ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ପ୍ରାଦେଶିକ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ...

Nov 10, 2025 - 21:19
Nov 10, 2025 - 21:20
 3
ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ପ୍ରାଦେଶିକ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ...

ଗୋବର୍ଦ୍ଧନ ମଠ ପୁରୀ- ଦୁଇଦିନ ଧରି ଗୋବର୍ଦ୍ଧନ ମଠ ପୁରୀ ପୀଠର ଭାଗବତ ଭବନରେ ପୀଠପରିଷଦ ଅନ୍ତର୍ଗତ, ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ପ୍ରାଦେଶିକ ସ୍ତରୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି। 

ଆଦିତ୍ୟ ବାହିନୀ ଓଡ଼ିଶା ପ୍ରାନ୍ତର ସାଧାରଣ ସମ୍ପାଦକ ଶ୍ରୀ କୁମାର ସତ୍ୟଜିତ ବେଜଙ୍କ ସୂଚନା ଅନୁଯାୟୀ ଓଡିଶା ରାଜ୍ୟର ପ୍ରାୟଃ ୨୩ଟି ଜିଲ୍ଲାର କାର୍ଯ୍ୟକର୍ତ୍ତା ଏବଂ ପଦାଧିକାରୀ ସମୂହ କାର୍ଯ୍ୟକାରିଣୀରେ ଭାଗ ନେଇଥିଲେ

ରାଜ୍ୟ ଉପ ସଭାପତି ରଘୁନାଥ ମହନ୍ତଜୀଙ୍କ ସଂଯୋଜନାରେ ୨ ଦିନିଆ ରାଜ୍ଯ କାର୍ଯ୍ୟକାରିଣୀ ରେ ଅନେକ ଗୁରୁତ୍ତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା | 

ପୂଜ୍ଯ ଜଗଦ୍ ଗୁରୁ ପୁରୀ ପୀଠାଧୀଶ ଶଙ୍କରାଚାର୍ଯ୍ୟ ମହାଭାଗଙ୍କର ନିଜସ୍ବ ମାନସ ସଂଗଠନର ପ୍ରାଦେଶିକ କାର୍ଯ୍ୟକାରିଣୀ ବର୍ଷରେ ଦୁଇଥର ଅନୁଷ୍ଠିତ ହୋଇଥାଏ। 

ଏହି କ୍ରମରେ ୨ଦିନିଆ କାର୍ଯ୍ୟକାରିଣୀକୁ ଅନୁଷ୍ଠାନିକ ଭାବରେ ପୂର୍ବାହ୍ନରେ ଦଣ୍ଡିସ୍ବାମୀ ବନ ବୈଭବାରଣ୍ଯ ସରସ୍ବତୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶିବିରକୁ ଉଦ୍ଘାଟନ କରିଥିଲେ। 

ପ୍ରାତଃ ସମୟରେ ପ୍ରଭାତଫେରୀ ଓ କୀର୍ତ୍ତନ କରାଯାଇ ଦିବସଟିକୁ ଆରମ୍ଭ କରାଯାଇଥିଲା।

ରାଜ୍ଯ ସଭାପତି ପଣ୍ଡିତ ମାତୃ ପ୍ରସାଦ ମିଶ୍ରଙ୍କର ଅଧ୍ୟକ୍ଷତାରେ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ସଂଗଠନର ପତାକା ଉତୋଳନ ପରେ,ରାଜ୍ଯ ଉପ ସଭାପତି ରଘୁନାଥ ମାହନ୍ତ ସ୍ବାଗତ ଭାଷଣ ଏବଂ ପଦାଧିକାରୀ ମାନଙ୍କର ପରିଚୟ ପ୍ରଦାନ କରିଥିଲେ।

ପରେ ବ୍ରହ୍ମଚାରୀ କୈଳାସ ଜୀ, ଗୋବର୍ଦ୍ଧନ ପୀଠ ଏବଂ ଗୁରୁ ପରମ୍ପରା ବିଷୟରେ ମାର୍ଗଦର୍ଶନ କରିବା ପରେ,ରାଜ୍ଯ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ମହାଭାଗ କାର୍ଯ୍ୟକର୍ତ୍ତାଙ୍କର ଚୟନ, ପ୍ରଶିକ୍ଷଣ ଏବଂ ନିୟୋଜନ ବିଷୟରେ ଆଲୋଚନା କରିବା ସହିତ କିପରି ଆଗାମୀ ଦିନରେ ଭାରତବର୍ଷ ହିନ୍ଦୁରାଷ୍ଟ୍ରରେ ଘୋଷିତ ହେବ ଏବଂ ଆମ ମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ବନ୍ଧରେ ଆଲୋଚନା କରିଥିଲେ।

ପରେ ପରେ ୫ଟି ବିଭାଗକୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା।  

ବିଭିନ୍ନ ବିଭାଗରେ କିପରି ଶାଖା,ସଂଗଠନ ଏବଂ ସଦସ୍ୟତା ଅଭିବୃଦ୍ଧି ହେବ ହେ ବିଷୟରେ ଆଲୋଚନା କରାଯାଇଥିଲା।

ଜଗଦ୍ ଗୁରୁ ମହାରାଜାଙ୍କର ମାର୍ଗଦର୍ଶନରେ ଏକ ଘଣ୍ଟା ଏବଂ ଏକ ଟଙ୍କା ପ୍ରକଳ୍ପ କିପରି ସମାଜର ସବୁସ୍ତରରେ ସନାତନୀ ହିନ୍ଦୁମାନେ ପାଳନ କରିବେ ସେ ସମ୍ବନ୍ଧରେ ମଧ୍ଯ ରାଜ୍ଯ ଅଧ୍ୟକ୍ଷ ମାର୍ଗଦର୍ଶନ ଦେଇଥିଲେ। 

ପରିଶେଷରେ ସାଧାରଣ ସମ୍ପାଦକ କୁମାର ସତ୍ୟଜିତ ବେଜ ଧନ୍ୟବାଦ ଅର୍ପଣ କରିଥିଲେ। 

ଶାନ୍ତିପାଠ ସହିତ କାର୍ଯ୍ଯକାରିଣୀ ସମାପନ ହୋଇଥିବା ସୂଚନା ଶ୍ରୀ ଶଙ୍କରାଚାର୍ଯ୍ୟ-ଗୋବର୍ଦ୍ଧନ ପୀଠ ସୂଚନା ଓ ଗଣମାଧ୍ୟମ ସଚିବ ଦେବାଶିଷ ମିଶ୍ର ପ୍ରକାଶ କରିଛନ୍ତି l