କାଲିଠୁ ରାଜ୍ୟରେ ହୋଇପାରେ ବର୍ଷା

ଭୁବନେଶ୍ୱର: ଦୁଇଦିନର ପ୍ରବଳ ତାତିପରେ ରାଜ୍ୟରେ ବଦଳିଲା ପାଗ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆକାଶ ମେଘୁଆ ରହିବା ସହିତ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ମେଘୁଆ ପାଗ ପ୍ରଭାବରେ ଗତକାଲି ରାତିର ତାପମାତ୍ରା ୨ ଡିଗ୍ରୀ ପର୍ୟ୍ୟନ୍ତ କମିଛି । ପଶ୍ଚିମାଝଡ଼ ପ୍ରଭାବରେ ଏଭଳି ପାଗ ପରିବର୍ତ୍ତନ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏହି ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତାକାଲିଠାରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ । ୧୧ତାରିଖରେ ବର୍ଷାର ପରିମାଣ ଓ ବିସ୍ତୃତି ବଢିବ । ସେହିପରି ଯାଜପୁର, ଭଦ୍ରକ, ବାଲେଶ୍ବର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ସମେତ ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲାରେ ବର୍ଷା ନେଇ ସତର୍କତା ଜାରି କରଯାଇଛି । ୧୨ ତାରିଖରେ ଉପକୂଳ ଓଡ଼ିଶାର ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼ ସମେତ ୧୦ ଜିଲ୍ଲାରେ ବର୍ଷା ହୋଇପାରେ।

କାଲିଠୁ ରାଜ୍ୟରେ ହୋଇପାରେ ବର୍ଷା