ଭିଜିଲାନ୍ସ ଜାଲରେ କଟକ ନିଆଳି ଥାନା ASI ବିଜୟ ଭଞ୍ଜ

Feb 25, 2024 - 18:44
 2
ଭିଜିଲାନ୍ସ ଜାଲରେ କଟକ ନିଆଳି ଥାନା ASI ବିଜୟ ଭଞ୍ଜ

ଭିଜିଲାନ୍ସ ଜାଲରେ ପଡିଛନ୍ତି କଟକ ନିଆଳି ଥାନା ଏଏସଆଇ ବିଜୟ ଭଞ୍ଜ। ମାମଲା ରୁଜୁ ଧମକ ଦେଇ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ବିଜୟ। ଏହାପରେ ବିଜୟଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ କରୁଛି।ଗତକାଲି ଏଏସଆଇ ଏକ ମାମଲା ରୁଜୁ କରିବାକୁ ଦୁଇ ହଜାର ଟଙ୍କା ଲାଞ୍ଚ ରାଶି ମାଗିଥିଲେ।

ଅଭିଯୋଗ କରିବାକୁ ଆସିଥିବା ବ୍ୟକ୍ତି ଜଣକ ଅନ୍ୟ କୌଣସି ଉପାୟ ନ ପାଇ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ତଦନୁସାରେ, ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଗ୍ରହଣ କରିଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ଏଏସଆଇ ବିଜୟଙ୍କୁ ରବିବାର ଧରିଥିଲେ।