ଚଳଚ୍ଚିତ୍ର ଜଗତରେ ନାନାଙ୍କ ଜୀବନ୍ତ ଅଭିନୟ, ସଂଳାପ ପରିବେଷଣ ଚିରସ୍ମରଣୀୟ ରହିବ : ମନମୋହନ ସାମଲ...
ଭାରତୀୟ ସିନେମା ଜଗତର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ୭୫ବର୍ଷ ବୟସରେ ଦେହାନ୍ତ ହୋଇଛି।
ତାଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ସ୍ୱର୍ଗତଃ ପାଟେକରଙ୍କ ଦେହାନ୍ତରେ ଏକ ଯୁଗର ଅନ୍ତ ହୋଇଛି।
ସେ ଜଣେ ଯୁଗଜନ୍ମା କଳାକାର ଭାବେ ଅନେକ ଚଳଚ୍ଚିତ୍ରରେ ନିପୁଣ ଅଭିନୟ କରି ଶ୍ରେଷ୍ଠ ପୁରସ୍କାରପ୍ରାପ୍ତ କରିବା ସହ ଅନେକ ସୁନାମ ଅର୍ଜନ କରିଥିଲେ।
ଫିଲ୍ମଫେୟାର୍ ପୁରସ୍କାର ଇତିହାସରେ ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ସହ-ଅଭିନେତା ଏବଂ ଶ୍ରେଷ୍ଠ ଖଳନାୟକ ଭଳି ୩ ବର୍ଗରେ ପୁରସ୍କାର ଜିତି ଏକମାତ୍ର ଭାରତୀୟ ଅଭିନେତା ଭାବେ ରେକର୍ଡ ସୃଷ୍ଟି କରିଛନ୍ତି।
ଜୀବନ୍ତ ଅଭିନୟ ଓ ଶକ୍ତିଶାଳୀ ସଂଳାପ ପରିବେଷଣ ମାଧ୍ୟମରେ ନାନା ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛନ୍ତି ଯାହା ଚିରସ୍ମରଣୀୟ ହୋଇରହିବ।
ବଲିଉଡ୍ରେ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନର ଏକ ଖୋରାକ୍ ଯୋଗାଇଥିଲା ତାଙ୍କ ଅଭିନୟ।
ସ୍ୱର୍ଗତଃ ପାଟେକରଙ୍କ ବିୟୋଗ ଚଳଚ୍ଚିତ୍ର ଜଗତ ପାଇଁ ଅପୁରଣୀୟ କ୍ଷତି ବୋଲି ଶ୍ରୀ ସାମଲ କହିଛନ୍ତି।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତଃ ନାନା ପାଟେକରଙ୍କ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ଶ୍ରୀ ସାମଲ ସମବେଦନା ଜ୍ଞାପନ କରିଛନ୍ତି।