ଗୋପାଳନ ସମ୍ଭଧୀୟ ରାଜ୍ୟସ୍ତରୀୟ ସମନ୍ବିତ ବୈଠକ...

Nov 22, 2025 - 16:34
 3
ଗୋପାଳନ ସମ୍ଭଧୀୟ ରାଜ୍ୟସ୍ତରୀୟ ସମନ୍ବିତ ବୈଠକ...

ଓୟୁଏଟି ସେଣ୍ଟର ଅଫ ଏକ୍ସଲେନ୍ସ ଦ୍ୱାରା ଭୁବନେଶ୍ୱର ଠାରେ ଗୋପାଳନ ସମ୍ବନ୍ଧୀୟ ଏକ ରାଜ୍ୟ ସ୍ତରୀୟ ସମନ୍ବିତ ବୈଠକ ଅନୁଷ୍ଠିତ ହୋଇଥିଲା l 

ଏଥିରେ ରାଜ୍ୟର 12ଗୋଟି ଜିଲ୍ଲାରୁ 21ଗୋଟି ଏଫପିଓ ପ୍ରତିନିଧି, ସଫଳ ଦୁଗ୍ଧ ଚାଷୀ, ସଫଳ ବ୍ୟବସାୟୀ ମାନେ ଯୋଗଦେଇଥିଲେ l 

ଏହି କାର୍ଯ୍ୟକ୍ରମରେ ବୌଦ୍ଧ କୃଷି ବିଜ୍ଞାନ କେନ୍ଦ୍ର ସୂଚନା କ୍ରମେ ବୌଦ୍ଧ ଜିଲ୍ଲାର ଅଗ୍ରଣୀ କୃଷକ ଉତ୍ପାଦନ ସଂଗଠନ ସାଲୁଙ୍କିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ମାହେଶ୍ୱରୀ ଗୋଶାଳାର ସମ୍ପାଦକ କୃତ୍ତିବାସ ପଲିଆ ଯୋଗଦେଇ ଗୋପାଳନରେ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ l 

ବିଭିନ୍ନ ସମସ୍ୟା ମଧ୍ୟରେ ଓଡିଶାରେ ଦେଶୀ ଗାଈଙ୍କ ସଂଖ୍ୟାହ୍ରାସ, ଗୋସେବା ପ୍ରତି ବିମୁଖ ହେଉଥିବା କାରଣ, ଜବରଦଖଲ ହୋଇଥିଲା ଗୋଚର ଜମିର ଉଦ୍ଧାର ସାଙ୍ଗକୁ ଗୋଚର ଜମିରେ ଘାସ ଚାଷ କରିବା, ଦେଶୀ ଗାଈ କ୍ଷୀରର ମୂଲ୍ୟ ବୃଦ୍ଧି, ଓଡିଶା ସରକାର ଚାଷୀ ମାନଙ୍କ ଠାରୁ ଗୋବର ଓ ଗୋମୂତ୍ର ଏଫପିଓ ମାନଙ୍କ ମାଧ୍ୟମରେ କ୍ରୟ କରି ଜୈବିକ ସାର ଓ ଔଷଧ ପ୍ରସ୍ତୁତି କରାଇ ଚାଷୀ ମାନଙ୍କୁ ଦେବାକୁ ପ୍ରସ୍ତାବ ଆଗତ କରିଥିଲେ l 

ଉକ୍ତ ବୈଠକରେ ବୌଦ୍ଧ କୃଷି ବିଜ୍ଞାନ କେନ୍ଦ୍ରର କୃଷି ବୈଜ୍ଞାନିକ ଡ଼.ମୟୂରୀ ସିଂ ସର୍ଦାର ଯୋଗଦେଇ ଥିଲେ ଓ ଆସନ୍ତା କମ ଦିନ ଭିତରେ ବୌଦ୍ଧର ଗୋପାଳନ କରୁଥିବା ଚାଷୀ ମାନଙ୍କୁ ନେଇ ଏକ ଦକ୍ଷତା ବୃଦ୍ଧି ତାଲିମ ଶିବିର ଆୟୋଜନ କରିବା ପାଇଁ ସୂଚନା ପ୍ରଦାନ କରିଛନ୍ତି l