ଭାରତ ସାମୁଦ୍ରିକ ସପ୍ତାହ ୨୦୨୫: ସାମୁଦ୍ରିକ ମହତ୍ମାକାଂକ୍ଷାର ପରିପ୍ରକାଶ

ସାମୁଦ୍ରିକ ଭାରତ ଭିଜନ ୨୦୩୦ରୁ ଅମୃତ କାଳ ୨୦୪୭ ପର୍ଯ୍ୟନ୍ତ

Oct 28, 2025 - 16:33
 4
ଭାରତ ସାମୁଦ୍ରିକ ସପ୍ତାହ ୨୦୨୫: ସାମୁଦ୍ରିକ ମହତ୍ମାକାଂକ୍ଷାର ପରିପ୍ରକାଶ

ଭାରତର ପ୍ରାୟ ୯୫ ପ୍ରତିଶତ ବାଣିଜ୍ୟ ପରିମାଣ ଏବଂ ପ୍ରାୟ ୭୦ ପ୍ରତିଶତ ମୂଲ୍ୟ ସମୁଦ୍ର ପଥରେ ପରିଚାଳିତ ହୁଏ, ଯାହା ଭାରତର ଅର୍ଥନୀତି ଏବଂ ପ୍ରତିଯୋଗିତାମୂଳକତାରେ ଏହି କ୍ଷେତ୍ରର କେନ୍ଦ୍ରୀୟ ଭୂମିକାକୁ ପ୍ରତିଫଳିତ କରେ।

ସାମୁଦ୍ରିକ ଭାରତ ଦୃଷ୍ଟିକୋଣ ୨୦୩୦ରେ ୩-୩.୫ ଲକ୍ଷ କୋଟି ଟଙ୍କା ନିବେଶ ସହିତ ୧୫୦ ରୁ ଅଧୂକ ପଦକ୍ଷେପ ଅନ୍ତର୍ଭୁକ୍ତ। ଏହା ସହିତ, ଜାହାଜ ନିର୍ମାଣ ପାଇଁ ୬୯,୭୨୫ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରାଯାଇଛି।

୨୦୨୪-୨୫ ଆର୍ଥିକ ବର୍ଷରେ, ପ୍ରମୁଖ ବନ୍ଦର ମାଧ୍ୟମରେ ୮୫୫ ନିୟୁତ ଟନ୍‌ ମାଲ ପରିବହନ କରାଯାଇଛି, ଯାହା ସାମୁଦ୍ରିକ ବାଣିଜ୍ୟ ଏବଂ ବନ୍ଦର ଦକ୍ଷତାରେ ଯଥେଷ୍ଟ ବୃଦ୍ଧିକୁ ସୂଚିତ କରେ।

ଭାରତର ସାମୁଦ୍ରିକ କ୍ଷେତ୍ର

ସାମୁଦ୍ରିକ ଭାରତ ଦୃଷ୍ଟିକୋଣ ୨୦୩୦

ଭାରତର ଅର୍ଥନୈତିକ ଶକ୍ତି ମହାସାଗର ଦେଇ ପ୍ରବାହିତ ହୁଏ। ପରିମାଣ ଦୃଷ୍ଟିରୁ ଭାରତର ପ୍ରାୟ ୯୫ ପ୍ରତିଶତ ବାଣିଜ୍ୟ ଏବଂ ମୂଲ୍ୟ ଦୃଷ୍ଟିରୁ ପ୍ରାୟ ୭୦ ପ୍ରତିଶତ ବାଣିଜ୍ୟ ସମୁଦ୍ର ପଥ ଦେଇ ଗତି କରେ। ଏଣୁ କୁହାଯାଇପାରେ ଯେ ସମୁଦ୍ର ହେଉଛି ଭାରତର ବାଣିଜ୍ୟର ଜୀବନରେଖା। ଦେଶର ଆମଦାନୀ ଏବଂ ରପ୍ତାନିର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ, ଅଶୋଧୂତ ତୈଳ ଏବଂ କୋଇଲା ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ, ବୟନଶିଳ୍ପ ଏବଂ କୃଷି ଉତ୍ପାଦ ପର୍ଯ୍ୟନ୍ତ, ବ୍ୟସ୍ତବହୁଳ ବନ୍ଦରଗୁଡ଼ିକ ଦେଇ ଗତି କରେ। ଏହି ବନ୍ଦରଗୁଡ଼ିକ ଭାରତକୁ ବିଶ୍ବର ବିଭିନ୍ନ ବଜାର ସହିତ ସଂଯୋଗ କରେ। ବିଶ୍ବାୟନ ଯୋଗାଣ ଶୃଙ୍ଖଳ ପାରସ୍ପରିକ ନିର୍ଭରଶୀଳତାକୁ ଗଭୀର କରିବା ଏବଂ ଭାରତ ଏକ ପ୍ରମୁଖ ଉତ୍ପାଦନ ଏବଂ ଶକ୍ତି କେନ୍ଦ୍ର ଭାବରେ ଉଭା ହେବା ସହିତ, ବନ୍ଦର ଏବଂ ଜାହାଜର ଦକ୍ଷତା ସିଧାସଳଖ ଜାତୀୟ ପ୍ରତିଯୋଗିତାକ୍ଷମତାକୁ ପ୍ରଭାବିତ କରେ।

ଏମଆଇଭି-୨୦୩୦ର ପ୍ରମୁଖ ବିଷୟବସ୍ତୁ

ସାମୁଦ୍ରିକ ଭାରତ ଭିଜନ-୨୦୩୦ (ଏମଆଇଭି-୨୦୩୦) ଆରମ୍ଭ କରି ଭାରତ ନିଜକୁ ଏକ ବିଶ୍ବ ସାମୁଦ୍ରିକ ଶକ୍ତି ଭାବରେ ପ୍ରତିଷ୍ଠିତ କରିବା ପାଇଁ ଏକ ବୃହତ୍ ପଦକ୍ଷେପ ଗ୍ରହଣ କରିଛି।

ସାମୁଦ୍ରିକ ଭାରତ ଦୃଷ୍ଟିକୋଣ 2030ର ପ୍ରମୁଖ ବିଷୟବସ୍ତୁ

ସର୍ବୋତ୍ତମ ବନ୍ଦର ଭିତ୍ତିଭୂମି ବିକାଶ କରନ୍ତୁ

0

ଆଭ୍ୟନ୍ତରୀଣ ଜଳପଥ ମାଧ୍ୟମରେ ଯାତ୍ରୀ ପରିବହନ ଏବଂ ମାଲ ପରିବହନକୁ ବୃଦ୍ଧି କରିବା

EZE ଲଜିଷ୍ଟିକ୍ସ ଦକ୍ଷତା ଏବଂ ମୂଲ୍ୟ ପ୍ରତିଯୋଗିତାମୂଳକତାକୁ ଆଗକୁ ବଢ଼ାନ୍ତୁ

ମହାସାଗର, ଉପକୂଳ ଏବଂ ନଦୀ କ୍ରୁଜ୍ କ୍ଷେତ୍ରକୁ ପ୍ରୋତ୍ସାହିତ କରନ୍ତୁ

0

0

ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ମାଧ୍ୟମରେ ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି କରିବା

0

0

ଭାରତର ବିଶ୍ୱସ୍ତରୀୟ ପ୍ରତିଷ୍ଠା ଏବଂ ସାମୁଦ୍ରିକ ସହଯୋଗ ବୃଦ୍ଧି କରିବା

ସମସ୍ତ ଅଂଶୀଦାରଙ୍କୁ ସମର୍ଥନ କରିବା ପାଇଁ ନୀତି ଏବଂ ସାଂଗଠନିକ ଢାଞ୍ଚାକୁ ସୁଦୃଢ଼ ​​କରିବା

ନିରାପଦ, ସ୍ଥାୟୀ ଏବଂ ସବୁଜ ସାମୁଦ୍ରିକ କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନିଅନ୍ତୁ

0

0

ଜାହାଜ ନିର୍ମାଣ, ମରାମତି ଏବଂ ପୁନଃଚକ୍ରଣରେ ବିଶ୍ୱବ୍ୟାପୀ ଅଂଶୀଦାର ବୃଦ୍ଧି କରିବା

ବିଶ୍ୱସ୍ତରୀୟ ଶିକ୍ଷା, ଗବେଷଣା ଏବଂ ତାଲିମ ସହିତ ଶ୍ରେଷ୍ଠ 0 ଦେଶ ହୁଅନ୍ତୁ

0

ଉତ୍ସ-ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥର ବିବାହ

ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ (ଆଇଏମତକୁ ୨୦୨୫) ହେଉଛି ବିଶ୍ବ ସାମୁଦ୍ରିକ କ୍ୟାଲେଣ୍ଡରରେ ଏକ ପ୍ରମୁଖ କାର୍ଯ୍ୟକ୍ରମ। ଏହା ୨୭ ଅକ୍ଟୋବରରୁ ୩୧ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ନେସକୋ ପ୍ରଦର୍ଶନୀ କେନ୍ଦ୍ରରେ ଅନୁଷ୍ଠିତ ହେବ। ଏଥିରେ ଜାହାଜ ଚଳାଚଳ, ବନ୍ଦର ଏବଂ ପରିବହନ ସମୁଦାୟର ୫ଟି ପ୍ରମୁଖ ଅଂଶୀଦାରମାନେ ଅଂଶଗ୍ରହଣ କରିବେ। ଆଇଏମତକୁ ୨୦୨୫ ଆଲୋଚନା, ସହ‌ଯୋଗ ଏବଂ ବ୍ୟବସାୟ ବିକାଶ ପାଇଁ ଏକ ରଣନୈତିକ ମଞ୍ଚ ହେବ। ଏଥିରେ ପ୍ରାୟ ଶହେରୁ ଅଧିକ ଦେଶର ୧,୦୦,୦୦୦ ରୁ ଅଧିକ ପ୍ରତିନିଧ୍ବ, ବନ୍ଦର ପରିଚାଳକ, ନିବେଶକ, ନବସୃଜନକାରୀ ଏବଂ ନୀତି ନିର୍ଦ୍ଧାରକମାନେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏହି ୫ ଦିନିଆ କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ପ୍ରଦର୍ଶକ, ବିଷୟଭିତ୍ଥିବ ପ୍ୟାଭିଲିୟନ୍, ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ଏବଂ ବନ୍ଦର-ନେତୃତ୍ବାଧୀନ ବିକାଶ, ଜାହାଜ ନିର୍ମାଣ କ୍ଲଷ୍ଟର ଏବଂ ଡିଜିଟାଲ୍ କରିଡର ସଂପର୍କିତ ଅଧୁବେଶନ ସାମିଲ ହେବ।

ସାମୁଦ୍ରିକ କ୍ଷେତ୍ରରେ ପରିବର୍ତ୍ତନର ଏକ ଦଶନ୍ଧି; ୨୦୧୪ ରୁ ୨୦୨୫

ଭାରତର ସାମୁଦ୍ରିକ କ୍ଷେତ୍ର ଦ୍ରୁତ ଗତିରେ ଅଗ୍ରଗତି କରୁଛି, ବନ୍ଦର, ଉପକୂଳ ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳପଥରେ ରେକର୍ଡ ଭାଙ୍ଗିବା ସହିତ ଆର୍ଥିକ ଅଭିବୃଦ୍ଧିର ଏକ ନୂତନ ପଥ ପ୍ରସ୍ତୁତ କରୁଛି। ଏହି କ୍ଷେତ୍ରର ଅଗ୍ରଗତି ରାଷ୍ଟ୍ରକୁ ସୁଦୃଢ଼ କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସୃଷ୍ଟ କରୁଛି।

ଭାରତୀୟ ବନ୍ଦରଗୁଡ଼ିକର ଉଲ୍ଲେଖନୀୟ ଅଭିବୃଦ୍ଧି

ଭାରତର ବନ୍ଦର କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି । ମୋଟ ବନ୍ଦର କ୍ଷମତା ୧,୪୦୦ ନିୟୁତ ମେଟ୍ରିକ୍ ଟନରୁ ଦ୍ବିଗୁଣିତ ହୋଇ ୨,୭୬୨ ନିୟୁତ ମେଟ୍ରିକ୍ ଟନ୍ ହୋଇଛି। ଏହି କ୍ଷମତା ବୃଦ୍ଧି ଆଧୁନିକୀକରଣ ଏବଂ ଭିତ୍ତିଭୂମି ବିକାଶରେ ଗୁରୁତ୍ୱପୂର୍ଣ୍ଣ ନିବେଶକୁ ପ୍ରତିଫଳିତ କରେ।

ବନ୍ଦରଗୁଡ଼ିକରେ ପଣ୍ୟଦ୍ରବ୍ୟ ପରିଚାଳନା ପରିମାଣ ମଧ୍ଯ ୯୭୨ ନିୟୁତ ମେଟ୍ରିକ୍ ଟନରୁ ୧,୫୯୪ ନିୟୁତ ମେଟ୍ରିକ୍ ଟନକୁ ବୃଦ୍ଧି ପାଇଛି। ଏହା ସାମୁଦ୍ରିକ ବାଣିଜ୍ୟ ଏବଂ ବନ୍ଦର ଦକ୍ଷତାରେ ଏକ ଗୁରୁତ୍ୱପୂର୍ଣ ବୃଦ୍ଧିକୁ ସୂଚାଉଛି। ପ୍ରମୁଖ ବନ୍ଦରଗୁଡ଼ିକ ୨୦୨୪-୨୫ ରେ ୮୫୫ ନିୟୁତ ଟନ୍ ମାଲ ପରିଚାଳନା କରିବାକୁ ଆକଳନ କରାଯାଇଛି, ଯାହା ୨୦୨୩-୨୪ ରେ କେବଳ ୮୧୯ ନିୟୁତ ଟନ୍ ଥିଲା।

ବନ୍ଦରଗୁଡ଼ିକର ପରିଚାଳନାଗତ ପ୍ରଦର୍ଶନ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ହୋଇଛି । ହାରାହାରି ଜାହାଜ ଟର୍ନଆରାଉଣ୍ଡ ସମୟ ୯୩ ଘଣ୍ଟାରୁ ମାତ୍ର ୪୮ ଘଣ୍ଟାକୁ ହ୍ରାସ ପାଇଛି। ଏହା ସାମଗ୍ରିକ ଉତ୍ପାଦକତା ଏବଂ ବିଶ୍ବ ପ୍ରତିଯୋଗିତାମୂଳକତାକୁ ବୃଦ୍ଧି କରିଛି।

ଏହି କ୍ଷେତ୍ରର ଆର୍ଥିକ ସ୍ଥିତିରେ ଉନ୍ନତି ଆସିଛି । ବାର୍ଷିକ ନିଟ୍ ବଳକା ୧,୦୨୬ କୋଟି ଟଙ୍କାରୁ ୯,୩୫୨ କୋଟି ଟଙ୍କାକୁ ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଯାହା ଉନ୍ନତ ରାଜସ୍ବ ଉତ୍ପାଦନ ଏବଂ ଖର୍ଜ ପରିଚାଳନାକୁ ପ୍ରତିଫଳିତ କରେ।

ଦକ୍ଷତା ସୂଚକଗୁଡ଼ିକ ମଧ୍ୟ ଉନ୍ମତ ହୋଇଛି। ପରିଚାଳନା ଅନୁପାତ, ଯାହା ୭୩ ପ୍ରତିଶତରୁ ୪୩ ପ୍ରତିଶତକୁ ଉନ୍ନତ ହୋଇଛି, ପ୍ରାୟୀ ଏବଂ ଲାଭଦାୟକ ବନ୍ଦର ପରିଚାଳନା ଦିଗରେ ଏକ ପ୍ରମୁଖ ପଦକ୍ଷେପ।

ଭାରତୀୟ ସପିଂରେ ଜାହଜ ସଂଖ୍ୟା, କ୍ଷମତା ଏବଂ କର୍ମଚାରୀ ସଂଖ୍ୟା ବୃଦ୍ଧି

ଭାରତର ସପିଂ କ୍ଷେତ୍ର ମଧ୍ୟ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି। ଭାରତୀୟ ପତାକାଯୁକୁ ଜାହାଜର ସଂଖ୍ୟା ୧,୨୦୫ ରୁ ୧,୫୪୯ କୁ ବୃଦ୍ଧି ପାଇଛି, ଯାହା ଦେଶର ବୃଦ୍ଧିପାଇଚାଲିଥିବା ସାମୁଦ୍ରିକ ଉପସ୍ଥିତିକୁ ପ୍ରତିଫଳିତ କରେ। ଭାରତୀୟ ନୌବାହନର ମୋଟ ଟନେଜ୍ ମଧ୍ଯ ୧୦ ନିୟୁତ ମୋଟ ଟନରୁ ୧୩,୫୨ ନିୟୁତ ମୋଟ ଟନକୁ ବୃଦ୍ଧି ପାଇଛି, ଯାହା ଏକ ଶକ୍ତିଶାଳୀ ଏବଂ ଅଧୂକ ଦକ୍ଷ ପରିବହନ କ୍ଷମତାକୁ ପ୍ରତିଫଳିତ କରେ। ଉପକୂଳ ସିପିଂରେ ମଧ୍ଯ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି, ପଣ୍ୟଦ୍ରବ୍ୟ ପରିଚାଳନା ୮୭ ନିୟୁତ ମେଟ୍ରିକ୍ ଟନରୁ ୧୬୫ ନିୟୁତ ମେଟ୍ରିକ୍ ଟନକୁ ବୃଦ୍ଧି ପାଇଛି। ଏହା ଦକ୍ଷ, ମିତବ୍ୟୟୀ ଏବଂ ପରିବେଶ ଅନୁକୂଳ ପରିବହନ ମୋଡ୍ ଆଡକୁ ପରିବର୍ତ୍ତନକୁ ଦୃଢ଼ କରେ।

ଭାରତର ଆଭ୍ୟନ୍ତରୀଣ ଜଳପଥର ବିକାଶ

ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ (ଆଇତବୁଏଆଇ) ୨୦୨୫ ମସିହାରେ ୧୪୬ ନିୟୁତ ମେଟ୍ରିକ୍ ଟନ୍‌ ରେକର୍ଡ ପଣ୍ୟଦ୍ରବ୍ୟ ପରିବହନ ଯୋଜନା କରିଛି। ଏହା ଆଭ୍ୟନ୍ତରୀଣ ଜଳ ପରିବହନ କ୍ଷେତ୍ର ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ। ୧୫ ଏହି ଅଭିବୃଦ୍ଧି ୨୦୧୪ ମସିହାରେ ୧୮ ନିୟୁତ ମେଟ୍ରିକ୍ ଟନ୍‌ ତୁଳନାରେ ୭୧୦ ପ୍ରତିଶତ ବୃଦ୍ଧିକୁ ପ୍ରତିନିଧୂତ୍ର କରେ। ଏବେ କାର୍ଯ୍ୟକ୍ଷମ ଜଳପଥ ସଂଖ୍ୟା ୩ରୁ ୨୯କୁ ବୃଦ୍ଧି ପାଇଛି, ଯାହା ଭାରତର ଆଭ୍ୟନ୍ତରୀଣ ପରିବହନ ନେଟୱାର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧିକୁ ଦର୍ଶାଉଛି। ଯାତ୍ରୀବାହୀ ଜାହାଜ ଏବଂ ରୋ-ଯାନ୍ସ (ଯାତ୍ରୀ ଏବଂ ଯାନବାହନ ପରିବହନ କରୁଥିବା ଯାନ)ର ଲୋକପ୍ରିୟତାରେ ଯଥେଷ୍ଟ ବୃଦ୍ଧି ପାଇଛି । ଏହା ମାଧ୍ୟମରେ ୨୦୨୪-୨୫ରେ ୭୫ ନିୟୁତରୁ ଅଧିକ ଯାତ୍ରୀ ପରିବହନ କରିଛନ୍ତି।

ମାତ୍ର ଏକ ଦଶନ୍ଧି ମଧ୍ୟରେ, ଭାରତରେ ସାମୁଦ୍ରିକ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ୧,୨୫ ଲକ୍ଷରୁ ବୃଦ୍ଧି ପାଇ ୩ ଲକ୍ଷ ଟପିଯାଇଛି, ଯାହା ବର୍ତ୍ତମାନ ବିଶ୍ବ ସାମୁଦ୍ରିକ କର୍ମଚାରୀଙ୍କ ୧୨ ପ୍ରତିଶତ ଅଟେ। ୨୦ ଦେଶ ଏବେ ପ୍ରଶିକ୍ଷିତ ନାବିକମାନଙ୍କର ବିଶ୍ବର ତିନୋଟି ଶ୍ରେଷ୍ଠ ଯୋଗାଣକାରୀ ଦେଶ ମଧ୍ୟରୁ ଗୋଟିଏ ହୋଇସାରିଛି ।