ନକଲି ଷ୍ଟକ ମାର୍କେଟ ଆପ ଠକେଇ: ୬ ଗିରଫ
ରାଉରକେଲା: ରାଉରକେଲା ପୋଲିସକୁ ବଡ଼ ସଫଳତା । ଏକ ଆନ୍ତର୍ଜାତୀୟ ସାଇବର କ୍ରାଇମ ରାକେଟକୁ ଠାବ କରିଛି ଓଡିଶାର ରାଉରକେଲା ପୋଲିସ । ନକଲି ଷ୍ଟକ ମାର୍କେଟ ଆପ ଠକେଇରେ ସମ୍ପୃକ୍ତ ଥିବା ୬ ସାଇବର ଠକଙ୍କୁ ଆଜି ଗିରଫ କରିଛି ପୋଲିସ । ଏଥିରେ ବ୍ୟବହୃତ ହେଉଥିବା ଅନେକ ଆପତ୍ତିଜନକ ସାମଗ୍ରୀ ସେମାନଙ୍କ ନିକଟରୁ ଜବତ ହୋଇଛି । ଏହି ଗିରଫ ସମସ୍ତ ୬ ଜଣ ସାଇବର ଠକ ଛତିଶଗଡ଼ର ବୋଲି ଜଣାପଡିଛି । ଏହି ଠକ ମାନଙ୍କର ବିଭିନ୍ନ ବ୍ୟାଙ୍କରେ ଥିବା ସେଭିଂ ଆକାଉଣ୍ଟକୁ ଫ୍ରିଜ କରାଯାଇଛି । ଯେଉଁଥିରେ ପାଖାପାଖି ୧୫ କୋଟି ଟଙ୍କା ସହ ୩୦ ହଜାର କ୍ରୀଷ୍ଟ କରେନ୍ସି ଥିବା ସୂଚନା ରହିଛି । ତେବେ ଗତ ଡ଼ିସେମ୍ବର ମାସରେ ରାଉରକେଲାର ଜଣେ ବ୍ୟକ୍ତି ୬୪ ଲକ୍ଷ ୭୦ ହଜାର ବିନିଯୋଗ କରି ଅର୍ଥ ଫେରି ପାଇନଥିବାରୁ ଏନେଇ ସେ ରାଉରକେଲା ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ କରି ୬ ସାଇବର ଠକଙ୍କୁ ବାନ୍ଧି ଏହି ରାକେଟର ମାଷ୍ଟର ମାଇଣ୍ଡ କୁ ଧରିବାକୁ ଛାନଭିନ ଆରମ୍ଭ କରିଛି ।