ଖୁବ ଶୀଘ୍ର ରାଜଧାନୀରେ ପ୍ରତିଷ୍ଠା ହେବ ଡପଲର ରାଡାର ସିଷ୍ଟମ
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରାଜଧାନୀରେ ଡପଲର ରାଡାର ସିଷ୍ଟମ ପ୍ରତିଷ୍ଠା ହେବ ବୋଲି ସୂଚନା ଦେଲେ |
ଖୁବଶୀଘ୍ର ବାଲେଶ୍ଵର ଓ ସମ୍ବଲପୁରରେ ରାଡାର ସିଷ୍ଟମ କାର୍ଯ୍ୟକ୍ଷମ ହେବ ।
ବାଲେଶ୍ବର ଓ ସମ୍ବଲପୁରରେ ଭିତ୍ତିଭୂମି କାର୍ଯ୍ୟ ସରିଛି । ଖୁବ୍ କମ୍ ଦିନରେ କାର୍ଯ୍ୟକ୍ଷମ ହେବା ନେଇ ମନ୍ତ୍ରୀ ପୂଜାରୀ ଆଶା କରୁଛନ୍ତି।
ରାଡାର ସିଷ୍ଟମ କାର୍ଯ୍ୟକ୍ଷମ ହେବା ଦ୍ବାରା ପାଣିପାଗର ନିଖୁଣ ଆକଳନ କରାଯାଇପାରିବ ବୋଲି ମନ୍ତ୍ରୀ ଆଶା ପୋଷଣ କରିଛନ୍ତି |