କେଜ୍ରିୱାଲଙ୍କ ଆବେଦନ ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ଅରବିନ୍ଦ କେଜ୍ରିୱାଲଙ୍କ ଆଇନ ଦଳ ଦେଇଥିବା ଏକ ପିଟିସନର ଶୁଣାଣି ହେବାର ସମ୍ଭାବନା ରହିଛି। ଏହି ମାମଲାରେ ତାଙ୍କୁ ସୁରକ୍ଷା ଦେବାଲାଗି ଦିଲ୍ଳୀ ହାଇକୋର୍ଟ ମନା କରିଦେବା ପରେ ତାଙ୍କୁ ଗିରଫ କରାଯାଇଛି। କୌଣସି ଦୁର୍ନୀତି ମାମଲାରେ ଗିରଫ ହେବାରେ କେଜ୍ରିୱାଲ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ପୁଣି ଥରେ କେଜ୍ରିୱାଲଙ୍କୁ ପଚରାଉଚରା କରିଛି। ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କ୍ୟାମେରାରେ କଏଦ ହୋଇଛି । ଏଥିସହ ଲିଖିତ ଭାବେ ବୟାନ ରେକର୍ଡ କରାଯାଉଛି। ଆଜି କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବାବେଳେ ଏହାପରେ ଇଡି ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାର ସୂଚନା ରହିଛି ।

Mar 22, 2024 - 13:50
 4
କେଜ୍ରିୱାଲଙ୍କ ଆବେଦନ ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି