ଆରମ୍ଭ ହେଲା ବାଲିଯାତ୍ରା ପ୍ଲଟ ନିଲାମ ପ୍ରକ୍ରିୟା...

Nov 3, 2026 - 12:56
 4
ଆରମ୍ଭ ହେଲା ବାଲିଯାତ୍ରା ପ୍ଲଟ ନିଲାମ ପ୍ରକ୍ରିୟା...

ଆଜି ଠାରୁ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା 2026 ପାଇଁ ପ୍ଲଟ ନିଲାମ ପ୍ରକ୍ରିୟା ।  

ଏହି ପ୍ରକ୍ରିୟା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ନିଲାମ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ୭ ଟି ଟିମ୍ ଗଠନ କରିଛି କଟକ ଜିଲ୍ଲା ପ୍ରଶାସନ । 

ପ୍ରତିଦିନ ସକାଳ ୧୦ ଟାରୁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ଅପରାହ୍ନ ୨ ଟାରୁ ୩ ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ବିରତି ରହିବ ।

ନିଲାମରେ ଭାଗ ନେବା ପାଇଁ ପଞ୍ଜିକରଣ କରିଥିବା ବ୍ୟକ୍ତି ଯଦି ନିଲାମରେ ଭାଗ ନିଅନ୍ତି ନାହିଁ, ତେବେ ସେମାନଙ୍କ ଦାଖଲ କରିଥିବା ଫି’ ଫେରସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛି ପ୍ରଶାସନ ।  

ବିଭିନ୍ନ ପ୍ଲଟ୍ ପାଇଁ ଏକାଧିକ ପଞ୍ଜିକରଣ ହୋଇଥିବାରୁ ପ୍ରାୟ ୩୦୦ ରୁ ୪୦୦ ଟି ପ୍ଲଟ୍ ନିଲାମ ପ୍ରକ୍ରିୟାରେ ସାମିଲ ହେବା ନେଇ ଆଶା କରାଯାଉଛି ।   

ଗତ ଅକ୍ଟୋବର ମାସ ୩୧ ତାରିଖ ପଞ୍ଜୀକରଣର ଅନ୍ତିମ ଦିନ ଥିଲା । ପ୍ଲଟ୍ ପଞ୍ଜିକରଣ ପାଇଁ ବେସ୍ ପ୍ରାଇସ୍ ୬୦ ରୁ ୬୫ ଟଙ୍କା ମଧ୍ୟରେ ରଖାଯାଇଥିଲା ।  

ତେବେ ପ୍ଲଟ ନିଲାମ ପ୍ରକ୍ରିୟାରେ ଆହୁରି ସୁଧାର ଆଣିବାର ଆବଶ୍ୟକତା ରହିଛି ବୋଲି ମତ ରଖିଛନ୍ତି ବ୍ୟବସାୟୀ ।