ଦେଶ ପାଇଁ ଜନସାଧାରଣଙ୍କ ଖାଲି ବଳିଦାନ ନୁହେଁ ସାମୁହିକ ଭାଗିଦାରୀ ଆବଶ୍ୟକ...
ପ୍ରଧାନମନ୍ତ୍ରୀ Narendra Modi Hyderabad ରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିଥିଲେ । ଏହି ସମୟରେ ସେ ବିଶ୍ୱ ଆର୍ଥିକ ଅନିଶ୍ଚିତତାର ପରିସ୍ଥିତିରେ ଦେଶବାସୀଙ୍କୁ ଦାୟିତ୍ୱବାନ ଭୂମିକା ନିଭାଇବାକୁ ଆହ୍ୱାନ କରିଥିଲେ ।
ସେ କହିଥିଲେ ଯେ, ଆଜି ସମଗ୍ର ବିଶ୍ୱ ଆର୍ଥିକ ଅସ୍ଥିରତା, ସପ୍ଲାଇ ଚେନର ବାଧା ଏବଂ ଆନ୍ତର୍ଜାତୀୟ ସଂଘର୍ଷର ସମ୍ମୁଖୀନ ହେଉଛି ।
ଏହାର ପ୍ରଭାବ ବୃଦ୍ଧିଶୀଳ ମହଙ୍ଗାଇ ରୂପେ ଦେଖାଦେଉଛି ।
ଏପରି ସମୟରେ ଭାରତକୁ ଶକ୍ତିଶାଳୀ ରଖିବା ପାଇଁ ସମୁହିକ ଭାଗୀଦାରି ଅତ୍ୟନ୍ତ ଆବଶ୍ୟକ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶଭକ୍ତି କେବଳ ଦେଶ ପାଇଁ ବଳିଦାନ ଦେବାରେ ସୀମିତ ନୁହେଁ, ବରଂ କଠିନ ସମୟରେ ଶୃଙ୍ଖଳିତ ଓ ଦାୟିତ୍ୱଶୀଳ ଜୀବନ ଅତିବାହିତ କରିବା ବି ସେତିକି ଗୁରୁତ୍ୱପୂର୍ଣ୍ଣ |