ଭାରତ ଆସି ପାରେ ଏସିଆ କପ୍...

Nov 3, 2025 - 19:46
 5
ଭାରତ ଆସି ପାରେ ଏସିଆ କପ୍...

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଆଶା କରୁଛି ଯେ ଏସିଆ କପ୍ ଟ୍ରଫି "ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ" ଏହାର ମୁମ୍ବାଇ ମୁଖ୍ୟାଳୟରେ ପହଞ୍ଚିବ । 

କିନ୍ତୁ ଯଦି ଏହା ନ ହୁଏ ତେବେ ଏକ ପ୍ଲାନ-ବି ପ୍ରସ୍ତୁତ ରଖିଛି ବିସିସିଆଇ । ତାହା ହେଉଛି ଆସନ୍ତା ନଭେମ୍ବର ୪ରେ ଦୁବାଇରେ ହେବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ବୈଠକରେ ଏହି ମାମଲାକୁ ଉଠାଯିବ । 

ଏପରିକି ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଉପରେ କଟକଣା କିମ୍ବା ଜୋରିମାନା ଲଗାଇବା ଲାଗି ମଧ୍ୟ ବିସିସିଆଇ ଦାବି କରିପାରେ । 

ଯୁବରାଜଙ୍କୁ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଅସମ୍ମାନ, ଦୀର୍ଘ ବର୍ଷ ପରେ ହେଲା ଖୁଲାସା |

ପୁଣି ମୁହାଁମୁହିଁ ହେବେ ଭାରତ-ପାକ୍ 

ଅନ୍ୟପକ୍ଷରେ ଏହି ବିବାଦ ଶେଷ ନହଉଣୁ ଏସୀୟ କ୍ରିକେଟ ପରିଷଦ ପକ୍ଷରୁ ଆଉ ଏକ ଟୁର୍ଣ୍ଣାମେଣ୍ଟର ସିଡ୍ୟୁଲ ଘୋଷଣା କରାଯାଇଛି । 

ତାହା ହେଉଛି ଏସିଆ କପ୍ ରାଇଜିଂ ଷ୍ଟାର୍ସ ଚାମ୍ପିୟନସପ୍ । 

ନଭେମ୍ବର ୧୪ରୁ ୨୩ ପର୍ଯ୍ୟନ୍ତ ଦୋହାରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ପୁଣି ଭାରତ-ପାକିସ୍ତାନ ମୁହାଁମୁହିଁ ହେବାର ସମ୍ଭାବନା ରହିଛି । 

ଏସିଆ କପ ବିବାଦ

ସୂଚନାଯୋଗ୍ୟ ଯେ ଭାରତ ସେପ୍ଟେମ୍ବର ୨୮ ତାରିଖରେ ଦୁବାଇରେ ଏସିଆ କପ୍ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଥିଲା। 

ଏସିଆ କପ୍ ଜିତିବା ପରେ, ଭାରତୀୟ ଦଳ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା। 

ତା’ପରେ ନକଭି ଏହାକୁ ନିଜ ସହିତ ନେଇଯାଇଥିଲେ ଏବଂ ସେବେଠାରୁ ଏହା ଏସିସି କାର୍ଯ୍ୟାଳୟରେ ତାଲା ପକାଇ ରଖାଯାଇଥିଲା। 

କିନ୍ତୁ ଗତ ସପ୍ତାହରେ ସେ ଟ୍ରଫିକୁ ଏକ ଅଜ୍ଞାତ ସ୍ଥାନକୁ ନେଇଯାଇଥିଲେ । ଏହା ପରେ ବିବାଦ ଆହୁରି ବଢିଯାଇଥିଲା ।

୨ ଦିନରେ ଆସି ପାରେ

ଏସିଆ କପ୍ ! 

ଆସନ୍ତା ଦିନେ କି ଦୁଇଦିନ ମଧ୍ୟରେ ବିସିସିଆଇ ମୁଖ୍ୟାଳୟରେ ପହଞ୍ଚିବ ଏସିଆ କପ୍ |

ବିସିସିଆଇ ଟ୍ରଫି ଫେରିବା ନେଇ ଆଶାବାଦୀ ରହିଛି

ଯଦି ନକଭି ଏସିଆ କପ୍ ପ୍ରଦାନ ନ କରନ୍ତି ତେବେ ଆଇସିସି ନିକଟରେ ଏ ପ୍ରସଙ୍ଗ ଉଠାଇବ ବିସିସିଆଇ |

ନଭେମ୍ବର ୪ ତାରିଖରେ ଆଇସିସି ବୈଠକ ବସିବାର ଅଛି

ମାସେରୁ ଅଧିକ ସମୟ ହେବ ବିସିସିଆଇକୁ ଟ୍ରଫି ହସ୍ତାନ୍ତର କରିନାହାନ୍ତି ନକଭି |

୧୦ ଦିନ ପୂର୍ବରୁ ଏସିସି ଅଧ୍ୟକ୍ଷଙ୍କୁ ଟ୍ରଫି ଫେରାଇବାକୁ ଚିଠି ଲେଖିଛି ବିସିସିଆଇ |

ନକଭିଙ୍କ ଜିଦ୍, କୌଣସି କାର୍ଯ୍ୟକ୍ରମରେ ଭାରତୀୟ ଖେଳାଳି ବ୍ୟକ୍ତିଗତ ଭାବେ ଟ୍ରଫି ନେଇପାରିବେ |

ଭାରତ-ପାକ୍ ମଧ୍ୟରେ ତିକ୍ତତା ପାଇଁ ଏସିଆ କପ୍‌ ଫାଇନାଲରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା |

ମ୍ୟାଚ୍ ପରେ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇନଥିଲେ ଭାରତୀୟ କ୍ରିକେଟର |

ଏସିସି ଅଧ୍ୟକ୍ଷ ମୋହସିନ ନକଭିଙ୍କ ଠାରୁ ମଧ୍ୟ ଟ୍ରଫି ଗ୍ରହଣ କରିନଥିଲା ଟିମ୍ ଇଣ୍ଡିଆ |

ନକଭି ଏସିସିର ଅଧ୍ୟକ୍ଷ ସହ ପାକିସ୍ତାନ ସରକାରରେ ମନ୍ତ୍ରୀ ଅଛନ୍ତି

ପୂର୍ବରୁ ଅନେକ ସମୟରେ ଭାରତ ବିରୋଧୀ ବୟାନ ଦେଇଛନ୍ତି |