କୋରାନ୍‌ ପୋଡ଼ିଥିବାରୁ ମହିଳାଙ୍କୁ ଆଜୀବନ ଜେଲ୍‌

ଇସ୍‌ଲାମବାଦ୍‌: ଇସଲାମ ଧର୍ମର ପବିତ୍ର ଗ୍ରନ୍ଥ କୋରାନ ପୋଡିଥିବା ଅଭିଯୋଗରେ ଏକ ପାକିସ୍ତାନୀ ଅଦାଲତ ଜଣେ ମହିଳାଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଆସିୟା ବିବି (୪୦) ୨୦୨୧ରେ ତାଙ୍କ ଲାହୋରସ୍ଥିତ ବାସଭବନ ସମ୍ମୁଖରେ କୋରାନ ପୋଡିଥିଲେ ବୋଲି ଜଣେ ପଡୋଶୀ ଥାନାରେ ଅଭିଯୋଗ କରିଥିଲେ। ଫଳରେ ଆସିୟାଙ୍କ ବିରୋଧରେ ଧର୍ମ ଅବମାନନା ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ଏହି ଦଣ୍ଡାଦେଶ ବିରୋଧରେ ସେ ଲାହୋର ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି ଆୟେଶା କହିଛନ୍ତି।

Mar 24, 2024 - 19:34
 1
କୋରାନ୍‌ ପୋଡ଼ିଥିବାରୁ ମହିଳାଙ୍କୁ ଆଜୀବନ ଜେଲ୍‌