ଓଡ଼ିଶା ଅଭିଭାବକ ମହାସଂଘର ଆମରଣ ଅନଶନ ଡାକରା...

Jun 7, 2026 - 14:27
 11
ଓଡ଼ିଶା ଅଭିଭାବକ ମହାସଂଘର ଆମରଣ ଅନଶନ ଡାକରା...

ଓଡ଼ିଶା ଅଭିଭାବକ ମହାସଂଘ ୮ ଜୁନ୍ ସୋମବାର ଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବ। 

ସିଏଚ୍‌ଏସ୍‌ଇ ଘୋଟାଲାର ବିଚାରବିଭାଗୀୟ ତଦନ୍ତ ଦାବୀ ମୁଖ୍ୟ ଉଦେଶ୍ୟ 

COEMPT EduTek କେଉଁ ଅଧିକାରରେ ସରକାର ଓ ସିଏଚ୍‌ଏସ୍‌ଇ ଅନୁମୋଦନ ବିନା ତୃତୀୟ ପକ୍ଷକୁ କାର୍ଯ୍ୟ ଦେଇଛି ; ଏହା CBSE, NEET ପରି ଏକ ବଡ଼ ଘୋଟାଲା ନୁହେଁ କି ?

ଗୋଟିଏ ଛାତ୍ର ସିଏଚ୍‌ଏସ୍‌ଇ ବୋର୍ଡରେ ୧୦୦ ନମ୍ବର ବଦଳରେ ୧୦୨ ନମ୍ବର ପାଇଛି — ଏହା କେବଳ ଏକ ଉଦାହରଣ। 

କେଉଁ ଅନ୍ତର୍ନିହିତ କାରଣରେ COEMPT EduTekକୁ ଓଡ଼ିଶାରେ ରକ୍ଷା କରାଯାଉଛି ?

ତେଣୁ ଆଗାମୀକାଳଲି ୮ ଜୁନ୍ ସୋମବାର ସକାଳ ୧୦ଟାରେ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ, ଦୂରଦର୍ଶନ କେନ୍ଦ୍ର ନିକଟରେ, ଭୁବନେଶ୍ୱର ରେ ଏକତ୍ରିତ ହୋଇ ଛାତ୍ର ଓ ଛାତ୍ରୀଙ୍କ ଭବିଷ୍ୟତ ରକ୍ଷା ପାଇଁ ପ୍ରତିବାଦରେ ସାମିଲ୍ ହୋଇ ପ୍ରତିବାଦରେ ସହାୟକ ହୁଅନ୍ତୁ 

ଓଡ଼ିଶା ଅଭିଭାବକ ମହାସଂଘ