ଓଡ଼ିଶାରେ ସିଭିଲ ସର୍ଭିସ ଦିବସ ୨୦୨୬ ପାଳିତ

ସୁଶାସନ ଏବଂ ନାଗରିକ-କେନ୍ଦ୍ରିକ ସେବା ପ୍ରଦାନ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ଆହ୍ବାନ

Apr 23, 2026 - 12:04
 9
ଓଡ଼ିଶାରେ ସିଭିଲ ସର୍ଭିସ ଦିବସ ୨୦୨୬ ପାଳିତ

ଭୁବନେଶ୍ବର, ୨୨ ଏପ୍ରିଲ ୨୦୨୬:

ଓଡ଼ିଶା ସରକାରଙ୍କ ପକ୍ଷରୁ "ସିଭିଲ ସର୍ଭିସ ଦିବସ ୨୦୨୬″, ଏପ୍ରିଲ ୨୧ ତାରିଖରେ ରାଜ୍ୟ ସମ୍ମିଳନୀ କେନ୍ଦ୍ର, ଲୋକସେବା ଭବନ, ଭୁବନେଶ୍ବର ଠାରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀଙ୍କ ଦ୍ବାରା ଆୟୋଜିତ ହୋଇଥିଲା । ଏହି ଅବସରରେ ସରକା ରକାରୀ କର୍ମଚାରୀମାନେ ସାର୍ବଜନୀନ ସେବା, ସୁଶାସନ ଓ ନାଗରିକ-କେନ୍ଦ୍ରିକ ପ୍ରଶାସନ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବ୍ଯକ୍ତି କରିଥିଲେ । ପ୍ରତିବର୍ଷ ଏପ୍ରିଲ ୨୧ ତାରିଖରେ ପାଳିତ ହେଉଥ‌ିବା ସିଭିଲ ସର୍ଭିସ ଦିବସ ସରକାରୀ କର୍ମଚାରୀମାନଙ୍କୁ ଦେଶ ଗଢ଼ିବା ଓ ଉତ୍କୃଷ୍ଟ କୃଷ୍ଟ ସାର୍ବଜନୀନ ସେବା ପ୍ରଦାନ ପ୍ରତି ପ୍ରତିବଦ୍ଧତା ପୁନଃ ଜାଗରିତ କରିବାର ଅବସର ଦେଇଥାଏ ।

ଏହି କାର୍ଯକ୍ରମରେ ମୁଖ୍ୟ ଅତିଥ୍‌ ଭାବେ ମୁଖ୍ୟ ଶାସନ ସଚିବ, ଓଡ଼ିଶା, ଶ୍ରୀମତୀ ଅନୁ ଗର୍ଗ ଯୋଗଦେଇ ଉଦ‌ବୋଧନ ଦେଇଥିଲେ । ସେ 'ବିକଶିତ ଓଡିଶା' ଓ ‘ବିକଶିତ ଭାରତ' ଯାତ୍ରାର ଗୁରୁତ୍ବକୁ ଉଲ୍ଲେଖ କରିଥିଲେ । ସେ ଫଳାଫଳମୁଖୀ ଓ ନାଗରିକ କୈନ୍ଦ୍ରିକ ଶାସନ ପ୍ରଣାଳୀର ଆବଶ୍ୟକତାକୁ ଉଲ୍ଲେଖ କରିଥିଲେ, ଯାହା ଛଅଟି ମୁଖ୍ୟ ସିଦ୍ଧାନ୍ତି—ବ୍ୟାପକତା, ଗତି, ସମନ୍ବୟ, ବ୍ୟବସ୍ଥାଗତ ଗଠନ, ସରଳୀକରଣ ଓ ସ୍ଥାୟିତ୍ଵ ଉପରେ ଆଧାରିତ ।

ଏହି ଅବସରରେ ବିଶିଷ୍ଟ ଅତିų ଭାବେ ଯୋଗଦେଇ ପୂର୍ବତନ ମୁଖ୍ୟ ଶାସନ ସଚିବ, ଓଡିଶା ଡଃ. ଯୁଗଳ କିଶୋର ମହାପାତ୍ର, ତାଙ୍କର ସାରଗର୍ଭକ ବକ୍ରବ୍ୟ ମାଧ୍ଯମରେ ସ‌ହ‌ଯୋଗୀ ଶାସନର ନୂତନ ମଡେଲ୍ ଉପରେ ଆଲୋକପାତ କରି ମୂଲ୍ୟବାନ ପରାମର୍ଶ ଦେଇଥିଲେ ଏବଂ ଅଧୂକାରୀମାନଙ୍କୁ ସର୍ବୋଚ୍ଚ ସାର୍ବଜନିକ ସେବା ମାନଦଣ୍ଡ ରକ୍ଷା ପାଇଁ ଅନୁପ୍ରେରିତ କରିଥିଲେ ।

ଏହାପରେ ସଭାରେ ଏକ ପାରସ୍ପରିକ ଆଲୋଚନା ଓ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥ୍ରେ ବିଭିନ୍ନ ସ୍ତରର ଅଧୂକାରୀମାନେ ତାଙ୍କର ଅନୁଭବ, ଭାବନା, ସେବା ପ୍ରଦାନ ଓ ଶାସନର ଫଳାଫଳ ବୃଦ୍ଧି ପାଇଁ କୌଶଳ ଆଦାନ ପ୍ରଦାନ ନ କରିଥିଲେ ।

ସ୍ବାଗତ ଅଭିଭାଷଣରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶିକ। ଶ୍ରୀମତୀ ଚିତ୍ରା ଆରୁମୁଗମ, ଯୋଗଦେଇ ପରିବର୍ତ୍ତନଶୀଳ ଶାସନ ପରିପ୍ରେକ୍ଷୀରେ ସିଭିଲ୍ ସେବା ଅଧୂକାରୀମାନଙ୍କର ବିକାଶଶୀଳ ଭୂମିକାକୁ ଉଲ୍ଲେଖ କରିଥିଲେ ।

ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ପଦାଧୂକାରୀମାନେ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯକ୍ରମରେ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ପ୍ରାୟ ୩୦୦ ଅଧୂକାରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ମଧ୍ୟ ସିଧା ପ୍ରସାରଣ କରାଯାଇଥିଲା ।