ସିକ୍ରେଟଲି ନିର୍ବନ୍ଧ କରିଛନ୍ତି ପୁଲକିତ-କ୍ରୀତି
ମୁମ୍ବାଇ: ବଲିଉଡରୁ ଏକ ଖୁସି ଖବର ଆସିଛି। କିଛିଦିନ ତଳେ ରକୁଲପ୍ରିତ ଏବଂ ଜ୍ୟାକିଙ୍କ ବିବାହ ଖବର ଶୁଣିବାକୁ ମିଳିଥିଲା। ଆଜି ପୁଣି ଏକ ଷ୍ଟାର କପଲ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବହୁ ବର୍ଷ ଡେଟିଂ କରିବାପରେ ଆଜି ତାଙ୍କର ନିର୍ବନ୍ଧ ସରିଛି। ବଲିଉଡର ଆଉ ଏକ ଫେମସ କପଲ ପୁଲକିତ ସମ୍ରାଟ ଏବଂ ଅଭିନେତ୍ରୀ କ୍ରୀତି ଖରବନ୍ଦା ଦୁହେଁ ସିକ୍ରେଟଲି ନିର୍ବନ୍ଧ କରିଛନ୍ତି। ଦୁହିଁଙ୍କ ଆଉଟଫିଟ ଖୁବ ସିମ୍ପଲ ଥିଲା। ଆଉ ତାଙ୍କର ଏହି ରୋକା ସେରିମନୀରେ ଦୁହିଁଙ୍କର କ୍ଲୋଜ ଫ୍ରେଣ୍ଡସ ଏବଂ ପରିବାର ସଦସ୍ୟ ଯୋଗ ଦେଇଥିଲେ। ଦୁହେଁ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ପୁଲକିତ ଏହି ଏନଗେଜମେଣ୍ଟ ସେରିମନୀର କିଛି ଫଟୋ ନିଜେ ଇନଷ୍ଟା ଷ୍ଟୋରୀରେ ରଖିଛନ୍ତି। ଦୁହିଁଙ୍କର ଫଟୋ ଗୁଡ଼ିକ ଖୁବ ସୁନ୍ଦର ହୋଇଛି। ଏକାଠି କ୍ୟୁଟ ଦିଶୁଛନ୍ତି। ଦୁହେଁ ନିଜ ସ୍ପେଶିଆଲ ମୋମେଣ୍ଟକୁ ଖୁବ ଏଞ୍ଜୟ କରିଛନ୍ତି।