ଖୁବ ଶୀଘ୍ର ପୁରୀରୁ ଅଯୋଧ୍ୟା ଚାଲିବ ସ୍ୱତନ୍ତ୍ର ଟ୍ରେନ : ଅଶ୍ୱିିନୀ ବୈଷ୍ଣବ

ଭୁବନେଶ୍ୱର : ରେଳ ମନ୍ତ୍ରୀଙ୍କ ଘୋଷଣା ପୁରୀରୁ ଅଯୋଧ୍ୟା ଚାଲିବ ସ୍ୱତନ୍ତ୍ର ଟ୍ରେନ । ଜୁଲାଇ – ଅଗଷ୍ଟ ମାସରେ ପୁରୀରୁ – ଅଯୋଧ୍ୟା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ । ପୁରୀ ମିଟିଂରେ ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ୱିିନୀ ବୈଷ୍ଣବ । ପୁରୀ – କୋଣାର୍କ ରେଳ ପ୍ରକଳ୍ପ ଆରମ୍ଭ ହେବ କହିଲେ ମନ୍ତ୍ରୀ । ଖୁବଶୀଘ୍ର ରେଳ ଲାଇନକୁ ଆପ୍ରୁଭାଲ ମିଳିବ ବୋଲି କହିଲେ । ପୁରୀର ବହୁ ପ୍ରତିକ୍ଷୀତ ସିଦ୍ଧମହାବୀର ରେଳ ଓଭରବ୍ରିଜ୍‌ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି। ଶରଧାବାଲିରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍‌ ଗଡକରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେଲେ। ଉତ୍ସବରେ ଅନ୍ୟ ଅତିଥିଭାବେ କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ଜାତୀୟ ରାଜପଥ ଓ ସଡ଼କ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ |

Feb 15, 2024 - 18:35
 3
ଖୁବ ଶୀଘ୍ର ପୁରୀରୁ  ଅଯୋଧ୍ୟା ଚାଲିବ ସ୍ୱତନ୍ତ୍ର ଟ୍ରେନ : ଅଶ୍ୱିିନୀ ବୈଷ୍ଣବ