ଟ୍ରିବ୍ୟୁନାଲରେ ଉପସ୍ଥାପିତ ଓଡିଶାର ମହାନଦୀରେ ଉପଲବ୍ଧ ଜଳରାଶି ସଂକ୍ରାନ୍ତୀୟ ତଥ୍ୟକୁ ସାର୍ବଜନୀନ କରାଯାଉ: ବିଜେଡି

May 22, 2026 - 18:50
 5
ଟ୍ରିବ୍ୟୁନାଲରେ ଉପସ୍ଥାପିତ ଓଡିଶାର ମହାନଦୀରେ ଉପଲବ୍ଧ ଜଳରାଶି ସଂକ୍ରାନ୍ତୀୟ ତଥ୍ୟକୁ ସାର୍ବଜନୀନ କରାଯାଉ: ବିଜେଡି

ଟ୍ରିବ୍ୟୁନାଲରେ ଉପସ୍ଥାପିତ ଓଡିଶାର ମହାନଦୀରେ ଉପଲବ୍ଧ ଜଳରାଶି ସଂକ୍ରାନ୍ତୀୟ ତଥ୍ୟକୁ ସାର୍ବଜନୀନ କରାଯାଉ: ବିଜେଡି

ମହାନଦୀ ଟ୍ରିବ୍ୟୁନାଲରେ ଓଡିଶା ସରକାର ସଠିକ୍ ତଥ୍ୟ ଉପସ୍ଥାପିତ କରୁ

ବିଭ୍ରାନ୍ତିକର ତଥ୍ୟ ଓଡିଶା ଓ ନଦୀ ରକ୍ଷାର ପରିପନ୍ଥୀ

ରାଜ୍ୟ ସରକାରଙ୍କ ତଥ୍ୟକୁ ମହାନଦୀ ବଞ୍ଚାଅ ଆନ୍ଦୋଳନର ଚ୍ୟାଲେଞ୍ଜ

ଭୁବନେଶ୍ବର, ୨୨/୦୫/୨୦୨୬: ଓଡିଶାର ଜୀବନରେଖା ମହାନଦୀର ଜଳ ସ୍ରୋତକୁ ଦୀର୍ଘ ବର୍ଷ ଧରି

ଏକଚାଟିଆ ଭାବେ ଛତିଶଗଡ ଅଟକାଇ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିଆସୁଛି। ଲଗାତାର ଭାବେ କେନ୍ଦ୍ର ସରକାର ଓ ଛତିଶଗଡ ସରକାରଙ୍କୁ ଅନୁରୋଧ କରି କୌଣସି ସୁଫଳ ନମିଳିବାରୁ ଓଡିଶା ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲା ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆନ୍ତରାଜ୍ୟ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହି ବିବାଦ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ କହିଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିପାରିଲା ନାହିଁ କହି କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।

ଆଜି ଏକ ପ୍ରେସ ବିବୃତ୍ତିରେ ଦଳର ମୁଖପାତ୍ର ତଥା ଗଣମାଧ୍ଯମ ସଂଯୋଜକ ଡ଼ ଲେନିନ ମହାନ୍ତି, ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ବିଜେପି ସରକାରଙ୍କ କୌଣସି ସ୍ପଷ୍ଟ ଆଭିମୁଖ୍ୟ ନାହିଁ। ସରକାର ଦ୍ଵନ୍ଦ୍ବରେ ଅଛନ୍ତି। ପ୍ରଥମେ ଆପୋସ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରାଯିବ ବୋଲି କୁହାଗଲା, କିନ୍ତୁ ସେ ଦିଗରେ କୌଣସି ଅଗ୍ରଗତି ହେଲା ନାହିଁ ବୋଲି କହିଥିଲେ ।

ଡ଼ ଲେନିନ ମହାନ୍ତି କହିଥିଲେ ଯେ, ରାଜ୍ୟ ବିଜେପି ସରକାର ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ବସିଛି। ଛତିଶଗଡ଼ ଓଡିଶା ସରକାରଙ୍କ କଥାକୁ ଶୁଣିବାକୁ ପ୍ରସ୍ତୁତ ନୁହେଁ ଓ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ରାଜ୍ୟ ବିଜେପି ସରକାରଙ୍କ କେନ୍ଦ୍ର ବିରୋଧରେ ସ୍ଵର ଉତ୍ତୋଳନ କରିବା ପାଇଁ ସାହସ ନାହିଁ। ଛତିଶଗଡ଼ ଏବେ ଅଧୂକ ଜଳ ରୋକିବା ପାଇଁ ତଳ ଅଞ୍ଚଳରେ ଓ ଉପ ନ‌ଦୀରେ ମଧ୍ୟ ଚେକ୍ ଡ୍ୟାମ ଓ ବାଲି ବନ୍ଧ ନିର୍ମାଣ କରୁଛି। ଗୋଟିଏ ପଟେ ଓଡ଼ିଶାର ଲୋକେ ପାଣି ମୁନ୍ଦିଏ ପାଇବା ପାଇଁ

ଡହଳ ବିକଳ ହେଉଛନ୍ତି, ଆର ପଟରେ ଛତିଶଗଡ଼ ଶିଳ୍ପକୁ ଜଳ ବିକ୍ରି କରୁଛି। ସମସ୍ୟାର ସମାଧାନର ରାସ୍ତା ବାହାର କରିବା ପରିବର୍ଭେ, ରାଜ୍ୟ ବିଜେପି ସର ରକାର ନାଟକବାଜି କରୁଛନ୍ତି।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଇତିମଧ୍ୟରେ ମହାନଦୀ ଟ୍ରିବ୍ୟୁନାଲର ନିର୍ଦ୍ଦେଶ କ୍ରମେ ଓଡ଼ିଶା ଓ ଛତିଶଗଡ଼ ପକ୍ଷ ପକ୍ଷରୁ ମହାନଦୀରେ ଉପଲବ୍ଧ ଜଳରାଶି ସଂକ୍ରାନ୍ତୀୟ ତଥ୍ୟ ଉପହୃ ପସ୍ଥାପନ କରିଛନ୍ତି ବୋଲି ଘୋଷଣା କରାଯାଇଛି । ଟ୍ରିବ୍ୟୁନାଲରେ ଦିଆଯାଇଥିବା ଆଯାଇଥିବା ତ‌ଥ୍ୟକୁ ନେଇ ‘ମହାନଦୀ ବଞ୍ଚ ବଞ୍ଚାଓ ଆନ୍ଦୋଳନ’ ପ୍ରଶ୍ନ କରିଥିଲେ । ଏହି ମର୍ମରେ ମହାନଦୀ ବଞ୍ଚାଓ ଆ ଆନ୍ଦୋଳନ ମୁଖ୍ୟମନ୍ତ୍ରୀ ନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିଲେ ଏବଂ ତାଙ୍କ ସହିତ ଆଲୋଚନା କରିବା ନିମନ୍ତେ ଏକ ସମୟ ନିର୍ଦ୍ଧାରଣ ପାଇଁ ଅନୁରୋଧ କରିଥିଲେ । । ମାନନୀୟ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ନା ଅନୁରୋଧ ରକ୍ଷା କଲେ ନା ‘ମହାନଦୀ ବଞ୍ଚାଓ ଆନ୍ଦୋଳନ’କୁ କୌଣସି ସମୟ ଦେଲେ । ମଇ ୨୦ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପାଇଁ ସୁଯୋଗ ନମିଳିବାରୁ ଆଜି ‘ମହାନଦୀ ବଞ୍ଚାଓ ଆନ୍ଦୋଳନ’ର କର୍ମକର୍ତ୍ତାଗଣ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ତାଙ୍କ ସହିତ ଆଲୋଚନା କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ। ଏହା ପରେ କମିଶନରେଟ ପୋଲିସ ଦ୍ୱାରା ମହାନଦୀ ପାଇଁ ଆନ୍ଦୋଳନରତ କର୍ମୀମାନଙ୍କୁ ସେଠାରୁ ଅଗଣତାନ୍ତ୍ରିକ ଭାବେ ଜୋରଜବରଦସ୍ତ ଉଠାଇ ନେଇଥିଲେ।

ମହାନଦୀ ଜଳରାଶି ସଂକ୍ରାନ୍ତୀୟ ଯେଉଁ ତଥ୍ୟ ୨ଟି ରାଜ୍ୟ ଉପସ୍ଥାପିତ କରିଛନ୍ତି, ତାହା ସାର୍ବଜନୀନ ହେବା ଦରକାର ବୋଲି ବିଜୁ ଜନତା ଦଳ ମନେକରେ । ସ୍ଵଚ୍ଛତାର ସହ ମହାନଦୀ ସଂକ୍ରାନ୍ତୀୟ ତଥ୍ୟକୁ ସାର୍ବଜନୀନ କରିବା ପରିବର୍ତ୍ତେ ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଚାହିଁଥିଲେ ଏବଂ ମହାନଦୀ ଉପରେ ଚର୍ଚ୍ଚା କରିବା ପାଇଁ ଚାହିଁଥିଲେ, ତାଙ୍କୁ ପୋଲିସ୍ ଉଠାଇନେଲା । ଏହା ସୂଚାଉଛି ଯେ, ରାଜ୍ୟ ସରକାର କିଛି ତଥ୍ୟ ଲୁଚାଇବା ପାଇଁ ଅପଚେଷ୍ଟା କରୁଛନ୍ତି । ଯଦି ରାଜ୍ୟ ସରକାର ମହାନଦୀ ଜଳରାଶି ଉପରେ ସଠିକ୍ ତଥ୍ୟ ଦେଉଛନ୍ତି, ତାହେଲେ ତାହାକୁ ସାର୍ବଜନୀନ କରିବାରେ ଅସୁବିଧା କ’ଣ ? ମହାନଦୀ ପରି ଗୋଟେ ଅତ୍ୟନ୍ତ ଗୁରୁତ୍ବପୂର୍ଣ ବିଷୟରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରିବା ଅତ୍ୟନ୍ତ ନିନ୍ଦନୀୟ ।