ଆମ୍ ଆଦ୍ମୀ ପାର୍ଟିରେ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ତାଲିକା
ଆମ୍ ଆଦ୍ମୀ ପାର୍ଟିର ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ତାଲିକାକୁ ଦୃଷ୍ଟିରେ ରଖି ଦଳର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ ଏବଂ ଓଡିଶା ପ୍ରଭାରୀ ତଥା ଦିଲ୍ଲୀ କ୍ଯାଣ୍ଟର ବିଧାୟକ ବୀରେନ୍ଦ୍ର ସିଂ କାଡିଆନ ତିନି ଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ୱର ପହଁଞ୍ଚିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରଠାରେ ରାଜ୍ଯ ସଭାପତି ନିଶିକାନ୍ତ ମହାପାତ୍ର, ବିଭିନ୍ନ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ସହିତ ହଜାର ହଜାର କର୍ମୀ ସେମାନଙ୍କୁ ସ୍ବାଗତ କରି ରାଜ୍ଯ ଅତିଥି ଭବନ ଠାରେ ପହଁଞ୍ଚିଥିଲେ। ପ୍ରଥମ ଦିନରେ ଦଳର ଆଶାୟୀ ପ୍ରାର୍ଥୀ, ଅନ୍ୟ ଦଳରୁ ବିମୁଖ ଆଶାୟୀ ପ୍ରାର୍ଥୀ ତଥା ବିଭିନ୍ନ ମହଲରୁ ବୁଦ୍ଧିଜୀବୀମାନେ ଉଭୟ ମନ୍ତ୍ରୀ ଓ ପ୍ରଭାରୀଙ୍କୁ ଭେଟି ନିଜ ନିଜ କ୍ଷେତ୍ରର ସ୍ଥିତି ଜଣାଇଥିଲେ ଏବଂ ସାଧାରଣ ନିର୍ବାଚନରେ ଭାଗ ନେବାପାଇଁ ନିଜର ଦାବି ଉପସ୍ଥାପନ କରିଥିଲେ। ଆସନ୍ତା କାଲି ଅନ୍ଯ ଦଳର ଅନେକ ଅସନ୍ତୁଷ୍ଟ ଆଶାୟୀ ପ୍ରାର୍ଥୀଙ୍କ ସହ ଆଲୋଚ଼ନାର କାର୍ଯ୍ୟକ୍ରମ ରହିଛି।