ଓଡିଶା ସ୍ପେସ ସାଇନ୍ସ ରେ ଆଗକୁ ଯିବା ପାଇଁ ସରକାର ବିଭିନ୍ନ ଉପାୟ ଆପଣାଉଛନ୍ତି। ବୋଲି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।
ଓଡ଼ିଶାର ମହାକାଶ ଟେକନୋଲୋଜି ପାଇଁ ବହୁତ କିଛି ଅବଦାନ ରହିଛି। ସ୍ପେସ ଟେକନୋଲୋଜିକୁ ବ୍ୟବହାର କରି ଓଡିଶା ବହୁ ଆପ୍ଲିକେସନ ତିଆରି କରିଛି। ଯେମିତିକି ଫରେଷ୍ଟ ବିଭାଗ, ଏଗ୍ରିକଲଚର ବିଭାଗ, ଫୁଡ ଆଣ୍ଡ ସିଭିଲ ସପ୍ଲାଇ ବିଭାଗ ହେଉ ଏଭଳି ବହୁ ବିଭାଗ ପାଇଁ ପ୍ରାୟ 62 ଟି ସ୍ପେସ ରିଲେଟେଡ ଆପ୍ଲିକେସନ ଓଡିଶା ସ୍ପେସ ଆପ୍ଲିକେସନ ସେଣ୍ଟର ର ସାଇଣ୍ଟିଷ୍ଟ ମାନେ ପରିଶ୍ରମ କରି ସୃଷ୍ଟି କରି ପାରିଛନ୍ତି। ଓଡ଼ିଶାର ଅବଦାନ କିଛି କମ ନୁହେଁ ବୋଲି କହିଛନ୍ତି ଓଡିଶା ସ୍ପେସ ଓଡିଶା ସ୍ପେସ ଆପ୍ଲିକେସନ ସେଣ୍ଟର ର ପରିଚାଳନା ନିର୍ଦେଶକ ରଶ୍ମିତା ପଣ୍ଡା।
ସ୍ପେସ ସାଇନ୍ସ ରେ ଓଡିଶା ପଛରେ ରହିବ ନାହିଁ। ଜିଲ୍ଲା ସ୍ତରରେ ପ୍ରତିବର୍ଷ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରି କୃତି 30 ଛାତ୍ରଛାତ୍ରୀଙ୍କୁ ଇସ୍ରୋ ପଠା ଯାଉଛି। ସେଠାରେ ଅଭିଜ୍ଞ ବୈଜ୍ଞାନିଙ୍କ ସହମିଶି ବହୁତ କିଛି ଶିକ୍ଷା ନେଇ ଆସୁଛନ୍ତି। ଭବିଷ୍ୟତରେ ସେହି ଛାତ୍ରଛାତ୍ରୀ ବଡ଼ ବଡ଼ ସାଇଣ୍ଟିଷ୍ଟ ହେବେ। ଓଡିଶା ସ୍ପେସ ସାଇନ୍ସ ରେ ଆଗକୁ ଯିବା ପାଇଁ ସରକାର ବିଭିନ୍ନ ଉପାୟ ଆପଣାଉଛନ୍ତି। ବୋଲି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।