ଆଇଏଫଏଫଆଇରେ ଆରମ୍ଭ ହେଲା କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋର ପଞ୍ଚମ ସଂସ୍କରଣ
ଆଇଏଫଏଫଆଇରେ ଆରମ୍ଭ ହେଲା କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋର ପଞ୍ଚମ ସଂସ୍କରଣ
ସୃଜନଶୀଳ ପ୍ରତିଭା ପ୍ରଦର୍ଶନ କରିବା ଲାଗି ଏକାଠି ହେଲେ ପରବର୍ତ୍ତୀ ପିଢ଼ିର ନିର୍ମାତା
କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ କେବଳ ଚଳଚ୍ଚିତ୍ର ନିର୍ମାଣ ନୁହେଁ, ବରଂ ଏହା ଦେଶର ସୃଜନଶୀଳ ଭବିଷ୍ୟତକୁ ଆକାର ଦେବ: କେନ୍ଦ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ
ଏଥିରେ ଅଂଶଗ୍ରହଣ କରିଥିବା ନିର୍ମାତାମାନେ ଭବିଷ୍ୟତର କଥାକାର ଏବଂ ଭାରତର ବିଶ୍ବସ୍ତରୀୟ ସାଂସ୍କୃତିକ ଦୂତ ରୂପେ କାର୍ଯ୍ୟ କରିବେ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ
ନବପ୍ରତିଭାମାନଙ୍କ ସୃଜନଶୀଳତା ପ୍ରଦର୍ଶନ ଲାଗି ସବୁଠୁ ଆକର୍ଷଣୀୟ ମଞ୍ଚ ରୂପେ ଖ୍ୟାତି ଅର୍ଜନ କରିଥିବା କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରା (ଭବିଷ୍ୟତର ସୃଜନଶୀଳ ନିର୍ମାତା)-ସିଏମଓଟି ପ୍ରତିଯୋଗିତା ଆଜି ଠାରୁ ଗୋଆରେ ଆରମ୍ଭ ହୋଇଛି । ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ - ଆଇଏଫଏଫଆଇର ଅଂଶବିଶେଷ ସ୍ଵରୂପ ଆରମ୍ଭ ହୋଇଥିବା ଏହି ମଞ୍ଚରେ ଭାରତର ସବୁଠୁ ପ୍ରତିଭାସମ୍ପନ୍ନ ଏବଂ ଉଦୀୟମାନ ଯୁବ ଚଳଚ୍ଚିତ୍ର ନିର୍ମାତାମାନେ ଏକାଠି ହୋଇଛନ୍ତି ।
48 ଘଣ୍ଟିଆ ଚଳଚ୍ଚିତ୍ର ନିର୍ମାଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି 125 ଜଣ ଉଦୀୟମାନ ତାରକା। ଏହି ପ୍ରତିଯୋଗିତାରେ ଚିତ୍ରନାଟ୍ୟ ଲେଖୁବା ଠାରୁ ଆରମ୍ଭ କରି କାହାଣୀକୁ ପର ଉତାରିବା ପର୍ଯ୍ୟନ୍ତ ସୃଜନଶୀଳତା, ସହଭାଗିତା ଏବଂ ସିନେମାର ଯାଦୁ ଦେଖୁବାକୁ ମିଳି କେବଳ ଏକ ସାଧାରଣ ମହୋତ୍ସବ କାର୍ଯ୍ୟକ୍ରମ ନୁହେଁ, ବରଂ ଏହି ପ୍ରତିଯୋଗିତା ତାରେ ଭବିଷ୍ୟତର ଚଳଚ୍ଚିତ୍ର ନିର୍ମାତା, ଅଭିନେତା ଏବଂ କଥାକାରମାନେ ସେମାନଙ୍କର ବ୍ଲକବଷ୍ଟ କବଷ୍ଟର କାହାଣୀକୁ ଉପସ୍ଥାପନ କରିବେ। ପରଦାରେ ମିଳିବ। ଏହା
କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ, ମୁରୁଗନ ଏହି ପ୍ରତିଯୋଗିତାକୁ ଉଦଘାଟନ କରି ଅଂଶଗ୍ରହଣକାରୀଙ୍କ ଉତ୍ସାହ ଏବଂ ସୃଜନଶୀଳତାକୁ ପ୍ରଶଂ ପ୍ରଶଂସା କରିଛନ୍ତି। 2021 ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ସ୍ଥିର ଅଭିବୃଦ୍ଧି ସମ୍ପର୍କରେ ଉଲ୍ଲେଖ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ସିଏମଓଟି ଯୁବ ନିର୍ମାତାମାନଙ୍କୁ ଅନୁର୍ଜାତୀୟ ମଞ୍ଚ ଯୋଗାଇ ଦେଇଛି। ସେ କହିଛନ୍ତି, ଏହିଁ ମଞ୍ଚ ଭାରତର ଉଦୀୟମାନ ସ୍ରଷ୍ଟାମାନଙ୍କୁ ବିଶ୍ବ ପ୍ରଯୋଜକ ଏବଂ ସୃଜନଶୀଳ
ନେଟୱର୍କ ସହ ଯୋଡ଼ିପାରିଛି। ଏହା କେବଳ ଚଳଚ୍ଚିତ୍ର ନିର୍ମାଣ ଉପରେ ଆଧାରିତ ନୁହେଁ, ବରଂ ଏହା ଦେଶର ସୃଜନଶୀଳ ଭବିଷ୍ୟତକୁ ଆକାର ଦେଉଛି ।
ଅଂଶଗ୍ରହଣକାରୀମାନଙ୍କୁ 48 ଘଣ୍ଟିଆ ଚଳଚ୍ଚିତ୍ର ନିର୍ମାଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଆହ୍ବାନ କରି ଡକ୍ଟର ମୁରୁଗନ କହିଛନ୍ତି ଏହି ପ୍ରତିଯୋଗିତାର ଉଚ୍ଚସ୍ତରୀୟ ପ୍ରତିଦ୍ବନ୍ଦିତା ନିର୍ମାତାମାନଙ୍କର ଉପରେ ଚାପ ସୃଷ୍ଟି କରିବ ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି ସହିତ ଶ୍ରେଷ୍ଠ ପ୍ରଦର୍ଶନ ଦର୍ଶନ କରିବାର ସୁଯୋଗ ଆଣିଦେବ। ନବପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା, ଭାରତର ସୃଜନଶୀଳ କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ମନୋରଞ୍ଜନ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଲାଗି ସରକା ଘରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଭାରତୀୟ ସୃଜନଶୀଳ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇସିଟି) ମୁମ୍ବାଇ ବିଷୟରେ ସେ ଅବତାରଣା କରିଥିଲେ। କେନ୍ଦ୍ର ମନ୍ତ୍ରୀ କହିଥିଲେ ଏକ ଉଜ୍ଜ୍ବଳ ଏବଂ ଏବଂ ନୂତନ ଉଦ୍ଭାବନ ଆଧାରିତ ସୃଜନଶୀଳ କ୍ଷେତ୍ର ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣକୁ ସାକାର କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି ।
ସିଏମଓଟି ପ୍ରତିଯୋଗିତାରେ ଚୟନ ହୋଇଥିବା ଯୁବପ୍ରତିଭାମାନଙ୍କୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ୟର ସଚିବ ସଞ୍ଜୟ ଜାଜୁ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ, ସେମାନଙ୍କର AD ଉଲ୍ଲେଖନୀୟ ଉପଲବ୍ଧି। ଅଂଶଗ୍ରହଣକାରୀଙ୍କ ଉତ୍ସାହକୁ ପ୍ରଶଂସା କରି ସଚିବ ଚୟନ ଏକ କହିଥିଲେ, ଗତବର୍ଷ ଏହି ପ୍ରତିଯୋଗିତାରେ ଅସଧାରଣ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା। ଅନ୍ତିମ ଚଳଚ୍ଚିତ୍ର ପ୍ରଦର୍ଶନ ଓସ୍କାର ଭଳି ହୋଇଥିଲା। ସେ ଜୋର ଦେଇ କହିଥିଲେ, ସିଏମଓଟି ବିରଳ ସହଭାଗିତାକୁ ପ୍ରୋତ୍ସାହିତ କରିଥାଏ। ଏଠାରେ ଅପରିଚିତ ଲୋକମାନେ ଚାପଯୁକ୍ତ ପରିବେଶରେ ଉତ୍କୃଷ୍ଟ ଚଳଚ୍ଚିତ୍ର ନିର୍ମାଣ ଲାଗି ଏକତ୍ରିତ ହୋଇଥା'ନ୍ତି। ଏମାନଙ୍କ ମଧ୍ୟରୁ ଅନେକ ରବିଷ୍ୟତର କାହାଁଣୀକାର ଏବଂ ବିଶ୍ବରେ ଭାରତର ସାଂସ୍କୃତିକ ଦୂତ ରୂପେ ପ୍ରସିଦ୍ଧି ହାସଲ କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଜଣେ ସିଏମଓଟି ପ୍ରତିଯୋଗୀ ନିକଟରେ ଜାତୀୟ ଚଳଚ୍ଚିତ୍ର ଚଚ୍ଚିତ୍ର ପୁରସ୍କାର ଜିତିଥିବା ସେ ଉଲ୍ଲେଖ କରିଥିଲେ।
ସର୍ଟସ୍ ଇଣ୍ଟରନେସନାଲର ପ୍ରତିଷ୍ଠାତା ଏବଂ ସିଇଓ କାର୍ଟର ପିଲଚର ଚଳିତ ବର୍ଷର ସିଏମଓଟିକୁ ବର୍ତ୍ତମାନସୁଦ୍ଧା ସବୁଠାରୁ ରୋମାଞ୍ଚକର ସଂସ୍କରଣ ମଧ୍ୟରୁ ଗୋଟିଏ ଭାବେ ବର୍ଣ୍ଣନା କରିଥିଲେ। ଅନ୍ୟ କୌଣସି ବିଶ୍ବ ମହୋତ୍ସବରେ ଏଭଳି ଏକ ଅତୁଳନୀୟ ମଞ୍ଚ ଦେଖୁବାକୁ ମିଳିନଥାଏ ବୋଲି ସେ କହିବା ସହିତ ଏଥିପାଇଁ ମନ୍ତ୍ରଣାଳୟକୁ ପ୍ରଶଂସା କରିଥିଲେ। ପିଲଚର୍ କହିଥିଲେ, ପୂର୍ବ ସଂସ୍କରଣର ଅଂଶଗ୍ରହଣକାରୀମାନେ ପୂର୍ବରୁ କାନ୍ସ ସମେତ ବିଶ୍ବବ୍ୟାପୀ ପ୍ରମୁଖ ମହୋତ୍ସବରେ ସେମାନଙ୍କର କାହାଣୀ ପ୍ରଦର୍ଶନ କରୁଛନ୍ତି ଏବଂ ଓସ୍କାର ମନୋନିତ ତାଲିକାରେ ମଧ୍ୟ ସ୍ଥାନ ପାଇଛନ୍ତି । ନିର୍ମାତାମାନଙ୍କୁ ଏହି ସୁଯୋଗକୁ ଶିଖୁବା, ସହଯୋଗ କରିବା ଏବଂ ସୃଜନଶୀଳ ସୀମାକୁ ଆଗକୁ ବଢ଼ାଇବା ପାଇଁ ସେ ଅନୁରୋଧ କରିଥିଲେ । ସେ ଆହୁରି କହିଥିଲେ, ବର୍ତ୍ତମାନ ସଂକ୍ଷିପ୍ତି-ଆକାରର କାହାଣୀ ବର୍ଣ୍ଣନାକୁ ବିଶ୍ବ ମନୋରଞ୍ଜନ କ୍ଷେତ୍ରରେ ଗ୍ରହଣୀୟ ହୋଇପାରିଛି।
ଉଦଘାଟନୀ ଉତ୍ସବରେ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଚଳଚ୍ଚିତ୍ର) ଡକ୍ଟର ଅଜୟ ନାଗଭୂଷଣ ଏବଂ ଏନଏଫଡିସି ପରିଚାଳନା ନିର୍ଦ୍ଦେଶକ ପ୍ରକାଶ ମଗଦମ୍ ମଧ୍ୟ ଉପସ୍ଥିତ ଥିଲେ।