ଭାରତ ବିଜୟର ଦ୍ବାର ଦେଶରେ...

Nov 2, 2025 - 21:14
 20
ଭାରତ ବିଜୟର ଦ୍ବାର ଦେଶରେ...

ଭୁବନେଶ୍ବର, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟି-ଟ୍ରେଣ୍ଟି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତି ନେଇଥିଲା । ଅଷ୍ଟ୍ରେଲିଆ ବ୍ୟାଟିଂ କରି ୨୦ ଓଭରରେ ୧୮୬ ରନ୍ ସଂଗ୍ରହ କରିଥିଲା । ଜବାବରେ ଭାରତ ୧୮.୩ ଓଭରରେ ୧୮୮ ରନ୍ କରି ମ୍ୟାଚଟିକୁ ଜିତି ନେଇଥିଲା । ଓ୍ବାଶିଂଟନ ସୁନ୍ଦର ଧୁଆଧାର ବ୍ୟାଟିଂ କରି ଭାରତକୁ ବିଜୟର ସ୍ବାଦ ଚଖାଇଥିଲେ । ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥ‌ିବା ବେଳେ ଦ୍ବିତୀୟ ମ୍ୟାଚ ଅଷ୍ଟ୍ରେଲିଆ ଜିତିଥିବା ବେଳେ ଆଜି ଭାରତ ତୃତୀୟ ମ୍ୟାଚରେ ବିଜୟ ଲାଭ କରି ସିରିଜ ୧-୧ରେ ପହଞ୍ଚାଇଛି ।