ଦକ୍ଷିଣ ଓଡ଼ିଶା ଜିଲ୍ଲାକୁ ରେଡ ଆଲର୍ଟ ଜାରି, ସୂଚନା ଦେଲେ ମନ୍ତ୍ରୀ ସୁରେଶ ପୂଜାରୀ
ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପଜନିତ ବର୍ଷା ନେଇ ଆଲର୍ଟ କଲା ପ୍ରଶାସନ
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରେଡ ଆଲର୍ଟ ପାଇଁ ସୂଚନା ଦେଲେ
ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି
ସମସ୍ତ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି
ବାତ୍ୟା ନେଇ ଆମେରିକାର ଏକ ସଂସ୍ଥା ଆକଳନ କରୁଛି
ଭାରତୀୟ ପାଣିପାଗ ସଂସ୍ଥା ଏଯାଏଁ କେବଳ ବର୍ଷା ଆକଳନ କରିଛି
ରିପୋର୍ଟ ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବା ସମ୍ଭାବନା
ଦକ୍ଷିଣ ଓଡ଼ିଶାରେ ରେଡ୍ ଓ ଉପକୂଳରେ ଅରେଞ୍ଜ ଆଲର୍ଟ ଜାରି ରହିଛି