ଜାତୀୟ ପ୍ରେସ ଦିବସ ପାଳନ ଅଵ୍ୟବହିତ ପୂର୍ବରୁ OUWJ ର ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱରସ୍ଥ କେଶରୀ ହୋଟେଲ ରେ ଅନୁଷ୍ଠିତ ହୋଇଯାଇଛି

Oct 27, 2026 - 16:07
 23
ଜାତୀୟ ପ୍ରେସ ଦିବସ ପାଳନ ଅଵ୍ୟବହିତ ପୂର୍ବରୁ OUWJ ର ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱରସ୍ଥ କେଶରୀ ହୋଟେଲ ରେ ଅନୁଷ୍ଠିତ ହୋଇଯାଇଛି

ଏହି ବୈଠକରେ ଓଡିଶା ରାଜ୍ୟ ସଭାପତି ସୁଜ୍ଞାନୀ ଚୌଧୁରୀ ସଭାପତିତ୍ୱ କରିଥିବା ବେଳେ ଅନ୍ୟ ଜିଲ୍ଲାର ସଭାପତି ଓ ସମ୍ପାଦକ ମାନେ ଉପସ୍ଥିତ ଥିଲେ | OUWJ ର ଆଇ କାର୍ଡ ନୂତନ ଓ ନବୀକରଣ ଦିଗରେ ସମସ୍ତଙ୍କୁ Focus କରାଯାଇଥିଲା |

ରାଜ୍ୟ ସ୍ତରୀୟ ପ୍ରେସ ଦିବସ କୁ ସଫଳତାର ସହ ସମ୍ପାଦନା କରିବା ଦିଗରେ ସମସ୍ତଙ୍କର ଯଥେଷ୍ଟ ଭୂମିକା କୁ ଗୁରୁତ୍ୱ ଦିଆଯାଇଥିଲା | ଭୁବନେଶ୍ୱର ସଂଗଠନ ଏ ଦିଗରେ ଅଗ୍ରଣୀ ଭୂମିକା ନେଇ କାର୍ଯ୍ୟକରିବ ବୋଲି କାର୍ଯ୍ୟକାରୀ ସଭାପତି ଅସିତ ମହାନ୍ତି ପ୍ରକାଶ କରିଥିଲେ | କାର୍ଯ୍ୟକ୍ରମ ଆରମ୍ଭରେ କଟକ ଜିଲ୍ଲା ସଭାପତି ଲଳିତ ବାବୁ ସ୍ୱାଗତ ଭାଷଣ ଦେଇଥିଲା ବେଳେ ପୁରୀ ଜିଲ୍ଲା ସଭାପତି ଶରତ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ |