ଖୋଲିଲା ପାଣ୍ଡିଆନ ଓ ନବୀନ ପଟନାୟକଙ୍କ ବିଦେଶ ଯାତ୍ରା କାହାଣୀ ପେଡି...
ବିଦେଶ ଭ୍ରମଣରେ ହୋଇଛି ସାଙ୍ଘାତିକ ଅର୍ଥ ତୋଷର ପାତ
ଗସ୍ତ କୌଣସି ରାଜ୍ୟ ହିତ ଉଦେଶ୍ୟରେ ନ ଥିବା ବେଳେ ରାଜକୀୟ ଅୟସର ଥିଲା ଏକ ରୋଡ଼ମାପ...
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭି.କେ. ପାଣ୍ଡିଆନ ଓ ଶ୍ରୀଯୁକ୍ତ ରବିକାନ୍ତଙ୍କ ବିବାଦୀୟ ଓ ରହସ୍ୟମୟ ବିଦେଶଗ୍ରସ୍ତର ସିବିଆଇ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ : ଓଡ଼ିଶା ସୂଚନା ଅଧିକାର ଅଭିଯାନ
ଭୁବନେଶ୍ୱର ୨୫/୧୧/୨୬ : ଗତ ଫେବୃୟାରୀ, ୨୦୨୬ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ବିବାଦୀୟ ରୋମ ଓ ଜାପାନ, ସିଙ୍ଗାପୁର ଓ ଥାଇଲାଣ୍ଡ ଗସ୍ତର ତଦନ୍ତ ପାଇଁ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଦାବୀ କରାଯାଇଥିଲା । ଗତ ତା.୨୧.୧୧.୨୦୨୬ରେ ଆମ୍ଭମାନଙ୍କର ଅଭିଯୋଗକୁ ଆଧାର କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଏହାପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହେବା ସହ ବିଜେଡ଼ି ଦଳ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଏବଂ ଜନମାନସରେ ମୁଖ୍ୟତଃ ମିଡ଼ିଆରେ ଅନେକ ପ୍ରଶ୍ନ ଓ ବିଭ୍ରାନ୍ତି ସୃଷ୍ଟି ହୋଇଛି ।
ଓଡ଼ିଶାବାସୀଙ୍କ ନିକଟରେ ଏସବୁ ସ୍ପଷ୍ଟୀକରଣ ରଖିବା ପାଇଁ ଆମ୍ଭେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛୁ l
ଆପଣମାନେ ଜାଣନ୍ତି, ଦୀର୍ଘ ୨୦ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଆମ୍ଭେ ସୂଚନା ଅଧିକାର ଆଇନକୁ ବ୍ୟବହାର କରି ପ୍ରଶାସନରେ ଲୁଚି ରହିଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆଣିଛୁ ଓ ନବୀନ ପଟ୍ଟନାୟକ ସରକାରର ଅନେକ ଦୁର୍ନୀତି ର ଖୋଲାସା କରିଛୁ । ବାସ୍ତବରେ ସୂଚନା ଅଧିକାର ଆଇନର ମୂଳ ଲକ୍ଷ୍ୟ ହେଉଛି ସରକାରଙ୍କୁ ପ୍ରଶ୍ନ କରିବା, ସରକାରଙ୍କ ନିକଟରୁ ଉଦ୍ତରଦାୟିତ୍ୱ ଦାବୀ କରିବା ଓ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ରଖିବା ।
ଏହିପରି ନାଗରିକମାନଙ୍କୁ ଏହି ଅଧିକାର ସୂଚନା ଅଧିକାର ଆଇନ୍ ଦେଇଛି ।ଆମ୍ଭେ ସ୍ପଷ୍ଟଭାବେ ଜଣାଇଦେବାକୁ ଚାହୁଁ ଯେ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ଦେବା ପରେ ବିଜେଡ଼ି ଓ ବିଜେପି ଓ କଂଗ୍ରେସ ମଧ୍ୟରେ ଯେଉଁ ବିବାଦ ଦେଖାଦେଇଛି, ସେହି ବିବାଦ ସଂପର୍କରେ ଆମ୍ଭର କହିବାର ନାହିଁ । ଆମ୍ଭେ ମଧ୍ୟ ରାଜନୈତିକ ବୟାନବାଜିରେ ବିଶ୍ୱାସ କରୁନା ।
୨୦୨୫ ମସିହାରେ ପ୍ରାୟ ସାତ ମାସ ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପୂର୍ବ ସରକାରର ସମସ୍ତ ମନ୍ତ୍ରୀ ଓ ବିଶେଷତଃ ଭି.କେ. ପାଣ୍ଡିଆନଙ୍କ ବିଦେଶ ଗସ୍ତ ସଂପର୍କରେ ବିଭିନ୍ନ ବିଭାଗ ଯଥା ସାଧାରଣ ପ୍ରଶାସନ ବିଭାଗ, ସଂସଦୀୟ ବ୍ୟାପାର ବିଭାଗ, ଗୃହ ବିଭାଗ, ପରିବହନ ବିଭାଗ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତର, ଚିଫ୍ ରେସିଡ଼େଣ୍ଟ କମିଶନରଙ୍କୁ ତଥ୍ୟ ମାଗିଥିଲୁ । ବିଜେଡ଼ି ସରକାର ସମୟରେ ଅନେକ ତଥ୍ୟ ଅଫିସରମାନେ ଦେଉନଥିଲେ । ତଥ୍ୟ ଲୁଚାଉଥିଲେ । କ୍ଷମତା ପରିବର୍ତ୍ତନ ପରେ ଏହିସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିଲା ।
ନବୀନ ପଟ୍ଟନାୟକ ଓ ଭି.କେ.ପାଣ୍ଡିଆନ କ୍ଷମତାରେ ଥିଲେ ବୋଧ ହୁଏ ଏହି ସବୁ ତଥ୍ୟ ପଦାକୁ ଆସିନଥାନ୍ତା । ଓଡ଼ିଶାବାସୀ ବି ନବୀନ ସରକାରର ଏହିସବୁ କେଳେଙ୍କାରୀ ସଂପର୍କରେ ଅନ୍ଧକାରରେ ରହିଥିଲେ ।
ସୂଚନା ଅଧିକାର ଆଇନ୍ରେ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ଜୁନ୍ ୨୦ ରୁ ୨୫ ୨୦୨୨ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଭି.କେ. ପାଣ୍ଡିଆନ ଓ ଶ୍ରୀ ରବିକାନ୍ତ ରୋମ ଗସ୍ତ କରିଥିଲେ । ସେମାନଙ୍କର ରୋମ ଗସ୍ତ ପରିଚାଳନା କରିଥିଲେ ଦୁଇଟି ଟ୍ରାଭେଲ୍ ଏଜେନ୍ସୀ - Travel Consultant ଏବଂ Multinational Tours . ଏହି ରୋମ ଗସ୍ତ ସମୟରେ ସମୁଦାୟ ୮୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।
Chief Resident Commissioner, New Delhi କାର୍ଯ୍ୟାଳୟ ବିଲ ପ୍ରସ୍ତୁତ କରିଥିଲେ ଏବଂ ସଂସଦୀୟ ବ୍ୟାପାର ବିଭାଗ ଏହି ବିଲ୍ ପଇଠ କରିଥିଲେ ।ରୋମରେ ନବୀନ ପଟ୍ଟନାୟକଙ୍କ ନାମରେ ଦୁଇଟି ହୋଟେଲ୍ରେ ସୁଟ୍ ବୁକ୍ ହୋଇଥିଲା । ରୋମ ସ୍ଥିତ Hotel Cavalieri, A Waldorf A storia Hotel ରେ ଜୁନ୍ ୨୦ ରୁ ୨୫, ୨୦୨୨ Napoleon Suite Book ହୋଇଥିଲା । ଏହି ହୋଟେଲ ବିଲ୍ ବାବଦ ଛଅଦିନ ପାଇଁ ଭାରତୀୟ ମୁଦ୍ରାରେ ୩୭,୦୭,୫୨୯ ପ୍ରଦାନ କରାଯାଇଥିଲା ଅର୍ଥାତ୍ ଦିନକୁ ଭଡ଼ା ଥିଲା ୬ଲକ୍ଷ ଟଙ୍କା ।
ସେହିପରି Hotel Hassler ରେ ଗୋଟିଏ Delux Suite ନବୀନ ପଟ୍ଟନାୟକଙ୍କ ନାମରେ ୨୪ ରୁ ୨୬, ଜୁନ୍, ୨୦୨୨ ବୁକ୍ ହୋଇଥିଲା । ଦୁଇଟି ହୋଟେଲ୍ରେ ଦୁଇଟି ସୁଟ୍ ନବୀନ ପଟ୍ଟନାୟକଙ୍କ ନାମରେ କାହିଁକି ବୁକ୍ ହୋଇଥିଲା ତାହା ସନ୍ଦେହଜନକ ଯାହାର ତଦନ୍ତ ଆବଶ୍ୟକ ।ସେହିପରି ରୋମରେ ଶ୍ରୀ ରବିକାନ୍ତ, ଆଇପିଏସ ଅଧିକାରୀ ୨୦, ଜୁନ୍ ୨୦୨୨ରେ ରୋମ ଗସ୍ତ କରିଥିଲେ ଯାହାକି Air Ticket ରୁ ଜଣାପଡ଼ିଛି । କିନ୍ତୁ ଶ୍ରୀ ରବିକାନ୍ତଙ୍କ ନାମରେ Courtyard Marriot Hotel ରେ ୧୮ ଜୁନ୍, ୨୦୨୨ ରୁ ସୁଟ୍ ବୁକ୍ କରାଯାଇଥିଲା । ଶ୍ରୀ ରବିକାନ୍ତ ଜୁନ୍ ୨୦, ୨୦୨୨ରେ ନୂଆ ଦିଲ୍ଲୀରୁ ରୋମ ଅଭିମୁଖେ ବାହାରିଥିଲାବେଳେ ଜୁନ୍ ୧୮ ରୁ ହୋଟେଲ ରୁମ୍ କାହିଁକି ବୁକ୍ ହୋଇଥିଲା । ଏହି ସୁଟ୍ରେ କିଏ ରହିଥିଲୁ ଏହାର ତଦନ୍ତ ଆବଶ୍ୟକ ।
ଶ୍ରୀ ନବୀନ ପଟ୍ଟନାୟକଙ୍କ ରୋମ ଗସ୍ତ କାର୍ଯ୍ୟକ୍ରମ ((Tour Programme) ର କପି ବିଭିନ୍ନ ବିଭାଗକୁ ମୁଖ୍ୟତଃ ସାଧାରଣ ପ୍ରଶାସନ ବିଭାଗ ଓ ସଂସଦୀୟ ବ୍ୟାପାର ବିଭାଗକୁ ମଗାଯାଇଥିଲା । ଏଭଳି କୌଣସି ତଥ୍ୟ ନଥିବାର ସେମାନେ ଜଣାଇଥିଲେ, କିନ୍ତୁ ସଂସଦୀୟ ବ୍ୟାପାର ବିଭାଗ ସେମାନଙ୍କ ରୋମ୍ ଗସ୍ତ କାର୍ଯ୍ୟକ୍ରମକୁ ତା.୧୫.୦୬.୨୦୨୨ରିଖରେ ରାଜ୍ୟପାଳ ମଞ୍ଜୁର କରିଥିବାର ଏକ ଅର୍ଡ଼ର କପି ଦେଇଥିଲେ ଏବଂ World food Programme ର ନିମନ୍ତ୍ରଣ କ୍ରମେ ଉକ୍ତ ସଂସ୍ଥାର ରୋମସ୍ଥିତ Head Quarter ପରିଦର୍ଶନ କାର୍ଯ୍ୟକ୍ରମ ଉଲ୍ଲେଖ ଥିଲା । କିନ୍ତୁ World food Programme ସହିତ ଓଡ଼ିଶା ସରକାରଙ୍କ ସହିତ ହୋଇଥିବା ଚିଠି ବା କୌଣସି ଡ଼କୁମେଣ୍ଟାରୀ କପି କୌଣସି ବିଭାଗ ଦେଇନଥିଲେ । ସାଧାରଣ ପ୍ରଶାସନ ବିଭାଗ ଏଭଳି କୌଣସି ଡ଼କୁମେଣ୍ଟ ନଥିବାର ଜଣାଇଥିଲେ । ସବୁଠାରୁ ବଡ଼ ପ୍ରଶ୍ନ, ଏହି ଗସ୍ତ କାର୍ଯ୍ୟକ୍ରମର ଏକ ଟ୍ରାଭେଲ ଏଜେନ୍ସିକୁ କାହିଁକି ଦାୟିତ୍ୱ ଦିଆଯାଇଥିଲା, ତାହା ତଦନ୍ତ ସାପେକ୍ଷ । ପୁଣି ରୋମ୍ରେ ଭି.କେ.ପାଣ୍ଡିଆନଙ୍କ ହୋଟେଲ ରହଣିର କୌଣସି ବିଲ୍ ନାହିଁ । ରାଜ୍ୟପାଳ ରୋମସ୍ଥିତ ଭାରତୀୟ ଦୂତାବାସ Local Transport ଏବଂ Protocol & Security arragement ପାଇଁ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ରୋମ୍ ଦୂତାବାସ ଓଡ଼ିଶା ସରକାରଙ୍କ ସହିତ କୌଣସି Correspondence ହୋଇନାହିଁ ବୋଲି ଜଣାଇଛନ୍ତି । ତେଣୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ କାହିଁକି କାର୍ଯ୍ୟକାରୀ କରାଗଲା ନାହିଁ, ତାହା ତଦନ୍ତ ସାପେକ୍ଷ ।
ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତ :
ଜାପାନର ଟୋକିଓ ସହରରେ Investors’ Meet ଆୟୋଜନ ପାଇଁ ଇପିକଲ୍ ତରଫରୁ ଫିକି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ଏପ୍ରିଲ୍ ୩ ରୁ ୧୧, ୨୦୨୩ ଟୋକିଓରେ ଅନୁଷ୍ଠିତ ହୋଇଥିଲା ।
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୯ଜଣିଆ ପ୍ରତିନିଧି ଦଳ ସରକାରୀ ଅଧିକାରୀ ଓ ତତ୍କାଳୀନ ଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଗସ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ସଂପର୍କୀତ ସମସ୍ତ ଦସ୍ତାବିଜ ଯଥା Tour Programme ଚିଠିର ଆଦାନ ପ୍ରଦାନ ବିଲ୍ ଭାଉଚର ଇତ୍ୟାଦିର ଫଟୋ କପି “ଇପିକଲ” ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫିକି ୧୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା ।
କିନ୍ତୁ ଏହି ବିଲ୍ରେ ନବୀନ ପଟ୍ଟନାୟକ, ରବିକାନ୍ତ ଓ ଭି.କେ. ପାଣ୍ଡିଆନ୍ଙ୍କ କୌଣସି ବିଲ୍ ନଥିଲା । OTDC ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏବଂ ଅନ୍ୟ ଅଧିକାରୀଙ୍କ ପାଇଁ ବିମାନ ଟିକେଟ୍ ବୁକ୍ କରିଥିଲାବେଳେ, ନବୀନ ପଟ୍ଟନାୟକ ପାଣ୍ଡିଆନ ଓ ରବିକାନ୍ତ ପାଇଁ ବିମାନ ଟିକେଟ୍ ବୁକ୍ କରିନଥିଲେ ।
ତେଣୁ ଏହାର ଖୋଳତାଡ଼ ଆରମ୍ଭ ହେଲା, ଏହି ସମୟରେ ସଂସଦୀୟ ବ୍ୟାପାର ବିଭାଗ ତଥ୍ୟ ଦେଲେ ଯେ, ଏହି ତିନି ଜଣଙ୍କ ଜାପାନ ଗସ୍ତ ପାଇଁ ୬୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଦୁଇଟି ଏଜେନ୍ସି ଜାପାନ ଗସ୍ତ ପାଇଁ ବିମାନ ଟିକେଟ୍, ହୋଟେଲ ବୁକିଙ୍ଗ ଓ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ କରିଛନ୍ତି ।
ସେହି ଦୁଇଟି ଏଜେନ୍ସି ହେଲେ Multinational Tours ଏବଂ Travel Consultanz l ବିଲ୍ ଗୁଡ଼ିକର ପରୀକ୍ଷା କରି ଦେଖାଗଲା ଟୋକିଓରେ ହୋଟେଲ ବୁକ୍ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସମୁଦାୟ ୭ଟି ହୋଟେଲ ବିଲ୍ ହୋଇଛି । ଅର୍ଥାତ୍ ୭ଜଣଙ୍କ ପାଇଁ payment ହୋଇଛି । ନବୀନ ବାବୁ ତାଙ୍କ ବ୍ୟକ୍ତି ଗତ ସହାୟକ, ସି.ଏସ୍.ପାତ୍ର, ଭି.କେ ପାଣ୍ଡିଆନ ଓ ରବିକାନ୍ତଙ୍କ ବ୍ୟତିତ ଆଉ ତିନି ଜଣ କିଏ ଥିଲେ । ସେମାନଙ୍କ ନାମ ଲୋକଲୋଚନକୁ ଆସିବା ଆବଶ୍ୟକ । ଏହି ୭ଟି ହୋଟେଲ ରୁମ୍ ବୁକ୍ ପାଇଁ ଖର୍ଚ୍ଚ ହୋଇଛି ୫୧,୮୬,୯୩୨ଟଙ୍କା । ସେହିପରି ବିମାନ ଭଡ଼ା ପାଇଁ ଖର୍ଚ୍ଚ ହୋଇଛି ୩୧ଲକ୍ଷ ଟଙ୍କା ।
ପରିବହନ ବିଭାଗରୁ ତା.୦୭.୦୭.୨୦୨୫ରେ ମିଳିଥିବା ତଥ୍ୟ ଅନୁଯାୟୀ, ଏହାପରେ ଶ୍ରୀ ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନ ଏକ ସ୍ୱତନ୍ତ୍ର ବିମାନରେ ତା.୦୩.୦୪.୨୦୨୩ରେ ଭୁବନେଶ୍ୱରରୁ ସିଙ୍ଗାପୁର ଏବଂ ତା.୧୧.୦୪.୨୦୨୩ରେ ବ୍ୟାଙ୍ଗକକରୁ ଭୁବନେଶ୍ୱର ଫେରିବା ପାଇଁ ଖର୍ଚ୍ଚ ହୋଇଛି ୧.୬୦କୋଟି ଟଙ୍କା । ନବୀନ ପଟ୍ଟନାୟକ, ରବିକାନ୍ତ ଓ ଶ୍ରୀ ଭି.କେ.ପାଣ୍ଡିଆନ ଏକ ସ୍ୱତନ୍ତ୍ର ବିମାନରେ ସିଙ୍ଗାପୁର କାହିଁକି ଗଲେ ଓ ଜାପାନରୁ ଫେରି ବ୍ୟାଙ୍ଗକ୍ କାହିଁକି ଯାଇଥିଲେ ଏହାର ତଦନ୍ତ ଜରୁରୀ ।
ମୁଖ୍ୟମନ୍ତ୍ରୀ ମୋହନ ମାଝି ତଦନ୍ତ ନିର୍ଦ୍ଦେଶ ଦେଲାପରେ ନବୀନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ତାଙ୍କ ବିଦେଶ ଗସ୍ତ ବହୁ ସୀମିତ ଓ ଓଡ଼ିଶା ସ୍ୱାର୍ଥ ପାଇଁ । ନବୀନ ବାବୁ ୨୦୧୨ ମସିହାରେ ଲଣ୍ଡନ ଯାଇଥିଲେ, ୨୦୨୨ ମସିହାରେ ଇଟାଲି ଓ ଦୁବାଇ ଯାଇଥିଲେ, ୨୦୨୩ରେ ସିଙ୍ଗାପୁର, ବ୍ୟାଙ୍ଗକ ଓ ଟୋକିଓ ଯାଇଥିଲେ । ଏହି ସବୁ ବିଦେଶ ଗସ୍ତ ସନ୍ଦେହ ଘେରରେ l ତେଣୁ ତଦନ୍ତ ହେଲେ ଓଡ଼ିଶାବାସୀ ଜାଣିବେ ନବୀନ ବାବୁ ବିଦେଶ ଗସ୍ତ କାହିଁକି କରିଥିଲେ ।
ସୂଚନା ଅଧିକାର ଆଇନ୍ରେ ମିଳିଥିବା ତଥ୍ୟ କୁ ଆଧାର କରି ଓଡ଼ିଶାବାସୀଙ୍କ ଗୋଚରାର୍ଥେ ଜଣାଇଲୁ ଓ ଏହିସବୁ ତଥ୍ୟ ରାଜ୍ୟ ସରକାରଙ୍କୁ ତଦନ୍ତ ପାଇଁ ପ୍ରଦାନ କରୁଛୁ । ଏହାର ତଦନ୍ତ କରି ସତ୍ୟାସତ୍ୟ ଲୋକଲୋଚନକୁ ଆଣିବା ଓ ବେଆଇନ୍ ଅର୍ଥ ଖର୍ଚ୍ଚ ଆଦାୟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରୁଛୁ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ଶ୍ରୀକାନ୍ତ ପାକଳ, ପ୍ରକାଶ ଦାସ, ସୁଧିର ମହାନ୍ତି, ସଂଯୁକ୍ତା ପାଣିଗ୍ରାହୀ, ପ୍ରିୟବ୍ରତ ଗଡ଼ନାୟକ, ଶ୍ରୀମନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।