ଦେଶବ୍ୟାପୀ ଆଦିବାସୀ ବିକାଶକୁ ତ୍ବରାନ୍ବିତ କରିବାକୁ ଜୁଏଲ୍ ଓରାମଙ୍କ ନେତୃତ୍ୱରେ ଆଦିବାସୀ ସାଂସଦମାନଙ୍କ ଏକତା
ଦେଶବ୍ୟାପୀ ଆଦିବାସୀ ବିକାଶକୁ ତ୍ବରାନ୍ବିତ କରିବାକୁ ଜୁଏଲ୍ ଓରାମଙ୍କ ନେତୃତ୍ୱରେ ଆଦିବାସୀ ସାଂସଦମାନଙ୍କ ଏକତା
୧୯.୧୨.୨୦୨୫ : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ୍ ଓରାମ ଗୁରୁବାର ଆଦିବାସୀ ସାଂସଦ ଏବଂ ମନ୍ତ୍ରୀମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ଆଲୋଚନାର ନେତୃତ୍ବ ନେଇଥିଲେ, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତର ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶକୁ ତ୍ବରାନ୍ବିତ କରିବା ପାଇଁ ନିର୍ବାଚିତ ଆଦିବାସୀ ନେତୃତ୍ବର ସାମୂହିକ ସଂକଳ୍ପ ଉପରେ ଆଲୋକପାତ କରାଯାଇଥିଲା।
ଏକ ବିସ୍ତୃତ ବିବୃତ୍ତା ପାଠ କରି ଶ୍ରୀ ଓରାମ ଗୁରୁତ୍ବାରୋପ କରିଥିଲେ ଯେ, ଏହି ଆଲୋଚନା ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ, ସବକା ପ୍ରୟାସର ଜାତୀୟ ଦୃଷ୍ଟିକୋଣ ସହିତ ସମନ୍ବୟ ରଖ୍ ଆଦିବାସୀ ନାଗରିକଙ୍କ ଅନୁର୍ଭୁକ୍ତି, ସଶକ୍ତିକରଣ ଏବଂ ସମ୍ମାନ ପ୍ରତି ଏକ ସହଭାଗୀ ଦାୟିତ୍ଵ ଏବଂ ଏକୀକୃତ ଆଭିମୁଖ୍ୟକୁ ପ୍ରତିଫଳିତ କରେ। ସେ ଗୁରୁତ୍ବାରୋପ କରିଥିଲେ ଯେ ଆଦିବାସୀ ସାଂସଦମାନେ କେବଳ ନୀତିଗତ ସମର୍ଥନରେ ନୁହେଁ ବରଂ କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟାନ୍ବୟନ ଏବଂ ଶେଷ ମାଇଲ ପର୍ଯ୍ୟନ୍ତ ପହଞ୍ଚାଇବା ସୁନିଶ୍ଚିତ କରିବାରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।
ଶ୍ରୀ ଓରାମ ପ୍ରଧାନମନ୍ତ୍ରୀ-ଜନମନ, ଧର୍ତି ଆବା ଜନ୍ମଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ, ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଏବଂ ଜଙ୍ଗଲ ଅଧିକାର ଆଇନର ସୁଦୃଢ଼ କାର୍ଯ୍ୟାନ୍ଵୟନ ଭଳି ପ୍ରମୁଖ ଜାତୀୟ କାର୍ଯ୍ୟକ୍ରମଗୁଡ଼ିକର ରୂପରେଖ ଉଲ୍ଲେଖ କରିଥିଲେ, ଯାହା ସଂତୃପ୍ତି-ଆଧାରିତ ବିକାଶ ମାଧ୍ଯମରେ ଆଦିବାସୀ ଏବଂ ପିଭିଟିଜି-ପ୍ରଧାନ ଅଞ୍ଚଳଗୁଡ଼ିକୁ ସାମୂହିକ ଭାବରେ ପରିବର୍ତ୍ତନ କରୁଛି। ଗୃହ, ପାନୀୟ ଜଳ, ବିଦ୍ୟୁତୀକରଣ, ସ୍ବାସ୍ଥ୍ୟସେବା ପ୍ରସାର, ଶିକ୍ଷା, ଜୀବିକା ଏବଂ ସାଂସ୍କୃତିକ ସଂରକ୍ଷଣରେ ପ୍ରମୁଖ ଲାଭ ଉପରେ ଆଲୋକପାତ କରାଯାଇଥିଲା ।
ଆଦିବାସୀ ପିଲାମାନଙ୍କ ପାଇଁ ଗୁଣାତ୍ମକ ଆବାସିକ ଶିକ୍ଷା, ସିକଲ୍ ସେଲ୍ ରୋଗ ଦୂରୀକରଣ, ବନ ଧନ ପଦକ୍ଷେପ ମାଧ୍ଯମରେ ଜୀବିକା ସୁଯୋଗର ବିସ୍ତାର ଏବଂ ଜଙ୍ଗଲ ଅଧୂକାର ସ୍ବୀକୃତି ମାଧ୍ଯମରେ ସାମୁଦାୟିକ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା। ଦେଶବ୍ୟାପୀ ଆଦିବାସୀ ସମ୍ପ୍ରଦାୟ ପାଇଁ ସମନ୍ବିତ ଅଭିବୃଦ୍ଧି, ସାମାଜିକ ନ୍ୟାୟ ଏବଂ ସ୍ଥାୟୀ ବିକାଶ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶନରେ ଆଦିବାସୀ ସାଂସଦଙ୍କ ସାମୂହିକ ପ୍ରୟାସକୁ ଆଲୋଚନା ପୁନର୍ବାର ଦୃଢ଼ୀଭୂତ କରିଥିଲା ।
ଏହି ଆଲୋଚନାରେ ରାଜ୍ୟ ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଦୁର୍ଗାଦାସ୍ ଉଇକି, ଶ୍ରୀମତୀ ସାବିତ୍ରୀ ଠାକୁର-ଧର (ସାଂସଦ), ଶ୍ରୀ ପଟେଲ ଉମେଶଭାଇ ବାବୁଭାଇ-ଡାମନ ଏବଂ ଡିୟୁ, ଶ୍ରୀ ସୁଖଦେଓ ଭାଗବତ- ଝାଡଖଣ୍ଡ, ଶ୍ରୀ ରାଜକୁମାର ରୋତ-ରାଜସ୍ଥାନ, ଶ୍ରୀ ମନୋଜ ଟିଗା- ପଶ୍ଚିମବଙ୍ଗ, ଶ୍ରୀ ଅମରସିଂ ତିସୋ-ଆସାମ, ଶ୍ରୀ ପ୍ରଦିପ ପୁରୋହିତ- (ବରଗଡ), ଓଡ଼ିଶା, ଶ୍ରୀ ବଳଭଦ୍ର ମାଝୀ (ନବରଙ୍ଗପୁର) ଓଡିଶା, ଶ୍ରୀ ନବ ଚରଣ ମାଝି- (ମୟୂରଭଞ୍ଜ) ଓଡିଶା, ଶ୍ରୀମତୀ ମାଳବିକା ଦେବୀ-(କଳାହାଣ୍ଡି) ଓଡିଶାଙ୍କ ସମେତ ଏଥିରେ ସଚିବ ଆଦିବାସୀ ବ୍ୟାପାର ଶ୍ରୀମତୀ ରଂଜନା ଚୋପ୍ରା, ଯୁଗ୍ମ ସଚିବ ଶ୍ରୀ ଅନନୁ ପ୍ରକାଶ ପାଣ୍ଡେ, ଅତିରିକ୍ତ ସଚିବ ଶ୍ରୀ ମନୀଷ ଠାକୁର, କମିଶନର ଏନଇଏସଟିଏସ ଶ୍ରୀ ଅଜିତ କୁମାର ଶ୍ରୀବାସୁବ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ଅଧୂକାରୀମାନେ ଉପସ୍ଥିତ ଥିଲେ।
ଏହି ଆଲୋଚନା ନୀତି, ରାଜନୈତିକ ଇଚ୍ଛାଶକ୍ତି ଏବଂ ତୃଣମୂଳ ସ୍ତରର ଏକ ବିରଳ ସମ୍ମିଶ୍ରଣକୁ ପ୍ରତିଫଳିତ କରିଥିଲା। ଆଦିବାସୀ ସାଂସଦମାନେ କାର୍ଯ୍ୟକାରିତାକୁ ମାର୍ଗଦର୍ଶନ କରିବା, ସମ୍ମିଶ୍ରଣକୁ ଦୃଢ଼ କରିବା ଏବଂ ଭୂର୍ମିରେ ଉତ୍ତରଦାୟିତ୍ବ ସୁନିଶ୍ଚିତ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଏହି ସାମୂହିକ ପ୍ରୟାସ ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ, ସବକା ପ୍ରୟାସର ଜାତୀୟ ଦୃଷ୍ଟିକୋଣ ସହିତ ସଂଯୁକ୍ତ, ଆଦିବାସୀ ସମ୍ପ୍ରଦାୟ ପାଇଁ ଅନୁର୍ଭୁକ୍ତିମୂଳକ ଅଭିବୃଦ୍ଧି, ସାମାଜିକ ନ୍ୟାୟ ଏବଂ ମର୍ଯ୍ୟାଦା ପ୍ରତି ସଂସଦର ପ୍ରତିବଦ୍ଧତାକୁ ପୁନଃନିର୍ଦ୍ଦିଷ୍ଟ କରିଥିଲା ।