ନବ ନିର୍ମିତ ଲିଙ୍ଗରାଜ କୁଷ୍ଠ କଲୋନୀ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵର ପଳାଶପଲ୍ଲୀ ଠାରେ ନବ ନିର୍ମିତ ଲିଙ୍ଗରାଜ କୁଷ୍ଠ କଲୋନୀ ଲୋକାର୍ପିତ କରିଛନ୍ତି। ଏଥିରେ ୩୧ଟି ଘର ରହିଛି। ଏହାଦ୍ବାରା ୯୪ ଜଣ ହିତାଧିକାରୀ ଉପକୃତ ହେବା ସହିତ ସମସ୍ତେ ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଛନ୍ତି। ଏକ ମେଡିକାଲ୍ ଟିମ୍ ପ୍ରତି ସପ୍ତାହରେ ସେମାନଙ୍କ ପାଖକୁ ଯାଇ ସେମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛି। ଡ୍ରେସିଂ କିଟ୍, ଜୋତା ଓ ଟ୍ରାଇ ସାଇକଲ ପ୍ରଭୃତି ବିଭିନ୍ନ ଉପକରଣ ମଧ୍ଯ ଯୋଗାଇ ଦିଆଯାଇଛି

ନବ ନିର୍ମିତ ଲିଙ୍ଗରାଜ କୁଷ୍ଠ କଲୋନୀ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ନବ ନିର୍ମିତ ଲିଙ୍ଗରାଜ କୁଷ୍ଠ କଲୋନୀ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ