୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ ରଗବୀ ଓ ସାଇକ୍ଲିଂ ଚାମ୍ପିୟନସିପର ଉଦଯାପନୀ ସମାରୋହ...
ପି.ଏମ୍.ଶ୍ରୀ.ସରକାରୀ ଉଚ୍ଚ ବିଦ୍ୟାଳୟ,ଆଇ. ଆର. ସି ଭିଲେଜ ପରିସରରେ ତିନିଦିନ ବ୍ୟାପି ଚାଲିଥିବା ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ ରଗବୀ ଓ ସାଇକ୍ଲିଂ ଚାମ୍ପିୟନସିପ୍–୨୦୨୬ ଯାହା ଆଜି ଉଦଯାପନ ଘଟିଛି ।
ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ୧୪ ଓ ୧୭ ବର୍ଷରୁ କମ୍ ବୟସ ବର୍ଗର ବାଳକ ଓ ବାଳିକାମାନେ ଅଂଶଗ୍ରହଣ କରିଥିଲେ।
ଏହାର ଉଦଯାପନୀ ସମାରୋହରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷ।ଧିକାରୀ ତଥା ବି.ଏସ୍.ଏସ୍.ଏ. ର ସଭାପତି ଶ୍ରୀମତୀ ସୋନାମିକା ରାୟ ସଭାପତିତ୍ୱ କରି ଅନ୍ୟ ଅତିଥିଙ୍କ ସହ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କ୍ରୀଡ଼ାବିତ୍ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ପୂର୍ବତନ ଶାରୀରିକ ଶିକ୍ଷା ସହକାରୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ନୀଳମାଧବ ନନ୍ଦ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ।
ଅନ୍ୟାନ୍ୟ ସମ୍ମାନିତ ଅତିଥିଙ୍କ ମଧ୍ୟରେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଭୁବନେଶ୍ୱର ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ରାଉତ,ଓଡିଶା ରଗବି ଫୂଟବଲ ଆଶ୍ସୋସିଏସନ ର ଉପସଭାପତି ଶ୍ରୀଯୁକ୍ତ ଉପେନ୍ଦ୍ର ମହାନ୍ତି,ସହକାରୀ ନିର୍ଦ୍ଦେଶକ ଶାରୀରିକ ଶିକ୍ଷା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଶ୍ରୀଯୁକ୍ତ ଜ୍ୟୋତି ପ୍ରସାଦ ପରିଡ଼ା, ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଗୁଡିକର ପ୍ରଧାନଶିକ୍ଷକ ଯଥା ରିମାବାଳା ନାୟକ,ରୁପାଲି ସେନାପତି,ନୀହାରିକା ପଣ୍ଡା , ଅନିତା କୁମାରୀ ନାୟକ, ବୀଣାପାଣି ମହାନ୍ତି ଆଦି ଯୋଗ ଦେଇଥିଲେ।
ସ୍ୱତନ୍ତ୍ର ଅତିଥି କ୍ରୀଡ଼ାବିତ୍ ମାନଙ୍କ ଉଦ୍ଦେଶ୍ୟରେ ନିଜର ପ୍ରେରଣାଦାୟୀ ଅଭିଭାଷଣ ରଖିଥିଲେ ।
ଏହି ଅବସରରେ ୧୭ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ବର୍ଗରେ ଭୁବନେଶ୍ୱର ଚାମ୍ପିଅନ ଏବଂ ମୟୂରଭଞ୍ଜ ରନର୍ସ ଅପ୍ ହୋଇଥିବା ବେଳେ ସେହିପରି ୧୪ ବର୍ଷରୁ କମ୍ ବିଭାଗରେ ବାଳକ ବର୍ଗରେ ମୟୂରଭଞ୍ଜ ଚାମ୍ପିଅନ ଓ ଭୁବନେଶ୍ୱର ରନର୍ସଅପ୍ ଏବଂ ବାଳିକା ବର୍ଗରେ ଭୁବନେଶ୍ୱର ଚାମ୍ପିଅନ ଏବଂ ମୟୂରଭଞ୍ଜ ରନର୍ସଅପ୍ ହୋଇଅଛି।
୧୯ ଟି ଜିଲ୍ଲାରୁ ଆସିଥିବା ସର୍ବମୋଟ ୬୬୯
ଜଣ କ୍ରୀଡାବିତଙ୍କ ମଧ୍ୟରୁ ୫୯୫ଜଣ ରଗବିରେ ଏବଂ ୭୪ ଜଣ ସାଇକ୍ଲିଂରେ ଅଂଶଗ୍ରହଣ କରିଥିଲେ।
ସର୍ବ ଶେଷରେ ସ୍ବତନ୍ତ୍ର ଅତିଥିଙ୍କ ପକ୍ଷରୁ “୭୦ତମ ରାଜ୍ୟ ବିଦ୍ୟାଳୟସମୂହ ରଗବୀ ଓ ସାଇକ୍ଲିଂ ଚାମ୍ପିୟନଶିପ୍–୨୦୨୬”ର ଉଦଯାପନ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା ।
ପରିଶେଷରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭାପତି ଶ୍ରୀମତୀ ସୋନାମିକା ରାୟ ସମସ୍ତ ଚମ୍ପିୟାନ ଟିମ୍ ଗୁଡିକୁ ଆଗାମୀ ଜାତୀୟସ୍ତରରେ ହେବାକୁ ଥିବା ଚମ୍ପିୟାନସିପ ପାଇଁ ଶୁଭେଚ୍ଛା ଜଣାଇ ସଭାସାଙ୍ଗ କରିଥିଲେ ।