ଅସନ୍ତୁଷ୍ଟ ବିଜେଡି ରୁ ନୂଆ ରୂପ ନେଲା - "ବିଜୁ ସ୍ୱାଭିମାନ ମଞ୍ଚ"

Sep 10, 2025 - 11:40
Sep 10, 2025 - 11:41
 20
ଅସନ୍ତୁଷ୍ଟ ବିଜେଡି ରୁ ନୂଆ ରୂପ ନେଲା - "ବିଜୁ ସ୍ୱାଭିମାନ ମଞ୍ଚ"

ସାଂସଦ ଏନ ଭାସ୍କର ରାଓ, ୨୦୧୬ରେ, ସେ ଦ୍ବିବାର୍ଷିକ ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ଦଳର ପ୍ରାର୍ଥୀ ହୋଇଥିଲେ । ସେ ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଷ୍ଣୁ ଚରଣ ଦାସଙ୍କ ସହିତ ନିର୍ବିରୋଧରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେ ଓଡ଼ିଶା ରାଜ୍ୟର ଯୋଜନା ବୋର୍ଡର ଉପାଧ୍ୟକ୍ଷ ଏବଂ ଜଣେ ଶିଳ୍ପପତି ମଧ୍ୟ ଥିଲେ । ୨୩ ଜୁଲାଇ ୧୯୫୩ରେ ଜନ୍ମଗ୍ରହଣ କରିଥିବା ଏନ ଭାସ୍କର ରାଓ ୨୦୦୮ରେ ତାମିଲନାଡୁର ଆଲାଗପ୍ପା ବିଶ୍ବବିଦ୍ୟାଳୟରୁ ବି.କମ୍ ଡିଗ୍ରୀ ହାସଲ କରିଥିଲେ ।

ଭାସ୍କରଙ୍କ ସମେତ ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା ଏବଂ ଦଳର ବହୁ ନେତା ଓ କର୍ମୀ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି ।

ପୂର୍ବତନ ସାଂସଦ ଭାସ୍କର ରାଓ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ପ୍ରତି ଥିବା ତାଙ୍କ ଅସନ୍ତୋଷ ବଖାଣିଥୁବା ବେଳେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ସେ ଇସ୍ତଫା ଦେଇଛନ୍ତି । ତେବେ ଜିଲ୍ଲା ସଭାପତି ଚୟନକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଖାଲି ସେତିକି ନୁହେଁ ଦଳ ଛାଡିବା ପରେ ଏଥୂସହିତ ‘ବିଜୁ ସ୍ବାଭିମାନ ମଞ୍ଚ' ନାମକ ଏକ ନୂତନ ରାଜନୈତିକ ମଞ୍ଚ ଗଠନର ଘୋଷଣା କରିଛନ୍ତି ଭାସ୍କର ।

ତେବେ ପୂର୍ବତନ ନେତା ତଥା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଅତି ନିକଟତର ସ‌ହ‌ଯୋଗୀ ଭାସ୍କର ଦଳ ଛାଡିବା ନିଷ୍ପତ୍ତ ଘୋଷଣା କରି କହିଛନ୍ତି ଯେ ବିଜେଡିର ସଭାପତି ଚୟନ ସମସ୍ତଙ୍କ ମନରେ ଆଘାତ ଦେଇଛି । ପରାଜିତ ବ୍ୟକ୍ତିଙ୍କୁ ସଭାପତି ପଦ ଦିଆଯାଇଛି । ହେଲେ ଦକ୍ଷ ନେତାଙ୍କୁ ପଚରାଯାଉନି । କେହି ଭାବିନଥିଲେ ଏଭଳି ନିଷ୍ପତ୍ତ ନିଆଯିବ ବୋଲି । ଆମେ ନବୀନ ବିରୋଧୀ ନୁହେଁ, କିନ୍ତୁ ବିଜୁ ପ୍ରେମୀ।

ରାଜନୈତିକ ମଞ୍ଚ ଗଠନ ନେଇ କହିଛନ୍ତି, ନିଜର ନୂତନ ମଞ୍ଚ ବିଜୁ ବାବୁଙ୍କ ମୂଳ ମୂଲ୍ୟବୋଧ ଏବଂ ଦୃଷ୍ଟିକୋଣକୁ ପୁନରୁଦ୍ଧାର କରିବା ଲକ୍ଷ୍ୟ ରଖୁଛି, ଯାହାକୁ ସେ ବର୍ତ୍ତମାନର ରାଜନୈତିକ ଦୃଶ୍ୟପଟରେ କ୍ଷୀଣ କରିଦିଆଯାଇଛି ବୋଲି ଦାବି କରୁଛନ୍ତି । ଏହା କେବଳ ଏକ ରାଜନୈତିକ ସଂଗଠନ ନୁହେଁ, ବରଂ ଓଡ଼ିଶାର ଗର୍ବ ଏବଂ ଅଖଣ୍ଡତାକୁ ପୁନର୍ବାର ହାସଲ କରିବା ପାଇଁ ଏକ ଆନ୍ଦୋଳନ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭାସ୍କର । ଏଠାରେ ସୂଚନା ଥାଉକି ରାୟଗଡା ଜିଲ୍ଲାର ୩ ବିଧାନସଭା ଆସନ କଂଗ୍ରେସ ଅକ୍ତିଆର କୁ ଚାଲିଯାଇଛି କେବଳ ଭାସ୍କର ଏବଂ ସୁଧୀର ପାଇଁ ଜିଲ୍ଲାର ଏପରି ଅବସ୍ଥା ବୋଲି ଜିଲ୍ଲାର ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି।