ଓଡ଼ିଶା ପାଇଁ କେନ୍ଦ୍ର ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା
ଓଡ଼ିଶା ପାଇଁ କେନ୍ଦ୍ର ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା
ଓଡ଼ିଶା ଭଳି ଖଣିଜ ସମୃଦ୍ଧ ରାଜ୍ୟରେ ସ୍ବତନ୍ତ୍ର ବିରଳ ମୃତ୍ତାକା ଖଣିଜ କରିଡର ପ୍ରତିଷ୍ଠା କରାଯିବ
ଓଡ଼ିଶାରେ ଜାତୀୟ ଜଳ ମାର୍ଗ-5 ନିର୍ମାଣ କରାଯିବ; ତାଳଚେର ଏବଂ ଅନୁଗୁଳର ଖଣି ସମୃଦ୍ଧ କ୍ଷେତ୍ରକୁ କଳିଙ୍ଗ ନଗର ସହିତ ପାରାଦୀପ ଓ ଧାମରା ବନ୍ଦର ସହ ଯୋଡ଼ିବ
ଓଡ଼ିଶା ସମେତ ଉପକୂଳବର୍ତ୍ତୀ କ୍ଷେତ୍ରରେ ଟର୍ଟଲ୍ ଟ୍ରେଲ୍ ବା କଇଁଛ ସୁରକ୍ଷା ସ୍ଥଳୀ ବିକଶିତ କରାଯିବ
କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରଣମ ଆଜି ସଂସଦରେ ଆଗତ କରିଥିବା 2026-27 ଆର୍ଥକ ବର୍ଷର ସାଧାରଣ ବଜେଟରେ ଓଡ଼ିଶା ସମେତ ପୂର୍ବ ଭାରତ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁ ଭଳି ଖଣିଜ ସମୃଦ୍ଧ ରାଜ୍ୟରେ ସ୍ବତନ୍ତ୍ର ବିରଳ ମୃତ୍ତାକା କରିଡର ପ୍ରତିଷ୍ଠା କରାଯିବ। ଏହା ବିରଳ ମୃତ୍ତାକାର ଖନନ, ପ୍ରକ୍ରିୟାକରଣ, ଗବେଷଣା ଏବଂ ଉତ୍ପାଦନକୁ ପ୍ରୋତ୍ସାହନ ଦେବ ।
ତାଳଚେର ଏବଂ ଦେଶରେ 20ଟି ନୂଆ ଜାତୀୟ ଜଳମାର୍ଗ ବିକଶିତ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିମଧ୍ୟରୁ ଓଡ଼ିଶାରେ ଜାତୀୟ ଜଳ ମାର୍ଗ-5 ନିର୍ମାଣ କରାଯିବ। ଏହି ଜଳମାର୍ଗ ତ ଅନୁଗୁଳର ଖଣି ସମୃଦ୍ଧ କ୍ଷେତ୍ରକୁ କଳିଙ୍ଗ ନଗର ସହିତ ପାରାଦୀପ ପ ଓ ଧାମରା ବନ୍ଦରକୁ ଯୋଡ଼ିବ । ଏଥିପାଇଁ ଆବଶ୍ୟକ ମାନବ ସମ୍ବଳ ବିକାଶ ଲାଗି ତାଲିମ ଅନୁ ଅନୁଷ୍ଠାନଗୁଡ଼ିକୁ ଆଞ୍ଚଳିକ ଉତ୍କର୍ଷ କେନ୍ଦ୍ର ରୂପେ ବିକ ନିକଶିତ କରାଯିବ। ଏହାବ୍ୟତୀତ ବାରଣାସୀ ଏବଂ ପାଟନାରେ ଅନୁର୍ଦେଶୀୟ ଜଳ ମାର୍ଗ ନିମନ୍ତେ ଜାହାଜ ମରାମତି ଶିଳ୍ପ କେନ୍ଦ୍ର ନିର୍ମାଣ କଟ କରାଯିବ। ଉପକୂଳ କାର୍ଗୋ ପ୍ରୋତ୍ସାହନ ଯୋଜନା ଦ୍ବାରା ମଧ୍ୟ ଉପକୂଳବା ଳବର୍ତ୍ତୀ ରାଜ୍ୟଗୁଡ଼ିକ ଲାଭାନ୍ବିତ ହେବେ। ଏହା ଅନୁର୍ଦେଶୀୟ ଜଳମାର୍ଗ ଏବଂ ଉପକୂଳ କୂଳ ଜାହାଜ ଚଳାଚଳକୁ ବଢ଼ାଇବ।
ସାରା ଦେଶରେ ସାତଟି ହାଇସ୍ପିଡ୍ ଇସ୍ପିଡ୍ ରେଳ କରିଡର ପ୍ରତିଷ୍ଠା କରାଯିବ ଯିବ । ଘରୋଇ କ୍ଷେତ୍ରରେ ଭାଗିଦାରୀରେ ପାଞ୍ଚଟି ଆଞ୍ଚଳିକ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନାରେ ରାଜ୍ୟଗୁଡ଼ିକୁ ସହାୟତା ଯୋଗାଇ ଦିଆଯିବ। ଦେଶରେ ତିନୋଟି ନୂଆ ସର୍ବଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ପ୍ରତିଷ୍ଠା ନିମନ୍ତେ ବଜେଟରେ ଘୋଷଣା କରାଯାଇଛି । ପୂର୍ବ ଭାରତରେ ଡିଜାଇନ୍ ଶିକ୍ଷା ଓ ବିକାଶକୁ ପ୍ରୋତ୍ସାହନ ଲାଗି ନୂଆ ଜାତୀୟ ଡିଜାଇନ ଅନୁଷ୍ଠାନ ପ୍ରତିଷ୍ଠା କରାଯିବ। ସେହିପରି ଦେଶର 15 ହଜାର ସ୍କୁଲ୍ ଏବଂ 500 କଲେଜରେ ଏଭିର୍ଜିସଁ କଣ୍ଟେଣ୍ଟ୍ କ୍ରିଏଟର ପ୍ରୟୋଗଶାଳା ପ୍ରତିଷ୍ଠା ଲାଗି ମୁମ୍ବାଇର ଆଇଆଇସିଟିକୁ ସହାୟତା ଯୋଗାଇ ଦିଆଯିବ। ପ୍ରମୁଖ ଶିଳ୍ପ ଏବଂ
ଲଜିଷ୍ଟିକ୍ କରିଡର ପାଖରେ ପାଞ୍ଚଟି ବିଶ୍ବବିଦ୍ୟାଳୟ ସହର ବିକଶିତ କରାଯିବ।
ଓଡ଼ିଶା ସମେତ କର୍ଣ୍ଣାଟକ ଟକ ଏବଂ କେରଳର ଉପକୂଳବର୍ତ୍ତୀ କ୍ଷେତ୍ରରେ ଟର୍ଟଲ୍ ଟ୍ରେଲ୍ ବା କଇଁଛ ସୁରକ୍ଷା ସୁଳୀ ବିକର୍ଶିତ କର୍ଶିତ କରାଯିବ। ଏହା ମାଧ୍ୟମରେ କଇଁଚ୍ଛଙ୍କ ଅଣ୍ଡାଦାନ ଏବଂ ଛୁଆ ଫୁଟାଇବା ପ୍ରକ୍ରିୟା ନିମନ୍ତେ ସୁରକ୍ଷିତ ଆବାସସ୍ଥଳ ସ୍ଥଳୀ ଯୋଗାଇ ଦିଆଯାଇପାରିବ। ଦେଶରେ 15ଟି ପ୍ରନୂତାତ୍ତ୍ୱିକ କ୍ଷେତ୍ର କ୍ଷତ୍ର ବିକଶିତ କରାଯିବ। ବିକାଶ ଏବଂ ନିଯୁକ୍ତି ସୁଯୋଗ ଯୋଗକୁ ତ୍ବରାନ୍ବିତ କରିବା ପାଇଁ ପୂର୍ବୋଦୟ ବୌଦୟ ରାଜ୍ୟ ଏବଂ ଉତ୍ତର-ପୂର୍ବ କ୍ଷେତ୍ର ଉପରେ ଧ୍ୟାନ ଦିଅନ୍ତୁ। ଦିଅନ୍ତୁ। ଦୁର୍ଗାପୁରରେ ଏକ ସୁସଂଯୁକ୍ତ ନୋଡ୍ ସହିତ ହିତ ସମନ୍ବିତ ପୂର୍ବତଟ ଶିଳ୍ପ କରିଡର, 5 ପୂର୍ବୋଦୟ ରାଜ୍ୟରେ 5 ଟି ପର୍ଯ୍ୟଟନ ସୁଳ ସୃଷ୍ଟି ଏବଂ ବଂ 4,000 ଇ-ବସ୍ ବ୍ୟବସ୍ଥା କରାଯିବାକୁ ବଜେଟ୍ରେ ଘୋଷଣା କରାଯାଇ ଯାଇଛି । ଅଧୂକ ନଡ଼ିଆ ଆ ଉତ୍ପାଦିତ ରାଜ୍ୟରେ ନଡ଼ିଆ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରାଯିବ ।
ହାବ୍ୟତୀତ ଉପକୂଳବର୍ତ୍ତୀ ରାଜ୍ୟରେ ନଡ଼ିଆ, ଚନ୍ଦନ, କୋକୋଆ ଏବଂ କାଜୁ ଭଳି ଚାଷକୁ ପ୍ରୋତ୍ସାହନ ମିଳିବ । ସରକାର ଷୋଡ଼ଶ ଅର୍ଥ ଆୟୋଗ ଅନୁଦାନ ଦାନ ଆକ ।କାରରେ ରାଜ୍ୟମାନଙ୍କୁ 1.4 ଲକ୍ଷ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବେ । ଏଥିରେ ଗ୍ରାମୀଣ ଓ ସହରାଞ୍ଚଳ ପ୍ରଶାସନ ଲାଗି ଅନୁଦାନ ଏବଂ ବିପର୍ଯ୍ୟୟ ପରିଚାଳନା ଅନୁଦାନ ସାମିଲ ରହିଛି ।