ଦିନ ରସୁଲଗଡ଼ ସ୍ଥିତ CAW & CW ମୁଖ୍ୟାଳୟଠାରେ ଅନୁଷ୍ଠିତ ହେବ।

ଏହି ପ୍ରଶିକ୍ଷଣ ଶିବିରର ଉଦ୍‌ଘାଟନୀ ସମାରୋହରେ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀ ଏବଂ ଶିକ୍ଷାବିତ୍‌ମାନେ ଯୋଗଦେଇ ପ୍ରଶିକ୍ଷଣ ନେଉଥ‌ିବା ଅଧୂକାରୀମାନଙ୍କୁ ସମ୍ବୋଧୂତ ଓ ମାର୍ଗଦର୍ଶନ କରିଥିଲେ।

ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର ପ୍ରଶିକ୍ଷଣ ନେଉଥିବା ଅଧିକାରୀମାନଙ୍କୁ ସମ୍ବୋଧୂତ କରି ଥାନାସୁରରେ ଏହାର ସଠିକ୍ ପ୍ରୟୋଗ ଉପରେ ବିସ୍ତୃତ ଆଲୋକପାତ କରିଥିଲେ । ସେ ନିଜ ଅଭିଭାଷଣରେ କହିଥିଲେ ଯେ, ଆଜିକାଲି ପିଲାମାନେ ଡିଜିଟାଲ ଦୁନିଆରେ ବହୁତ ମାତ୍ରାରେ ଜଡ଼ିତ ରହୁଛନ୍ତି, ଯାହା ଫଳରେ ସେମାନେ ନିଜ ମନର କଥା ଓ ସମସ୍ୟା କାହାକୁ ସହଜରେ କହିପାରୁନାହାନ୍ତି । ଏହି ପରିପ୍ରେକ୍ଷୀରେ ପିଲାମାନଙ୍କର ଡିଜିଟାଲ ସୁରକ୍ଷା, ସାଇବର ସୁରକ୍ଷା, ସାଇବର ବୁଲିଂର ପ୍ରତିକାର ଏବଂ ସେମାନଙ୍କର । ମାନସିକ ସ୍ବାସ୍ଥ୍ୟ ପ୍ରତି ବିଶେଷ ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । ସେହିପରି ଅନଲାଇନ୍ ଫିଡିଂ ଏବଂ ମନସ୍ତାତ୍ମିକ ଅବକ୍ଷୟ ରୋକିବା ସହ କୌଣସି କାରଣରୁ ଅପରାଧ ଦିଗକୁ ମୁହାଁଇଥ‌ିବା ପିଲାମାନଙ୍କୁ ସୁଧାରି ସେମାନଙ୍କୁ ପୁନର୍ବାଚ ଚର୍ବାର ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ଦିଗରେ ପୋଲିସର ଗୁରୁଦାୟିତ୍ବ ରହିଛି ବୋଲି ସେ କହିଥିଲେ ।

ଶ୍ରୀମତୀ ଶାଇନି ଏସ୍, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମହିଳା ଓ ଶିଶୁ ଅପରାଧ ଶାଖା) ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶିଶୁ ସୁରକ୍ଷା ମାମଲାରେ ସର୍ବଦା ଅଧୂକ ସମ୍ବେଦନଶୀଳ ଓ ଯନ୍ତ୍ରବାନ ହେବାକୁ ଆହ୍ବାନ ଦେଇଥିଲେ।

ପ୍ରଫେସର ଡଲି ଜବଲ (ଡିନ୍, ଏକାଡେମିକ୍ସ, NLUO) ସମସ୍ତ ଅତିଥ୍‌ ଓ ପୋଲିସ କର୍ମଚାରୀଙ୍କୁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ବିରାଜ ସ୍ବାଇଁ (ନିର୍ଦ୍ଦେଶକ, ସେଣ୍ଟର ଫର ଚାଇଲ୍ଡ ରାଇଟ୍ସ, NLUO) ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମର ମୂଳ ଆଭିମୁଖ୍ୟ ଏବଂ ସାମ୍ପ୍ରତିକ ସମାଜରେ ଏହାର ପ୍ରାସଙ୍ଗିକତା ଉପରେ ବିସ୍ତୃତ ଆଲୋଚନା କରିଥିଲେ ।

ଏହି ଦୁଇ ଦିନିଆ ଶିବିରରେ ପୋଲିସ ଅଧିକାରୀମାନଙ୍କୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ବିଶେଷ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।

ପୋଲିସ କର୍ମଚାରୀଙ୍କ ମଧ୍ୟରେ ଶିଶୁମାନଙ୍କ ପ୍ରତି ସହାନୁଭୂତିଶୀଳ ଓ ଶିଶୁ-ଅନୁକୂଳ ମନୋଭାବ ସୃଷ୍ଟି କରିବା ଏବଂ ଶିଶୁ ସୁରକ୍ଷା ଆଇନର ଆଇନଗତ ପ୍ରକ୍ରିୟା ସମ୍ପର୍କରେ ସମ୍ୟକ୍ ଧାରଣା ପ୍ରଦାନ କରିବା।ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ, ଆଇନ ସହ ବିବାଦରେ ଥୁବା ଶିଶୁ ଏବଂ ଅପରାଧର ଶିକାର ହୋଇଥ‌ିବା ଶିଶୁମାନଙ୍କ ସହ କାର୍ଯ୍ୟ କରିବା ପାଇଁ ନିର୍ଦ୍ଧାରିତ ଏସ.ଓ.ପି ଓ ନିୟମ ଉପରେ ବିସ୍ତୃତ ଆଲୋଚନା।

ଶିଶୁଙ୍କ ମାନସିକ ସ୍ବାସ୍ଥ୍ୟ, ବୈଜ୍ଞାନିକ ଅନୁସନ୍ଧାନ ପ୍ରକ୍ରିୟା ଏବଂ ଶିଶୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କର୍ମୀମାନଙ୍କର ନିଜସ୍ବ ଯନ୍ତ୍ର ସମ୍ବନ୍ଧରେ ସଚେତନତା କରିବା ତଥା ଥାନା ସ୍ବରରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କ ମଧରେ ବାସ୍ତବିକ ସମସ୍ୟା ଓ ଅନୁଭୂତିର ଆଦାନପ୍ରଦାନ କରିବା ।

ଏହି କାର୍ଯ୍ୟକ୍ରମ ଦ୍ବାରା ରାଜ୍ୟରେ ଶିଶୁ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ଏବଂ ଶିଶୁମାନଙ୍କ ସହ ଜଡ଼ିତ ସମସ୍ତ ମାମଲାଗୁଡ଼ିକର ସଠିକ୍, ସମୟୋଚିତ ଓ ସମ୍ବେଦନଶୀଳ ତଦନ୍ତି ହୋଇପାରିବ।