ନନ୍ଦନକାନନରେ ପର୍ଯ୍ୟଟକ ବ୍ୟବସ୍ଥାର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା...

Oct 1, 2026 - 09:02
 4
ନନ୍ଦନକାନନରେ ପର୍ଯ୍ୟଟକ ବ୍ୟବସ୍ଥାର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା...

ପରିଦର୍ଶନକୁ ସୁବିଧାଜନକ ଓ ସ୍ମରଣୀୟ କରିବା ଉପରେ ଗୁରୁତ୍ୱ

ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ଆକର୍ଷଣ କେନ୍ଦ୍ର ନନ୍ଦନକାନନ ଜୀବ ଉଦ୍ୟାନ ପରିଦର୍ଶନ କରିଛନ୍ତି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା। ଏହି ପରିଦର୍ଶନ କାଳରେ ସେ ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପରିଦର୍ଶନକୁ ଆହୁରି ସୁବିଧାଜନକ, ସୁରକ୍ଷିତ ଓ ସ୍ମରଣୀୟ କରିବା ପାଇଁ ବିଭିନ୍ନ ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିବା ସହ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି।

ନନ୍ଦନକାନନର ପ୍ରାକୃତିକ ପରିବେଶ ଓ ବନ୍ୟପ୍ରାଣୀଙ୍କ ଯତ୍ନ ସହ ପର୍ଯ୍ୟଟକମାନଙ୍କ ପାଇଁ ପାନୀୟ ଜଳ, ବିଶ୍ରାମାଗାର, ଯାତାୟାତ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାଗୁଡ଼ିକର ଗୁଣାତ୍ମକ ମାନ ବୃଦ୍ଧି କରିବା ନେଇ ବୈଠକରେ ବ୍ୟାପକ ଚର୍ଚ୍ଚା କରାଯାଇଛି।

ଦେଶ ଓ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଯେପରି ଏକ ଉତ୍ତମ ଓ ଆନନ୍ଦଦାୟକ ଅନୁଭୂତି ନେଇ ଫେରିବେ, ସେଥିପାଇଁ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସମୀକ୍ଷା କାର୍ଯ୍ୟକ୍ରମରେ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂହ ଏବଂ ଜଙ୍ଗଲ ଓ ପର୍ଯ୍ୟଟନ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।