ଖାଦ୍ୟ ପାଇଁ ଖାଦ୍ୟ ମେଳା .

ମାଣ୍ଡିଆ ଆଦୃତ ଖାଦ୍ୟ ପାଇଁ ଖାଦ୍ୟ ମେଳା
ରାଇକିଆ ବ୍ଲକ ଅର୍ନ୍ତଗତ ଗୁମାମାହା ପଂଚାୟତ ର ଦିଗି ଗ୍ରାମ ଶ୍ରୀ ଅନ୍ନ ଅଭିଜାନ, ସ୍ୱାତୀ, ରାଇକିଆ ଦ୍ୱାରା ଖାଦ୍ୟମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଜିଲ୍ଲା କୃଷି ଅଧିକାରୀ ତୁଷାରକାନ୍ତି ତୁଙ୍ଗ ଉଦ୍ଘାଟନ କରିଥିବା ବେଳେ, ଜଳ ବିଭାଜିକା ପ୍ରକଳ୍ପ ନିଦେ୍ର୍ଦଶକ ପ୍ରଶନ କୁମାର ପାତ୍ର, ବ୍ଲକ କୃଷି ଅଧିକାରୀ ସଚିନ୍ଦ୍ର କୁମାର ସେଠୀ ଏବଂ ଅନ୍ୟାନ୍ୟ ବିଭାଗିୟ କର୍ମକର୍ତା ମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସହ ମାଣ୍ଡିଆ ସୁପ୍, କାଙ୍ଗୁ ଖିରି ପ୍ରସ୍ତୁତ କରାଯାଇ ପ୍ରଦର୍ଶନ ସହ ଅଂଶଗ୍ରହଣ କାରି ଙ୍କ ମଧ୍ୟରେ ପ୍ରଦାନ କରାଯାଇଥିଲା । ମାଣ୍ଡିଆ ଖାଦ୍ୟ କୁ ଲୋକ ମାନଙ୍କ ମଧ୍ୟରେ ଆଗ୍ରହ ବଢାଇବା ପାଇଁ ସ୍ୱାତୀ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ସହଯୋଗରେ କନ୍ଧମାଳ ମହତ୍ସୋବରେ ଏକ ପଦର୍ଶନୀ ଓ ବିକ୍ରୀ ବ୍ୟବସ୍ଥା ଅନୁଷ୍ଠାନ ତରଫରୁ କରାଯାଇଛି, ଏଥି ସହିତ ୧୩ ପ୍ରକାର ଦେଶି ଧାନ, ବିଭିନ୍ନ ପ୍ରକାର ଦେଶୀ ମାଣ୍ଡିଆ ପଦର୍ଶନୀ କରାଯାଇଛି । ଏହି କାର୍ଯ୍ୟକ୍ରମ କୁ ସ୍ୱାତୀ ର ଶ୍ରୀ ଅନ୍ନ ଅଭିଜାନ ର ସଂଯୋଜିକା ଅନ୍ନପୂର୍ଣ୍ଣା ପ୍ରଧାନ, ଜୟରାମ ମଲ୍ଲିକ, ହୃଶିକେଶ ଆମାୟତ ପରିଚାଳନା କରିଥିବା ବେଳେ କୃତିବାସ ପ୍ରଧାନ ଓ ଅନ୍ୟ ସ୍ୱାତୀ କର୍ମୀ ମାନେ ସହଯୋଗ କରିଥିଲେ ।
କନ୍ଧମାଳ ରୁ ଶିବ ପ୍ରସାଦ ନାୟକ ବିଶେଷ ଖବର .