ସ୍ଵାମୀର ବେକ କାଟିଦେଲା ସ୍ତ୍ରୀ

ପାରିବାରିକ କଳହର କରୁଣ ପରିଣତି। ସ୍ଵାମୀର ବେକ କାଟିଦେଲା ସ୍ତ୍ରୀ।

Feb 18, 2024 - 16:50
 7
ସ୍ଵାମୀର ବେକ କାଟିଦେଲା ସ୍ତ୍ରୀ

ପାରିବାରିକ କଳହର କରୁଣ ପରିଣତି। ସ୍ଵାମୀର ବେକ କାଟିଦେଲା ସ୍ତ୍ରୀ। ଞ୍ଜାମ ଜିଲ୍ଲା ଧରାକୋଟ ଥାନା ବରିଗୁଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆହତ ବ୍ୟକ୍ତି ଜଣଙ୍କ ହେଲେ ରୋହିତ ପାତ୍ର (୪୫) । ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ବରିଗୁଡା ଗାଁର ମଦନ ପାତ୍ରଙ୍କ ବଡ଼ ପୁଅ ରୋହିତ ପାତ୍ର ।

ରୋହିତ ଅନେକ ସମୟରେ ଘରକୁ ମଦ ପିଇ ଆସି ସ୍ତ୍ରୀ କସ୍ତୁରୀ ପାତ୍ରଙ୍କୁ ମାରପିଟ କରନ୍ତି । ତେବେ ଆଜି ସକାଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏଥିରେ ଅତିଷ୍ଠ ହୋଇ ସ୍ତ୍ରୀ କସ୍ତୁରୀ ଏକ ଧାରୁଆ ଛୁରୀରେ ନିଜ ସ୍ଵାମୀର ବେକ ଓ ପିଠିକୁ କାଟି ଦେଇଥିଲେ । ରେହିତଙ୍କ ଚିତ୍କାର ଶୁଣି ପରିବାର ଲୋକେ ଓ ଗାଁଲୋକେ ଦୌଡି ଆସି ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ଏହାପରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।