ଦେଶର ପ୍ରଥମ ସମଲିଙ୍ଗୀ ସାଂସଦ...
ଦେଶର ପ୍ରଥମ ସମଲିଙ୍ଗୀ ସାଂସଦ...
ଭାରତର ପ୍ରଥମ ସମଲିଙ୍ଗୀ ସାଂସଦ ହୋଇଛନ୍ତି ମେନକା ଗୁରୁସ୍ବାମୀ । ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଭାବେ କାମ କରୁଥିବା ମେନକା ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି । ସେ ପଶ୍ଚିମବଙ୍ଗରୁ ତୃଣମୂଳ କଂଗ୍ରେସ ଦଳରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।ଣନ୍ତୁ, ମେନକା ଗୁରୁୟା
ମେନକା ଗୁରୁସ୍ବାମୀ କିଏ?
ଏପ୍ରିଲ ୨୦୨୬ରେ ସେ ରାଜ୍ୟସଭା ସାଂସଦ ଭାବେ ଦାୟିତ୍ବ ଗ୍ରହଣ କରି ଏକ ଐତିହାସିକ ରେକର୍ଡ କରିଛନ୍ତି
ତୃଣମୂଳ କଂଗ୍ରେସ (TMC) ତରଫରୁ ପଶ୍ଚିମବଙ୍ଗରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି
ସେ ହେଉଛନ୍ତି ଦେଶର ପ୍ରଥମ କ୍ରିୟର ସାଂସଦ ।
ସେ ଭାରତର ପ୍ରଥମ ସାଂସଦ ଯିଏ ଜଣେ ସମଲିଙ୍ଗୀ
LGBTQ+ ଭାବେ ନିଜର ପରିଚୟକୁ ସର୍ବସମ୍ମୁଖରେ ସ୍ବୀକାର କରିଛନ୍ତି
ଭାରତର ସୁପ୍ରିମକୋର୍ଟର ଜଣେ ପ୍ରତିଷ୍ଠିତ ସିନିୟର ଆଡଭୋକେଟ୍ ଭାବେ ସେ ଜଣାଶୁଣା
ଜଣେ 'ରୋଡ୍ ସ ସ୍କଲାର' ଏବଂ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ତଥା ହାର୍ଭାର୍ଡ ଲ' ସ୍କୁଲ୍ ରୁ ପଢିଛନ୍ତି
ଧାରା ୩୭୭ ଉଚ୍ଛେଦ ତଥା ଭାରତରେ ସମଲିଙ୍ଗୀ ସଂପର୍କକୁ ଅପରାଧମୁକ୍ତ କରିବା ପାଇଁ କେସ୍ ଲଢିଥିଲେ ଓ ସଫଳତା ପାଇଥିଲେ
ସାମ୍ବିଧାନିକ ଅଧୂକାର ଯଥା ମୌଳିକ ଅଧିକାର, ବ୍ୟକ୍ତିଗତ ସ୍ବାଧୀନତା ଏବଂ ଶିକ୍ଷା ଅଧୂକାର ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଲଢ଼ିଛନ୍ତି
'Time' ପତ୍ରିକା ୨୦୧୯ ମସିହାରେ ତାଙ୍କୁ ବିଶ୍ବର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ଦେଇଥୁଲା
ସେ ୧୯୭୪ ମସିହାରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ । ୧୯୯୭ ମସିହାରେ ସେ ଲ' ଗ୍ରାଜୁଏଟ୍ ହେବା ପରେ ଉଚ୍ଚତର ଶିକ୍ଷା ପାଇଁ ୧୯୯୮ରେ ବିଦେଶ ଚାଲିଯାଇଥିଲେ । ବିଦେଶରେ ବି ଓକିଲାତି କରିଛନ୍ତି । ଏବେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି ।