ବିଏସଏନଏଲ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉଦଘାଟିତ...

Oct 27, 2026 - 10:46
 5
ବିଏସଏନଏଲ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉଦଘାଟିତ...

ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସଏନଏଲ), ଓଡ଼ିଶା ସିଜିଏମଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୬ ଉଦଘାଟିତ ହୋଇଛି । 

ଏହି ଅବସରରେ ସଚ୍ଚୋଟତା ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଏସଏନଏଲ, ଓଡ଼ିଶାର ସିଜିଏମ୍‌ ଆଇ.ଜି. ସୋରେନ୍‌ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। 

ସିଜିଏମ୍‌ ଶ୍ରୀ ସୋରେନ୍‌ ହିନ୍ଦୁ ଏବଂ ଇଂରାଜୀରେ ସମସ୍ତ କର୍ମଚାରୀମାନଙ୍କୁ ସଚ୍ଚୋଟତା ଶପଥ ପାଠ କରାଯାଇଥିଲେ । ଏହି ଅବସରରେ ଭିଜିଲାନ୍ସ ଡିଜିଏମ୍‌ କେ.ସି. ପତି, ସିଏମଟିଏସ-ଏସଏଣ୍ଡଏମ୍‌ ଜିଏମ ଜି. ମେହେର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବିଏସଏନଏଲ ପକ୍ଷରୁ ଆସନ୍ତା ୧ ନଭେମ୍ବର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମ ପାଳନ କରାଯିବ । 

ଏହି ଅବସରରେ ‘‘ବିଏସଏନଏଲ ସଦାଚାର ନିୟମ ଏବଂ ହିତକୁ ନେଇ ଦ୍ୱନ୍ଦ୍ୱ’’, ‘‘ଏଆଇ ବନାମ ଏଆଇ: ସାଇବର ସୁରକ୍ଷାର ନୂତନ ଦିଗ’’, ‘‘ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତା’’ ଏବଂ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।