ଆଞ୍ଚଳିକ ପାଣିପାଗର ଆନୁମାନିକ ସୂଚନା...

Nov 17, 2026 - 08:52
 10
ଆଞ୍ଚଳିକ ପାଣିପାଗର ଆନୁମାନିକ ସୂଚନା...

ସ୍ପଷ୍ଟ ହେଲା ସମ୍ଭାବ୍ୟ ବାତ୍ୟାର ଗତିପଥ।  

୨୦ ତାରିଖରେ ଆନ୍ଧ୍ର ଉପକୂଳ ଛୁଇଁବ। ନେଲୋର ଏବଂ ଟୁନି ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । 

୨୦ରେ ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳ ଅତିକ୍ରମ କରିବ। 

'ଅତି ଭୀଷଣ ବାତ୍ୟା' ଆକାରରେ ଛୁଇଁବ ଉପକୂଳ ।

ପବନର ବେଗ ଘଣ୍ଟା ପ୍ରତି ୧୪୫ କିମି ରହିବ ।  

୧୮ ଓ ୧୯ ତାରିଖରେ ଓଡ଼ିଶାର ଉପକୂଳ ଜିଲ୍ଲାରେ ଓ ଉତ୍ତର ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । 

ଦକ୍ଷିଣ ଓଡିଶାରେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ । 

୧୯ରୁ ୨୧ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ବିଶେଷ ପ୍ରଭାବ ରହିବ, କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ବିଶେଷ ପ୍ରଭାବ ରହିବ ନାହିଁ ।