ଜାଲି ଭୋଟର କିମ୍ବା ଡବଲ ଭୋଟର Card ଥିବା ଜନ ସାଧାରଣମାନେ ହୁସିଆର ହୋଇଯାଆନ୍ତୁ, ନ ହେଲେ ଆଇନ ହାତରେ ଫସିବେ

Sep 11, 2025 - 14:50
 12
ଜାଲି ଭୋଟର କିମ୍ବା ଡବଲ ଭୋଟର Card  ଥିବା ଜନ ସାଧାରଣମାନେ ହୁସିଆର ହୋଇଯାଆନ୍ତୁ, ନ ହେଲେ ଆଇନ ହାତରେ ଫସିବେ

ଭୋଟର ଯାଞ୍ଚ ପ୍ରକ୍ରିୟା SIR ଆରମ୍ଭହେଲେ ଜାଲ ଭୋଟର କିମ୍ବା ଡବଲ ଭୋଟର କାର୍ଡ ଥିବା ବ୍ୟକ୍ତିମାନେ ଆଇନ ହାତରେ ଫସି ଯାଇ ପାରନ୍ତି |

ଖୁବ ଶୀଘ୍ର ସାରା ଦେଶରେ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ ରିଭିଜନ (ଏସଆଇଆର) ଅର୍ଥାତ୍ ଭୋଟର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯିବ । 

ବିହାରରେ ନିର୍ବାଚନ ପୂର୍ବରୁ ଏସଆଇଆର ହେବାକୁ ନେଇ ରାଜନୈତିକ ବିରୋଧଭାସ ରହିଛି । ଏହାରି ଭିତରେ ସ୍ପଷ୍ଟ ହୋଇଛି ଯେ ଏବେ ସବୁ ରାଜ୍ୟରେ ଭୋଟର କାର୍ଡ ସଂଶୋଧନ ହେବ । 

ଆଗକୁ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ନିର୍ବାଚନ ହେବ । ୨୦୨୬ରେ ହେବାକୁ ଥିବା ଏହି ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟର ତାଲିକା ନୂଆ ହେବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନ୍ମସ୍ଥାନ ଯାଞ୍ଚ କରି ଜାଲ ଭୋଟରଙ୍କୁ ଚିହ୍ନଟ କରି ହେବ | 

ଫେବୃଆରୀରେ ମୁଖ୍ୟ ନିର୍ବାଚନ ଆୟୋଗ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଜ୍ଞାନେଶ କୁମାରଙ୍କ ଏହା ତୃତୀୟ ବୈଠକ। ଏଥିରେ ବରିଷ୍ଠ ଅଧିକାରୀମାନେ ଆୟୋଗର ଏସଆଇଆର ନୀତି ଉପରେ ମତ ଉପସ୍ଥାପନ କରିଥିଲେ ।  

ଏହା ପୂର୍ବରୁ, ନିର୍ବାଚନ ଆୟୋଗ ବିହାର ନିର୍ବାଚନ ଆୟୋଗକୁ ଏକ ପତ୍ର ପଠାଇ ଭୋଟରଙ୍କ ପରିଚୟ ପାଇଁ ଆଧାର କାର୍ଡକୁ ୧୨ତମ ଡକ୍ୟୁମେଣ୍ଟ ଭାବେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲା। 

ନିର୍ବାଚନ ଆୟୋଗର ଏହି ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ୮ ସେପ୍ଟେମ୍ବରର ଆଦେଶ ପରେ ଆସିଛି। ଏବେ ଆଧାରକାର୍ଡ ମଧ୍ୟ ଭୋଟର ଭେରିଫିକେସନ ପାଇଁ ଜରୁରୀ ହୋଇପାରିବ ।