ଭାରତ-ଇଂଲଣ୍ଡ ଲର୍ଡସ୍ ଟେଷ୍ଟ୍‌ ରୋଚକ ସ୍ଥିତିରେ ପହଞ୍ଚିଯାଇଛି ।

ଭାରତ-ଇଂଲଣ୍ଡ ଲର୍ଡସ୍ ଟେଷ୍ଟ୍‌ ରୋଚକ ସ୍ଥିତିରେ ପହଞ୍ଚିଯାଇଛି ।

ଭାରତ-ଇଂଲଣ୍ଡ ଲର୍ଡସ୍ ଟେଷ୍ଟ୍‌ ରୋଚକ ସ୍ଥିତିରେ ପହଞ୍ଚିଯାଇଛି ।

ଇଂଲଣ୍ଡ ୧୯୩ ରନ୍‌ର ଲକ୍ଷ୍ୟ ଦେବା ପରେ ଭାରତ ଚତୁର୍ଥ ଦିନ ଷ୍ଟମ୍ପ୍ସ ବେଳକୁ ୪ ୱିକେଟ୍ ହରାଇ ୫୮ ରନ୍ କରିଛି । ଏଣୁ ଐତିହାସିକ ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶି‌ଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ହେବାଠାରୁ ୧୩୫ ରନ୍ ଦୂରରେ ରହିଛି ଭାରତ । ହାତରେ ଅଛି ୬ ୱିକେଟ୍ । ଜୟସ୍ବାଲ, ନାୟର, ଗିଲ୍‌ଙ୍କ ୱିକେଟ୍ ଗଡ଼ିବା ଭାରତ ପାଇଁ ଚିନ୍ତାଜନକ କଥା ହୋଇଛି । ତେବେ କେଏଲ୍ ରାହୁଲ ଅପରାଜିତ ରହିବା ଆଶା ଦେଇଛି । ମହମ୍ମଦ ସିରାଜ ଓ ୱାସିଂଟନ୍ ସୁନ୍ଦରଙ୍କ ସ୍ମରଣୀୟ ସ୍ପେଲ୍ ଏବଂ ଶେଷ ଆଡ଼କୁ ଯଶପ୍ରୀତ୍ ବୁମ୍‌ରାହଙ୍କ ୟର୍କର ବାଣରେ ଘାଇଲା ହୋଇ ଇଂଲଣ୍ଡ ଦ୍ବିତୀୟ ପାଳି ମାତ୍ର ୧୯୨ ରନ୍‌ରେ ଅଟକିବା ପରେ ଭାରତ ବିଜୟ ବାସ୍ନା ପାଇଛି । ହେଲେ ଓପନର୍ ଯଶସ୍ବୀ ଜୟୱାଲଙ୍କୁ ଖାତା ଖୋଲିବାର ସୁଯୋଗ ନ ଦେଇ ଏବଂ କରୁଣ ଓ ଗିଲ୍‌ଙ୍କୁ ୧୨ ରନ୍ ଭିତରେ ଶିକାର କରି ଇଂଲଣ୍ଡ ଏଥିରେ ‌ରୋମାଞ୍ଚ ଭରିଦେଇଛି । ୪ବର୍ଷ ପରେ ଟେଷ୍ଟ୍ କ୍ରିକେଟ୍‌କୁ ଫେରିଥିବା ଜୋଫ୍ରା ଆର୍ଚର ପ୍ରଥମ ପାଳି ଭଳି ଦ୍ବିତୀୟରେ ମଧ୍ୟ ଜୟସ୍ବାଲ୍‌ଙ୍କୁ ଶସ୍ତାରେ ଆଉଟ୍ କରି ଭାରତର ଚିନ୍ତାକୁ ବଢ଼ାଇଛନ୍ତି । ଗିଲ୍ ଓ ନାୟରଙ୍କୁ ବ୍ରାଏଡନ୍ କାର୍ସ ପ୍ୟାଭିଲିୟନ୍ ଫେରାଇ ଦେଇଛନ୍ତି । ରାତ୍ର ଜଗୁଆଳି ଆକାଶ ଦୀପଙ୍କୁ ଇଂଲଣ୍ଡ ଅଧିନାୟକ ବେନ୍ ‌ଷ୍ଟୋକ୍ସ ବୋଲ୍‌ଡ କରିବା ସହ ରବିବାରର ଖେଳ ଶେଷ ହୋଇଛି ।