"ଆଶ୍ରୟ" ଫିଲ୍ମର ମହୁରତ ଉତ୍ସବ...
ମଞ୍ଚେଶ୍ବର ରେଲୱେ କଲୋନିସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଓଡ଼ିଆ ଚଳଚ୍ଚିତ୍ର 'ଆଶ୍ରୟ'ର ମହୁରତ ଅନୁଷ୍ଠିତ ହୋଇଯାଇଛି।
ବାପା, ମା ବୟସ୍କ ହେବାପରେ ପିଲାମାନେ କିପରି ସେମାନଙ୍କ ବୃଦ୍ଧାଶ୍ରମକୁ ପଠାଇ ଦେଉଛନ୍ତି ଏବଂ ବାପା, ମା ଏନେଇ ନିର୍ଯ୍ୟାତନାର ଶିକାର ହେଉଛନ୍ତି ଏହା ଉପରେ ଅଳଚ୍ଚିତ୍ର ଆଶ୍ରମ ଆଧାରିତ।
ସମାଜକୁ ଏକ ସଚେତନତା ବାର୍ତ୍ତା ଦେଉଥିବା ଏହି ଫିଲ୍ମକୁ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥିଭାବେ ଯୋଗଦେଇ କ୍ଲାପିଂ କରି ମହୁରତ କରିଥିଲେ।
ମହୁରତ ଅବସରରେ ଫିଲ୍ମର ମୁଖ୍ୟ କଳାକାର ପଦ୍ୟୁମ୍ନ ଲେଙ୍କା, ଡ଼ଲି ଅପା, ହାସ୍ୟଅଭିନେତା ପ୍ରଜ୍ଞା, କାଳିଚରଣ, ଭୁପତି, ସଶ୍ମିତା, ମଧୁ, ଉତ୍କଳିକା, ମାନସ, ପ୍ରଦୀପ, ରବି ଓ ଶିଶୁ କଳାକାର ଡ଼ୁଗୁ ଏବଂ ପ୍ରୟୁକ୍ତି ଉପସ୍ଥିତ ରହିଥିଲେ।
ଚଳଚିତ୍ରଟିର ନିର୍ଦେଶନା ଦେଉଛନ୍ତି ଗୁଲସନ୍ କୁମାର, ପ୍ରଯୋଜନା କରୁଛନ୍ତି ଶୁଭଶ୍ରୀ ଦାଶ, ସଂଳାପରେ ଅଛନ୍ତି ଭାବବିନୋଦ, ନିର୍ମଳ କୃଷ୍ଣ ମିଶ୍ର କାହାଣୀ ଲେଖିଛନ୍ତି ଏବଂ କ୍ରିୟେଟିଭ ଉପଦେଷ୍ଟା ଅଛନ୍ତି ବିଦ୍ୟାଧର ବାରିକ।
ଆସନ୍ତା ୨୨ ତାରିଖରୁ ଏହା କଟକ, ଭୁବନେଶ୍ବର, ଢ଼େଙ୍କାନାଳ ଏବଂ ପୁରୀ ଜିଲ୍ଲାର ବିଭିନ୍ନ ସୁନ୍ଦରସ୍ଥାନରେ ସୁଟିଂ ହେବ।
ଯାହାକୁ ନେଇ ଆଜି ଠାରୁ ଟେକନିକାଲ ଟିମ୍ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି।