ବିଜେପିରେ ଯୋଗଦେଲେ ପ୍ରଶାନ୍ତ ଜଗଦ୍ଦେବ
ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ହୋଇଥିବା ଆଉ ଜଣେ ନେତା ଏବେ ପଦ୍ମ ଶିବିରକୁ ଡେଇଁଛନ୍ତି । ସେ ହେଉଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗୁରୁବାର ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିଛନ୍ତି । ନିଜର ଦବଙ୍ଗଗିରି ପାଇଁ ବିବାଦୀୟ ହୋଇଥିବା ପ୍ରଶାନ୍ତ ଦୀର୍ଘଦିନ ଧରି ଚିଲିକା ରାଜନୀତିରୁ ଦୂରେଇ ରହିଥିବା ବେଳେ ବିଜେପିରେ ମିଶିବା ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା । ତେବେ ଆଜି ଉକ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ଦାସ, ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ରଙ୍କ ଉପସ୍ଥିତିରେ ପ୍ରଶାନ୍ତ ପଦ୍ମ ଧରିଛନ୍ତି । ରାଜ୍ୟ ବିଜେପି ନିର୍ବାଚନ ସହ-ପ୍ରଭାରୀ ଲତା ଉସେଣ୍ଡି ଦଳୀୟ ଉତ୍ତରୀୟ ଓ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳୀୟ ଟୋପି ପ୍ରଦାନ ଦେଇ ପ୍ରଶାନ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ ।