କମିଶନରେଟ ପୋଲିସ ଦୁର୍ଗା ପୂଜା ପାଇଁ ଟୁଇନ୍‍ ସିଟିକୁ ପୁରା ନିୟନ୍ତ୍ରଣ ରେ ରଖିଛି...

Sep 29, 2025 - 20:38
 8
କମିଶନରେଟ ପୋଲିସ ଦୁର୍ଗା ପୂଜା ପାଇଁ ଟୁଇନ୍‍ ସିଟିକୁ ପୁରା ନିୟନ୍ତ୍ରଣ ରେ ରଖିଛି...

କଟକ-ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି | ପୁଲିସ କମିଶନର ସୂଚନା ଦେଇ କହିଛନ୍ତି ଏଥର ଟ୍ୱିନସିଟିରେ ୬୧ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । 

ପୁଲିସ କର୍ମଚାରୀଙ୍କ ସହିତ ୨୦ପ୍ଲାଟୁନ୍‍ ହୋମଗାର୍ଡ ମଧ୍ୟ ମୁତୟନ ହୋଇଛନ୍ତି । 

ମୋଟ ୧୯୩ ମଣ୍ଡପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୨୪ଟି ମଣ୍ଡପରେ ଅଳଙ୍କାର ସୁରକ୍ଷା ବ୍ୟବସ୍ଥା ହୋଇଛି । 

ବିଦ୍ୟୁତ ଓ ନିଆଁରୁ ରକ୍ଷା କରିବାକୁ ବିଶେଷ ପଦକ୍ଷେପ ନିଆଯାଇଛି ।

କଟକ ଓ ଭୁବନେଶ୍ୱରରେ ଭିଡିଓ ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଉଛୁ ବୋଲି କମିଶନର କହିଛନ୍ତି| ଏହାସହିତ ଡ୍ରୋନ୍‍ ସହାୟତାରେ ମଣ୍ଡପ ଉପରେ ତୀକ୍ଷ୍ମ ନଜର ରଖାଯାଇଛି । 

ସ୍ମାର୍ଟ କଣ୍ଟୋଲ୍‍ ରୁମ୍‍ ଜରିଆରେ ପାର୍ବଣ ପରିଚାଳନା ହେଉଛି । ସିସିଟିଭି ନଜରରେ ରହିଛି ସବୁ ପୂଜା ମଣ୍ଡପ । 

ପୂଜା ପାଇଁ ସମସ୍ତଙ୍କର ସହଯୋଗ ଲୋଡିଛନ୍ତି ପୁଲିସ କମିଶନର ଏସ୍‍.ଦେବଦତ୍ତ ସିଂହ ।