ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ସ୍ଥିତି: ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWS&S) ବିଭାଗ ପକ୍ଷରୁ ବ୍ୟାପକ ପୁନରୁଦ୍ଧାର ଏବଂ ରିଲିଫ କାର୍ଯ୍ୟ ଜାରି...
ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ପ୍ରଭାବିତ ଅଞ୍ଚଳରେ ଜରୁରୀକାଳୀନ ସେବା ଯୋଗାଇଦେବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWS&S) ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ପରିମଳ ବ୍ୟବସ୍ଥାକୁ ସ୍ବାଭାବିକ କରିବା ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।
????କ୍ଷେତ୍ର ପରିଦର୍ଶନ ଓ ପ୍ରତ୍ୟକ୍ଷ ସମୀକ୍ଷା:
????ପ୍ରତ୍ୟକ୍ଷ ତଦାରଖ: ମୁଖ୍ୟ ଯନ୍ତ୍ରୀ ଏବଂ ଓଏସଡି (OSD) ସ୍ତରୀୟ ବରିଷ୍ଠ ଅଧିକାରୀମାନେ ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାରେ ରିଲିଫ କାର୍ଯ୍ୟର ସିଧାସଳଖ ତଦାରଖ କରୁଛନ୍ତି।
????ବିଶେଷଜ୍ଞ ଦଳ ନିୟୋଜିତ: ଜଳ ଯୋଗାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପଡ଼ୋଶୀ ଡିଭିଜନରୁ ୧୬ ଜଣ ସହକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଜରୁରୀକାଳୀନ ଭିତ୍ତିରେ ନିୟୋଜିତ କରାଯାଇଛି।
ପାନୀୟ ଜଳ ଉତ୍ସର ପୁନରୁଦ୍ଧାର ଏବଂ ବିଶୋଧନ (ଆଜି ସକାଳ ୯:୦୦ ଟା ସୁଦ୍ଧା):
????ନଳକୂପ ସଂସ୍କାର: ପ୍ରଭାବିତ ହୋଇଥିବା ୪,୫୭୨ଟି ନଳକୂପ ମଧ୍ୟରୁ ୪,୪୭୫ଟି ନଳକୂପକୁ ସଫଳତାର ସହ ମରାମତି ଓ ବିଶୋଧନ କରାଯାଇଛି।
????ପାଇପ୍ ଜଳ ଯୋଗାଣ: ୩୯୩ଟି କ୍ଷତିଗ୍ରସ୍ତ ପାଇପ୍ ଜଳ ଯୋଗାଣ (PWS) ପ୍ରକଳ୍ପ ମଧ୍ୟରୁ ୨୪୭ଟିକୁ କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ୨୬୫ଟି ଉତ୍ସକୁ ସମ୍ପୂର୍ଣ୍ଣ ରୂପେ ବିଶୋଧିତ କରାଯାଇଛି।
????ଗଚ୍ଛିତ ବ୍ଲିଚିଂ ପାଉଡର: ଭବିଷ୍ୟତ ବିଶୋଧନ ପାଇଁ ବିଭାଗ ପାଖରେ ୯୨୧ ବ୍ୟାଗ୍ ବ୍ଲିଚିଂ ପାଉଡର ମହଜୁଦ ଅଛି।
????ଜଳର ମାନ ପରୀକ୍ଷା: ପାନୀୟ ଜଳର ସୁରକ୍ଷା ନିଶ୍ଚିତ କରିବାକୁ ୩,୮୮୨ଟି ନଳକୂପ ଏବଂ ୨୪୪ଟି ପାଇପ୍ ଜଳର ନମୁନା ପରୀକ୍ଷା କରାଯାଇଛି।
????ଜଳ ବଣ୍ଟନ ଏବଂ ଜରୁରୀକାଳୀନ ସେବା:
ପାଉଚ୍ ଓ ବୋତଲ ବଣ୍ଟନ: ଏପର୍ଯ୍ୟନ୍ତ ୪,୨୨,୩୦୦ଟି ପାଣି ବୋତଲ ଏବଂ ମୋବାଇଲ୍ ୱାଟର ଟ୍ରିଟମେଣ୍ଟ ୟୁନିଟ୍ ଦ୍ବାରା ପ୍ରସ୍ତୁତ ୩,୧୮,୫୦0ଟି ପାଣି ପାଉଚ୍ ବଣ୍ଟନ କରାଯାଇଛି। ଏହା ସହିତ ଆଉ ୩,୯୧,୦୦0 ୟୁନିଟ୍ ଷ୍ଟକ୍ରେ ରଖାଯାଇଛି।
????ମୋବାଇଲ୍ ୱାଟର ଟ୍ରିଟମେଣ୍ଟ ୟୁନିଟ୍ (MTU): ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ୯ଟି ଏବଂ ବ୍ରହ୍ମପୁର ମହାନଗର ନିଗମରେ ୨ଟି ମୋବାଇଲ୍ ୟୁନିଟ୍ କାର୍ଯ୍ୟ କରୁଛି। ଗଜପତି ଜିଲ୍ଲା ପାଇଁ ଆଉ ୧ଟି ୟୁନିଟ୍ ପଠାଯାଉଛି।
????ଟ୍ୟାଙ୍କର ଓ ଡିଜେଲ ଜେନେରେଟର (DG Sets): ଗ୍ରାମାଞ୍ଚଳରେ ୨୩୫ଟି ପାଣି ଟ୍ୟାଙ୍କର, ୮୦ଟି ଟ୍ରାକ୍ଟର-ମାଉଣ୍ଟେଡ୍ ସିଣ୍ଟେକ୍ସ ଟ୍ୟାଙ୍କ ଏବଂ ୧୬ଟି ସ୍ୱତନ୍ତ୍ର ସପ୍ଲାଇ ଟ୍ରାକ୍ଟର ନିୟୋଜିତ ହୋଇଛନ୍ତି। ବ୍ରହ୍ମପୁର ମହାନଗର ନିଗମ ପାଇଁ ୨୩ଟି ଓ ଆସିକା ବ୍ଲକ/ବିଜ୍ଞାପିତ ଅଞ୍ଚଳ ପାଇଁ ୭ଟି ଟ୍ୟାଙ୍କର ମୁତୟନ କରାଯାଇଛି।
ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିବାରୁ ଜଳ ଯୋଗାଣ ଅବ୍ୟାହତ ରଖିବା ପାଇଁ ୮୪ଟି ଡିଜେଲ ଜେନେରେଟର (DG ସେଟ୍) ବ୍ୟବହାର କରାଯାଉଛି।
ବିଭାଗ ପକ୍ଷରୁ ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି। ପ୍ରଭାବିତ ଅଞ୍ଚଳର ପ୍ରତ୍ୟେକ ପରିବାରକୁ ସୁରକ୍ଷିତ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ଦୃଢ଼ ସଂକଳ୍ପବଦ୍ଧ।
ବିଭାଗୀୟ କମିଶନର-ତଥା-ଶାସନ ସଚିବ ଏହି ସମଗ୍ର ପ୍ରକ୍ରିୟାର ସଫଳ ପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର (SRC) ଙ୍କ ସହ ନିରନ୍ତର ଯୋଗାଯୋଗରେ ଅ