ଟ୍ରକ- ହାଇୱା ମୁହାଁମୁହିଁ ଧକ୍କା

ରାୟଗଡା : ରାୟଗଡା ନିକଟରେ ଆଲୁମିନିୟମ ଗୁଣ୍ଡ ବୋଝେଇ ଟ୍ରକ ସହ ବୋଝେଇ ହାଇୱାର ମୁହାଁମୁହିଁ ଧକ୍କା ହୋଇଛି। ତେବେ ଆଲୁମିନିୟମ ଗୁଣ୍ଡ ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସୁଥିବା ବେଳେ ହାଇୱାକୁ ଧକ୍କା ଦେଇଥିଲା ଫଳରେ ଏପରି ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ ହାଇୱା ଗାଡିର ଚାଳକଙ୍କ ଗୋଡ଼ ଭାଙ୍ଗିଯାଇଛି। ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଖବର ପାଇବା ପରେ ସିକେରକୁପା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛନ୍ତି।

ଟ୍ରକ- ହାଇୱା ମୁହାଁମୁହିଁ ଧକ୍କା