ଜାତୀୟ କୃମିନାଶକ ଦିବସ...
ଜାତୀୟ କୃମିନାଶକ ଦିବସ
ଜାତୀୟ କୃମିନାଶକ ଦିବସ ବର୍ଷକୁ ଦୁଇ ଥର ଫେବୃଆରୀ ଓ ଅଗଷ୍ଟ ମାସରେ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଦ୍ବାରା ମହିଳା ଓ ଶିଶୁ ବିକାଶ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଅଣସୂଚିତ ଜାତି ଓ ଜନଜାତି ବିଭାଗ ସହଯୋଗରେ ଏକ ନିର୍ଦ୍ଦିଷ୍ଟ ଦିନରେ ରାଜ୍ୟର ସମସ୍ତ ଜିଲ୍ଲା ନିଲ୍ଲାରେ ପାଳନ କରାଯାଉଛି । ଏହି ଦିନ ୧ ବର୍ଷରୁ ୧୯ ବର୍ଷ ପର୍ଯ ପର୍ଯ୍ୟନ୍ତ ସମସ୍ତ ପିଲାମାନଙ୍କୁ କୃମିନାଶକ ଔଷଧ ମାଗଣାରେ ଖାଇବାକୁ ଦିଆଯାଉଛି । এই ବୟସ ସୀମା ମଧ୍ଯରେ ବିଦ୍ୟାଳୟକୁ ଯାଉଥିବା ସମସ୍ତ ପିଲାମାନେ ସେମାନେ ପଢୁଥିବା ସମସ୍ତ ସରକାରୀ ও ବେସରକାରୀ ବିଦ୍ୟାଳୟରେ ଏହି ଔଷଧ ଶିକ୍ଷକମାନଙ୍କ ଦ୍ବାରା ଖାଇବେ । ଏହି ବୟସ ସୀମା ମଧ୍ୟରେ ରେ ବିଦ୍ୟାଳୟକୁ ଯାଉନଥୁବା ପିଲାମାନେ ସେମାନଙ୍କ ଅଞ୍ଚଳରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀଙ୍କ ଦ୍ବାରା ଏହି ଔଷଧ ଖାଇବେ
ଆମ ରାଜ୍ୟରେ ରକ୍ତହୀନତାକୁ ପ୍ରତିରୋଧ କରିବା ପାଇଁ ୨୦ ରୁ ୨୪ ବର୍ଷ ପର୍ଯ୍ୟନ୍ତ ପ୍ରଜନନକ୍ଷମ ମହିଳା ମାନଙ୍କୁ ଜାତୀୟ କୃମିନାଶକ ଦିବସ ରେ କୃମିନାଶକ ବଟିକା ଖାଇବାକୁ ଦିଆଯାଉଛି ।
ଏହି ଫେବୃଆରୀ ୨୦୨୬ରେ ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ଜାତୀୟ କୃମିନାଶକ ଦିବସ ପାଳନ କରାଯିବ । ଏହି ଜିଲ୍ଲା ଗୁଡିକରେ ୧ ରୁ ୧୯ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲା ଓ ୨୦ ରୁ ୨୪ବର୍ଷ ପର୍ଯ୍ୟନ୍ତ ପ୍ରଜନନକ୍ଷମ ମହିଳା ମାନଙ୍କୁ କୃମିନାଶକ ଔଷଧ ଖାଇବାକୁ ଦିଆଯିବ । ବରଗଡ, ବଲାଙ୍ଗିର, ଢେଙ୍କାନାଳ, ଗଞ୍ଜାମ ଓ ଯାଜପୁର ଜିଲ୍ଲାର ୭ ଟି IU ରେ ଲିମ୍ଫାଟିକ ଫ୍ୟାଲେରିଆସିସ ସମୂହ ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁସାରେ ୨ ବର୍ଷରୁ ଅଧିକ ସମସ୍ତ ଜନସାଧାରଣ ଙ୍କୁ ଡି. ଇ. ସି. ବଟିକା ସହିତ କୃମିନାଶକ ବଟିକା ଖାଇବାକୁ ଦିଆଯିବ। ଏହି ୭ ଟି IU ରେ ଜାତୀୟ କୃମିନାଶକ ଦିବସରେ ୧ ରୁ ୨ବର୍ଷ ବୟସର ପିଲାମାନଙ୍କୁ କୃମିନାଶକ ଦ୍ରବଣ ଖାଇବାକୁ ଦିଆଯିବ ।